ପ୍ରମୁଖ ଖବର

ଶିଶୁ ଫର୍ମୁଲା ଫୁଡ୍‌କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍‌ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍‌ଟି ସୁପରିନଟେଣ୍ଡଣ୍ଟ

ପ୍ରଦୀପଙ୍କୁ ବହିଷ୍କାର କଲେ ନବୀନ

0

ଭୁବନେଶ୍ବର: ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ଦଳର ପ୍ରାଥମିକ ସଭ୍ୟ ପଦରୁ ବହିଷ୍କାର କରାଯାଇଛି। ଦଳର ଗଣମାଧ୍ୟମ ବ୍ୟାପାର ଦାୟିତ୍ବରେ ଥିବା ସାଧାରଣ ସଂପାଦକ ମାନସ ରଂଜନ ମଙ୍ଗରାଜ ଏ ସଂପର୍କରେ ଏକ ପ୍ରେସ ଇସ୍ତାହାର ଜାରି କରି ସୂଚନା ଦେଇଛନ୍ତି। ଏହି ଘଟଣା ଏବେ ବିଜେଡି ରାଜନୀତିରେ କମ୍ପନ ସୃଷ୍ଟି କରିଛି।

ବହୁଚର୍ଚ୍ଚିତ ଆଇଏଫ୍‌ଏସ୍ ଅଫିସର ଅଭୟକାନ୍ତ ପାଠକ କେଳେଙ୍କାରୀରେ ଛନ୍ଦି ହୋଇ ଶ୍ରୀ ପାଣିଗ୍ରାହୀ ଆଜି ପ୍ରଥମ ରାଜନୈତିକ ନେତା ଭାବେ ଦଳରୁ ତଡ଼ା ଖାଇଛନ୍ତି। ଏହି କ୍ରମରେ ଆଉ ଅନେକ ଅଧିକାରୀ, ମାଫିଆ ଆଗକୁ ଛନ୍ଦି ହେବେ ବୋଲି ସୂଚନା ମିଳୁଛି।

ଏଠାରେ ଉଲ୍ଲେଖଥାଉକି, ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣାରେ ଶ୍ରୀ ପାଣିଗ୍ରାହୀଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ଗୋପାଳପୁର ଅଞ୍ଚଳର ବିସ୍ଥାପିତଙ୍କୁ ନକଲି ନିଯୁକ୍ତି ଦିଆଯାଇ ବ୍ୟାପକ ଟଙ୍କା ହରିଲୁଟ୍ ହୋଇଥିବା ଭିଜିଲାନ୍ସ ତଦନ୍ତ ବେ​ଳେ ଜଣାପଡିଥିଲା। ଏ ସଂକ୍ରାନ୍ତରେ ଏବେ ଭିଜିଲାନ୍ସର ଏସ୍‌ଆଇଟି ଟିମ୍ ତନାଘନା ଆରମ୍ଭ କରିଦେଇଛି। ଆକାଶ ପାଠକ ଶ୍ରୀ ପାଣିଗ୍ରାହୀଙ୍କ ଝିଅକୁ ଆସନ୍ତାମାସରେ ବିବାହ କରିଥାନ୍ତେ। ଟାଟାରେ ନିଯୁକ୍ତି କାରବାରରେ ଶ୍ରୀ ପାଣିଗ୍ରାହୀ ଆକାଶକୁ ସହଯୋଗ କରିଥାଇପାରନ୍ତି ବୋଲି ସନ୍ଦେହ ପ୍ରକାଶ ପାଇଛି।

Leave A Reply

Your email address will not be published.