ପ୍ରମୁଖ ଖବର

ଉଚ୍ଚଶିକ୍ଷାରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ, ୩ ବର୍ଷରେ ୧୭ ହଜାରରୁ ଅଧିକ ଡ୍ରପ୍‌ଆଉଟ୍‌
ସାମ୍ବାଦିକଙ୍କ ପାଇଁ ଖୋଲିଲା ‘ଶୀଶ ମହଲ’, ୫୮ କୋଟି ଖର୍ଚ୍ଚର ହିସାବ ଦେଲେ ମନ୍ତ୍ରୀ
ବାଲିଯାତ୍ରାରେ ଅଘଟଣ: ଆଜି ବନ୍ଦ ରହିବ ସମସ୍ତ ଦୋଳି
ଲୋକସଭା ଆସନ ୫୦% ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି

ଆଫଗାନିସ୍ତାନରେ ସ୍କୁଲରେ ବିସ୍ଫୋରଣ, ୭ ମୃତ; ୯୭ ଆହତ

0

ଆଫଗାନିସ୍ଥାନ: ଆଫଗାନିସ୍ତାନର କୁନାର ପ୍ରଦେଶରେ ଏକ ବିଦ୍ୟାଳୟରେ ବଡ଼ଧରଣର ବିସ୍ଫୋରଣ ଘଟି ୭ ଜଣ ଛାତ୍ରଛାତ୍ରୀଙ୍କ ଜୀବନ ଯାଇଛି। ଏହି ଘଟଣାରେ ଅନ୍ୟ ୯୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ପୁଲିସ ମୁଖ୍ୟାଳୟର ମୁଖପାତ୍ର ଫରିଦ ଦେହକାନ କହିଛନ୍ତି ଯେ, ପ୍ରଦେଶର ସେର ଅଞ୍ଚଳରେ ଥିବା ଏକ ମାଧ୍ୟମିକ ସ୍କୁଲରେ ସକାଳ ପ୍ରାୟ ୧୦ଟାରେ ଏହି ଅଘଟଣ ଘଟିଥିଲା। ତେବେ ବିସ୍ଫୋରଣ କେଉଁ କାରଣରୁ ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣାର ଖବର ପାଇବା ପରେ ପୁଲିସର ଏକ ତଦନ୍ତକାରୀ ଦଳ ସ୍କୁଲରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ବିସ୍ଫୋରଣର କାରଣ ଖୋଜିବା ସହ ଘଟଣାର ସମସ୍ତ ଦିଗ ଯାଞ୍ଚ କରାଯାଉଛି। ଆହତଙ୍କ ଚିକିତ୍ସା ଓ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅଧିକ ସୂଚନାକୁ ଅପେକ୍ଷା ରହିଛି।

Leave A Reply

Your email address will not be published.