ପ୍ରମୁଖ ଖବର

ଖୁବ ଶୀଘ୍ର ୧୦ ଓ ୫୦୦ ଟଙ୍କା ନୂଆ ନୋଟ୍ ଆଣିବ ଆରବିଆଇ
ବଢ଼ିଲା ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧି
ଏପ୍ରିଲ ୧୧ରେ ଶୁଭାରମ୍ଭ ହେବ ଆୟୁଷ୍ମାନ୍ କାର୍ଡ
ଓଡିଶାର ୨ଟି ରେଳ ପ୍ରକଳ୍ପକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ
ମେଘନାଦ ପାଚେରୀରେ ମଗରମୁଣ୍ଡ ଭାଙ୍ଗିବା ଘଟଣାରେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱରରେ ଦୁଇ ଲୁଟେରାଙ୍କୁ ଏନ୍‌କାଉଣ୍ଟର
ଭେଟେରାନ ଅଭିନେତା ମନୋଜ କୁମାରଙ୍କ ପରଲୋକ

ଦେଶକୁ ଫେରିଲେ ପଦକ ବିଜେତା

0

ଟୋକିଓରେ ଟେକ ରଖି ଦେଶକୁ ଫେରିଲେ ଅଲିମ୍ପିକ୍ସ ପଦକ ବିଜେତା । ଅଲିମ୍ପିକ୍ସ ଅଭିଯାନ ସଫଳ କରି ସ୍ୱଦେଶ ଫେରିଛନ୍ତି ପଦକ ବିଜେତା । ସ୍ୱାଗତ ଜଣାଇବାକୁ ଦିଲ୍ଲୀ ବିମାନବନ୍ଦର ବାହାରେ ଉତ୍ସାବର ମାହୋଲ ଦେଖିବାକୁ ମିଳିଛି । ପ୍ରଶଂସକଙ୍କ ସହ ଖେଳାଳିଙ୍କ ପରିବାର ବିମାନବନ୍ଦରରେ ିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିି ପହଞ୍ଚିଛି।ବାଜା ଓ ଢୋଲରେ କମ୍ପୁଛି ପରିବେଶ । ଟୋକିଓ ଅଲିମ୍ପିକ୍ସ ଚଳିତ ବର୍ଷ ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଛନ୍ତି । ଭାରତ ଏଥର ୭ଟି ପଦକ ପାଇଛି । ୨ଟି ରୌପ୍ୟ, ୪ଟି ବ୍ରୋଞ୍ଜ ଓ ଗୋଟିଏ ସୁନା ପଦକ ହାତେଇଛି ଭାରତ । ଜାଭେଲିନ ଥ୍ରୋରେ ନିରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତି ଇତିହାସ ରଚିଛନ୍ତି । ଅଲିମ୍ପିକ୍ସରେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ନିରଜଙ୍କ ସଫଳତା ପରେ ତାଙ୍କ ନିକଟକୁ ଅଜସ୍ର ଶୁଭେଚ୍ଚା ସହ ପୁରସ୍କାର ଅଜାଡି ହୋଇପଡିଛି । ସେହିପରି ଭାରୋତାଳନରେ ମୀରାବାଈ ଚାନୁ ରୌପ୍ୟ ପଦକ ଆଣିଛନ୍ତି । ସେହିପରି ରେସଲିଂରେ ରୌପ୍ୟ ଦେଇଥିଲେ ରବି ଦହିୟା । ମହିଳା ବ୍ୟାଡମି ନ ସିଙ୍ଗଲ୍ସରେ ପିଭି ସିନ୍ଧୁ, ବକ୍ସିଂରେ ଲଭଲିନା,କୁସ୍ତିରେ ବଜରଙ୍ଗ ପୁନିଆ ଭାରତକୁ ବ୍ରୋଞ୍ଜ ଉପହାର ଦେଇଛନ୍ତି । ଏହା ସହ ଭାରତୀୟ ପୁରୁଷ ହକି ଦଳ ମଧ୍ୟ ବ୍ରୋଞ୍ଜ ପଦକ ଜିତି ଅଲିମ୍ପିକ୍ସାୀ ଇତିହାସ ରହିଛି ।

Leave A Reply

Your email address will not be published.