ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଅଡୁଆ ବଢାଇଲା ରାଜ୍ୟସଭା ଅଙ୍କ

0

ପୁଣି ଥରେ ବନ୍ଧୁତାରେ ବାନ୍ଧି ହେଲେ କି?
ଅମର, ସସ୍ମିତ,ଅଶ୍ବିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ
ଅଶ୍ବିନୀ ବିଜେପି ପ୍ରାର୍ଥୀ, ବିଜେଡି କିନ୍ତୁ ସର୍ମଥନ କରିଛି
ମୋଦୀ, ଶାହ କହିଲେ ବୋଲି ନବୀନଙ୍କ ସର୍ମଥନ
ଦଳୀୟ ଆଶାୟୀ ହତାଶ, ବିଜେଡି, ବିଜେପି ର୍କମୀ ସ୍ତବ୍ଧ

ଭୁବନେଶ୍ବର: ବିଜେଡି ଓ ବିଜେପି ର୍କମୀ ଆଜି ସ୍ତବ୍ଧ ହୋଇଛନ୍ତି। ଉଭୟ ଦଳର ର୍କମୀ ନିଜ ଶୀର୍ଷ ନେତୃତ୍ବର ଗଣିତ ଓ ରାଜନୈତିକ କୌଶଳ ବୁଝିପାରୁନାହାନ୍ତି। ନିର୍ବାଚନ ବେଳେ ମୁହାଁମୁହିଁ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସମ୍ଭବତଃ ଏକପ୍ରକାର ବନ୍ଧୁତା ସୃଷ୍ଟି ହୋଇଛି। ପୂର୍ବରୁ ଅନୁମାନ ହେଉଥିଲା, ଏ ବନ୍ଧୁତା କେବଳ ରାଜ୍ୟ ସ୍ବାର୍ଥ ପାଇଁ ହୋଇଛି। ହେଲେ ରାଜ୍ୟସଭା ଉପନିର୍ବାଚନ ପ୍ରାର୍ଥୀ ଘୋଷଣା ପରେ ଏଥିରୁ ରାଜନୈତିକ ଗନ୍ଧ ବାହାରିଲାଣି। ଶୁକ୍ରବାର ବିଜେଡି ଗୋଟିଏ ଆସନ ବିଜେପି ହାତରେ ଟେକି ଦେବା ପରେ ଉଭୟ ଦଳ ମଧ୍ୟରେ ଏହା ଆଲୋଚନା ପାଇଁ ଖୋରାକ ଯୋଗାଇଛି।
ଓଡ଼ିଶାର ତିନିଟି ରାଜ୍ୟସଭା ଆସନ ପାଇଁ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଆଇଟି ସେଲ୍ ମୁଖ୍ୟ ଡ. ଅମର ପଟ୍ଟନାୟକ ଓ ମୁଖପାତ୍ର ତଥା ସଂଖ୍ୟାଲଘୁ ସେଲ୍ସ ସଚିବ ଡ. ସସ୍ମିତ ପାତ୍ର ଓ ପୂର୍ବତନ ଆଇଏଏସ୍ ଅଫିସର ଅଶ୍ବିନୀ ବୈଷ୍ଣବଙ୍କ ନାମ ଘୋଷଣା କରିଥିଲେ। ଅଶ୍ବିନୀ କିନ୍ତୁ ବିଜେପି ପ୍ରାର୍ଥୀ। ତାଙ୍କୁ ବିଜେଡି ସର୍ମଥନ କରିବ ବୋଲି ଜଣାପଡିଛି। ବିଜେଡି ପ୍ରାର୍ଥୀ ଘୋଷଣା ପୂର୍ବରୁ ଓଡ଼ିଶା ବିଜେପି ପକ୍ଷରୁ ଏକ ଟ୍ବିଟ୍ କରି ଅଶ୍ବିନୀ ବୈଷ୍ଣବ ତାଙ୍କ ପ୍ରାର୍ଥୀ ବୋଲି ସୂଚନା ଦିଆଯାଇଥିଲା। ବାସ୍ତବରେ ଅଶ୍ବିନୀ କାହା ପ୍ରାର୍ଥୀ ସେ ନେଇ କିଛି ସମୟ ଦ୍ବନ୍ଦ୍ବ ଲାଗି ରହିବା ପରେ ବିଜେଡି ପ୍ରେସ ବିଜ୍ଞପ୍ତି ଜାରି କରି ପରୋକ୍ଷରେ ଜଣାଇ ଦେଇଛି ଯେ ପ୍ରଧାନମନ୍ତ୍ରୀଙ୍କ କଥା ମାନି ନବୀନ ଏମିତି କରିଛନ୍ତି। ବିଜେଡି ପ୍ରେସ ବିଜ୍ଞପ୍ତିରେ କହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅନୁରୋଧ ପରେ ଅଶ୍ୱିନୀ ବୈଷ୍ଣବଙ୍କୁ ଦଳ ସର୍ମଥନ କରିଛି।
ଦୁଇଟି କାରଣରୁ ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗ ରାଜ୍ୟ ରାଜନୀତିରେ ଆଜି ଏକ ନୂଆ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ନିର୍ଦିଷ୍ଟ କି ବାଧ୍ୟବାଧକତା ଥିଲା ଯେ ବିଜେପି ପ୍ରାର୍ଥୀଙ୍କୁ ନବୀନ ଗ୍ରହଣ କରି ଗୋଟିଏ ଆସନ ଛାଡିଲେ? ବାସ୍ତବରେ କିଏ କାହା ପାଇଁ ଜରୁରି ? ଏଭଳି ଦୁଇଟି ପ୍ରଶ୍ନ ରାଜନୈତିକ ମହଲ, ବିଜେଡି ଶିବିର ଠାରୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ର୍ପଯ୍ୟନ୍ତ ସମସ୍ତଙ୍କୁ ଆନ୍ଦୋଳିତ କରିଛି।
ବିଜେଡି-ବିଜେପି ପରସ୍ପର ସଂର୍ପକର ବନ୍ଧନରେ ପୁଣି ଥରେ ବାନ୍ଧି ହୋଇଯାଇଛନ୍ତି ବୋଲି ରାଜନୈତିକ ମହଲ ମତ ରଖିଛନ୍ତି। ଏହାକୁ ଅଘୋଷିତ ମେଣ୍ଟ ବୋଲି କୁହାଯାଇପାରେ।
ନିର୍ବାଚନ ସମୟରେ ପରସ୍ପର ବିରୋଧରେ ତମ୍ବିତୋଫାନର ଶୀର୍ଷକୁ ଯାଇଥିବା ଏହି ଦୁଇ ଦଳର ହାବଭାବ ନିର୍ବାଚନ ପରଠାରୁ ସନ୍ଦେହ ପରିସରରେ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦୂରତା କ୍ରମଶଃ କମିବା ଆରମ୍ଭ କରିଥିଲା ଓ ବିକାଶ ଏଜେଣ୍ଡାକୁ ସାମ୍ନାରେ ରଖି ପରସ୍ପର ନିକଟତର ହେଉଥିଲେ। ଭୋଟ ପରଦିନ ନୂଆଦିଲ୍ଲୀ ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଭାଇରାଲ୍ ହୋଇଥିଲା। ସେବେଠାରୁ ଚର୍ଚ୍ଚାରେ ଉଭୟ ଦଳ ରହିଛନ୍ତି। ପରେ ଫନିରେ ପ୍ରଧାନମନ୍ତ୍ରୀଙ୍କ ସହାୟତା, ନବୀନ-ଧର୍ମେନ୍ଦ୍ରଙ୍କ ଦିଲ୍ଲୀରେ ବୈଠକ, ନୂଆଦିଲ୍ଲୀରେ ମୋଦୀଙ୍କ ପ୍ରସ୍ତାବକୁ ନବୀନଙ୍କ ସର୍ମଥନ ଓ ଲୋକସଭା ବାଚସ୍ପତି ନିର୍ବାଚନରେ ବିଜେଡି ପ୍ରସ୍ତାବକ ହୋଇଥିଲା। ଆଜି ରାଜ୍ୟସଭା ପ୍ରାର୍ଥୀ ଘୋଷଣା ହେବା ପରେ ଏହି ଚର୍ଚ୍ଚା ଏକ ନିର୍ଣ୍ଣାୟକ ମୋଡ଼ ନେଇଥିବା ଏହି ମହଲ କହୁଛନ୍ତି।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ଯୁକ୍ତି ହେଉଛି, ଉପନିର୍ବାଚନ ହେଉଥିବା ତିନିଟି ଯାକ ଆସନରେ ବିଜେଡି
ପ୍ରାର୍ଥୀ ଜିତିବା ଏକ ପ୍ରକାର ସ୍ପଷ୍ଟ ଥିଲା। ୭୩ ସଦସ୍ୟଙ୍କ ଭୋଟ ମିଳିଲେ ଜଣେ ପ୍ରାର୍ଥୀ ଜିତୁଥିଲେ। ଏଣୁ ବିଜେପି ଓ କଂଗ୍ରେସ ହାତରେ ପ୍ରାର୍ଥୀ ଦେବା ପାଇଁ ସୁଯୋଗ ନ ଥିଲା। ତା ସତ୍ତ୍ବେ ଅର୍ଥାତ୍ ଆବଶ୍ୟକ ସଂଖ୍ୟା ନ ଥାଇ ବି ଅଶ୍ବିନୀ ଏବେ ବିଜେପି ଖାତାରେ ରାଜ୍ୟସଭା ଯିବା ରାସ୍ତା ଖୋଲିଛି। ଶ୍ରୀ ବୈଷ୍ଣବ କଟକ ଓ ବାଲେଶ୍ବରରେ ପୂର୍ବରୁ ଜିଲ୍ଲାପାଳ ଥିଲେ। କଟକରୁ ଯିବା ପରେ ଓଡ଼ିଶା ପାଇଁ ତାଙ୍କର ଆଉ ବିଶେଷ କିଛି ଅବଦାନ ନଥିଲା। ତବେେ ବିଜେଡି-ବିଜେପି ସଂପର୍କ ସୁଧାରିବାରେ ତାଙ୍କର ଏକ ବଡ଼ ଭୂମିକା ଥିବା କଥା କୁହାଯାଉଛି ଓ ପୁରସ୍କାର ସ୍ବରୂପ ତାଙ୍କୁ ରାଜ୍ୟସଭା ଆସନ ମିଳିଥିବା ଚର୍ଚ୍ଚା ହେଉଛି।
ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଥିବା ଦ୍ବିତୀୟ ପ୍ରସଙ୍ଗଟି ହେଉଛି, ନିର୍ବାଚନ ପୂର୍ବରୁ ନବୀନ ଯେଉଁ କିଛି ନେତାଙ୍କୁ ରାଜ୍ୟସଭା ଯିବା ପାଇଁ ଆଶ୍ବାସନା ଦେଇଥିଲେ, ସେମାନେ ନିରାଶ ହୋଇଛନ୍ତି। ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭା ପଠାଯିବ ବୋଲି ନବୀନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ। ଦଳ ଯେଉଁ ସବୁ ନେତା ଆଶାୟୀ ଥିଲେ, ସେମାନେ ବି ହତାଶ ହୋଇଛନ୍ତି।
ସୂଚନାଯୋଗ୍ୟ, ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିବା ଶ୍ରୀ ବୈଷ୍ଣବ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇସାରିଛନ୍ତି। ସେ ଆଗାମୀ ଦିନରେ ବିଜେଡି ଓ ବିଜେପି ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ସମସ୍ତ ପ୍ରାର୍ଥୀ ଆସନ୍ତା ୨୪ ତାରିଖରେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ।

Leave A Reply

Your email address will not be published.