ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ନେପାଳ ଭୂମିକମ୍ପରେ ୧୨୯ ମୃତ, ଶତାଧିକ ଆହତ

0

କାଠମାଣ୍ଡୁ: ବଡ଼ ଧରଣର ଭୂମିକମ୍ପରେ ଥରି ଉଠିଛି ନେପାଳ। ହୋଇଛି। ୬.୪ ତୀବ୍ରତାରେ ଥରି ଉଠିଲା ନେପାଳ । ଭୂମିକମ୍ପରେ ୧୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଅନେକ ଲୋକ ଘର ତଳେ ଚାପି ହୋଇ ରହିଥିବା ସୂଚନା ରହିଛି ।

ନେପାଳରେ ହୋଇଥିବା ଭୂକମ୍ପର ପ୍ରଭାବ ମଧ୍ୟ ଦିଲ୍ଲୀ-ଏନସିଆର ସମେତ ଗାଜିଆବାଦ, ଉତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଏବଂ ବିହାର ରାଜଧାନୀ ପାଟନାରେ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ର ନେପାଳର କାଠମାଣ୍ଡୁ ଠାରୁ ୩୩୧ କିଲୋମିଟର ଉତର-ପଶ୍ଚିମରେ ୧୦ କିଲୋମିଟର ଭୂତଳରେ ଥିଲା

ଏହି ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିଥିବା ବେଳେ ଉଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି । ୨୦୧୫ ରେ ନେପାଳରେ ୭.୮ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା । ଏଥିରେ ୧୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ପ୍ରାୟ ଲକ୍ଷ ଘର କ୍ଷତିଗ୍ରସ୍ତ ହୋଇଥିଲା ।

Leave A Reply

Your email address will not be published.