ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଟୋକିଓରୁ ଆସିଲା ତିନି ତିନିଟି ଖୁସି ଖବର

0

ବକ୍ସର ସତୀଶ କୁମାର ବି କ୍ବାର୍ଟର ଫାଇନାଲରେ


ଟୋକିଓ ଅଲିମ୍ପିକ୍ସରେ ଦ୍ୱିତୀୟ ପଦକ ଆଶାରେ ଭାରତ ଥିବା ବେଳେ ଆସିଛି ଭଲ ଖବର। ଦମଦାର ପ୍ରଦର୍ଶନ କରିଛନ୍ତି ପିଭି ସିନ୍ଧୁ। ବ୍ୟାଡମିଣ୍ଟନରେ ସିନ୍ଧୁଙ୍କ ବିଜୟ ଧାରା ଜାରି ରହିଛି। କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସିନ୍ଧୁ। ଆଜି ଖେଳାଯାଇଥିବା ରାଉଣ୍ଡ ୧୬ ମୁକାବିଲାରେ ପିଭି ସିନ୍ଧୁ ଡେନମାର୍କର ମିଆ ବ୍ଲିଚଫେଲ୍ଟ୍‌କୁ ପରାସ୍ତ କରିଛନ୍ତି।

ପ୍ରି କ୍ୱାର୍ଟରରେ ୨୧-୧୫,୨୧-୧୩ ସେଟରେ ପରାସ୍ତ କରି ସିନ୍ଧୁ କ୍ୱାର୍ଟର ଫାଇନାଲରେ ଏଣ୍ଟ୍ରି କରିଛନ୍ତି । ୪୧ ମିନିଟରେ ସିନ୍ଧୁ ଏହି ମୁକାବିଲା ନିଜ ନାଁରେ କରିଥିଲେ। ପ୍ରଥମେ ଗେମ ଆରମ୍ଭରୁ ସିନ୍ଧୁ ଭଲ ପ୍ରଦର୍ଶନ କରିଥିଲେ । ୨୨ ମିନିଟରେ ଜିତିନେଇଥିଲେ ସିନ୍ଧୁ। ଦ୍ୱିତୀୟ ଗେମରେ ସିନ୍ଧୁ ଆରମ୍ଭରୁ ୫-୦ରେ ଆଗୁଆ ରହିଥିଲେ। ୧୯ ମିନିଟରେ ସିନ୍ଧୁ ଦ୍ୱିତୀୟ ଗେମରେ ବିଜୟ ହୋଇଥିଲେ। ପୂର୍ବରୁ ଡେନମାର୍କ ଖେଳାଳି ମିଆ ବ୍ଲିଚଫେଲ୍ଟଙ୍କ ଠାରୁ ୪ ଥର ବିଜୟ ହୋଇଛନ୍ତି ସିନ୍ଧୁ। କ୍ୱାର୍ଟର ଫାଇନାଲରେ ସିନ୍ଧୁଙ୍କ ମୁକାବିଲା ଜାପାନ ଓ ଦକ୍ଷିଣ କୋରିଆର ଖେଳାଳିଙ୍କ ସହ ହେବ।

ସେହିପରି ପୁରୁଷ ହକିରେ ଭାରତର ଦମଦାର ବିଜୟ ହୋଇଛି । ଚାମ୍ପିଅନ ଆର୍ଜେଣ୍ଟିନାକୁ ପରାସ୍ତ କରିଛି । ୩-୧ ଗୋଲରେ ଭାରତୀୟ ଦଳ ପରାସ୍ତ
କରିଛି । ଭାରତ ପକ୍ଷରୁ ବରୁଣ, ବିବେକ,ହରମନପ୍ରୀତ ଗୋଲ ଦେଇଛନ୍ତି । ତୃତୀୟ କ୍ୱାର୍ଟରରେ ପ୍ରଥମ ଗୋଲ ଦେଇଥିଲା ଭାରତ। ଦଳ ପକ୍ଷରୁ ବରୁଣ କୁମାର ପ୍ରଥମ ଗୋଲ ଦେଇଥିଲେ।ଏହା ପରେ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିବର୍ତନ କରିଥିଲେ ଆର୍ଜେଣ୍ଟିନା ଖେଳାଳି । ଭାରତ ପକ୍ଷରୁ ଦ୍ୱିତୀୟ ଗୋଲ ବିବେକ ପ୍ରସାଦ ଓ ତୃତୀୟ ଗୋଲ ହରମନପ୍ରୀତ ଦେଇଥିଲେ।

ସେହିପରି ତୀରନ୍ଦାଜରେ ଅତନୁ ଦାସ ପ୍ରଦର୍ଶନ ଆକର୍ଷଣୀୟ ଥିଲା। କଡା ଟକ୍କର ଦେଇ ରାଉଣ୍ଡ ୧୬କୁ ଉନ୍ନୀତ ହୋଇଛନ୍ତି। ଦକ୍ଷିଣ କୋରିଆ ଖେଳାଳି ଜିନ
ହାଇକଙ୍କୁ ୬-୫ରେ ପରାସ୍ତ କରି ପ୍ରି କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛନ୍ତି । ଜିନ ହାଇକ ୨୦୧୨ରେ ଲଣ୍ଡନ ଅଲିମ୍ପିକ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଆଜି ପ୍ରଥମ ମୁକାବିଲାରେ ଚାଇନଜ ତାଇପେଇର ଡେଂଗ ୟୁ ଚେଂଗକୁ ସେ ପରାସ୍ତ କରିଥିଲେ। ଏହା ପରେ ପରବର୍ତୀ ମ୍ୟାଚରେ ଦକ୍ଷିଣ କୋରିଆ ଖେଳାଳି ଜିନ ହାଇକଙ୍କୁ ପରାସ୍ତ ଭେଟି ରାଉଣ୍ଡ ୧୬କୁ ଉନ୍ନୀତ ହୋଇଛନ୍ତି।

ସର୍ବଶେଷ ଖବର ଅନୁସାରେ, ଇଣ୍ଡିଆନ୍ ବକ୍ସର ସତୀଶ କୁମାର (୯୧ କେଜି) କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଜାମାଇକାର ରିକାଡୋ ବ୍ରାଉନ୍ସଙ୍କୁ ୪-୧ରେ ପରାସ୍ତ କରିଛନ୍ତି।

Leave A Reply

Your email address will not be published.