ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ବୋମା ଧମକରେ ଖାଲି ହେଲା ଗୁଜରାଟ ବିଧାନସଭା

0

ଗୁଜୁରାଟ: ବଜେଟ ଅଧିବେଶନ ସମୟରେ ଗୁଜରାଟ ବିଧାନସଭାକୁ ବୋମା ଧମକ ମିଳିବାରୁ ଆତଙ୍କ ସୃଷ୍ଟି ହୋଇଥିଲା। ବୁଧବାର ସକାଳେ ଇମେଲ ମାଧ୍ୟମରେ ବିଧାନସଭା ପରିସରରେ ବୋମା ଥିବା ନେଇ ଧମକ ଆସିଥିଲା। ଗୃହର କାର୍ଯ୍ୟଧାରା ଆରମ୍ଭ ପୂର୍ବରୁ ସମସ୍ତ ବିଧାୟକ ଓ କର୍ମଚାରୀଙ୍କୁ ତୁରନ୍ତ ବାହାର କରାଯାଇଥିଲା। ସକାଳ ୮ଟା ୪୫ ମିନିଟରେ ଧମକପୂର୍ଣ୍ଣ ଇମେଲ ମିଳିଥିବା ସୂଚନା ମିଳିଛି।

ଘଟଣା ସମ୍ବନ୍ଧରେ ପୁଲିସକୁ ଖବର ଦିଆଯାଇଥିବାବେଳେ ତୁରନ୍ତ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା। ଯାଞ୍ଚ ପରେ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିବା ସୂଚନା ମିଳିଛି। ବର୍ତ୍ତମାନ ପରିସ୍ଥିତି ସାଧାରଣ ରହିଛି।

Leave A Reply

Your email address will not be published.