ପ୍ରମୁଖ ଖବର

ଉଚ୍ଚଶିକ୍ଷାରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ, ୩ ବର୍ଷରେ ୧୭ ହଜାରରୁ ଅଧିକ ଡ୍ରପ୍‌ଆଉଟ୍‌
ସାମ୍ବାଦିକଙ୍କ ପାଇଁ ଖୋଲିଲା ‘ଶୀଶ ମହଲ’, ୫୮ କୋଟି ଖର୍ଚ୍ଚର ହିସାବ ଦେଲେ ମନ୍ତ୍ରୀ
ବାଲିଯାତ୍ରାରେ ଅଘଟଣ: ଆଜି ବନ୍ଦ ରହିବ ସମସ୍ତ ଦୋଳି
ଲୋକସଭା ଆସନ ୫୦% ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି

ବାଲିଯାତ୍ରାରେ ଅଘଟଣ: ଆଜି ବନ୍ଦ ରହିବ ସମସ୍ତ ଦୋଳି

0

କଟକ: କଟକ ବାଲିଯାତ୍ରାରେ ରାମଦୋଳିରୁ ଖସି ଯୁବକଙ୍କ ମୃତ୍ୟୁ ପରେ ପ୍ରଶାସନର ବଡ଼ ନିଷ୍ପତ୍ତି। ଆଜି ବାଲିଯାତ୍ରା ପଡ଼ିଆରେ ଥିବା ସମସ୍ତ ଦୋଳି ବନ୍ଦ ରହିବ। ଦୋଳିଗୁଡ଼ିକର ସୁରକ୍ଷା ଓ ଅନୁମତି ସମ୍ପର୍କିତ କାଗଜପତ୍ର ପୁନର୍ବାର ଯାଞ୍ଚ କରାଯିବ। ବୈଷୟିକ ଟିମ୍‌ର ଯାଞ୍ଚ ଓ ମତାମତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏସିପି ଗିରିଜା ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ବାଲିଯାତ୍ରାର ତଳ ପଡ଼ିଆରେ ରାମଦୋଳିରେ ବସିଥିବା ଜଣେ ଯୁବକ ତଳକୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଘଟଣା ପରେ ଦୋଳିଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।

Leave A Reply

Your email address will not be published.