ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ବୋମା ଧମକରେ ଖାଲି ହେଲା ଗୁଜରାଟ ବିଧାନସଭା

0

ଗୁଜୁରାଟ: ବଜେଟ ଅଧିବେଶନ ସମୟରେ ଗୁଜରାଟ ବିଧାନସଭାକୁ ବୋମା ଧମକ ମିଳିବାରୁ ଆତଙ୍କ ସୃଷ୍ଟି ହୋଇଥିଲା। ବୁଧବାର ସକାଳେ ଇମେଲ ମାଧ୍ୟମରେ ବିଧାନସଭା ପରିସରରେ ବୋମା ଥିବା ନେଇ ଧମକ ଆସିଥିଲା। ଗୃହର କାର୍ଯ୍ୟଧାରା ଆରମ୍ଭ ପୂର୍ବରୁ ସମସ୍ତ ବିଧାୟକ ଓ କର୍ମଚାରୀଙ୍କୁ ତୁରନ୍ତ ବାହାର କରାଯାଇଥିଲା। ସକାଳ ୮ଟା ୪୫ ମିନିଟରେ ଧମକପୂର୍ଣ୍ଣ ଇମେଲ ମିଳିଥିବା ସୂଚନା ମିଳିଛି।

ଘଟଣା ସମ୍ବନ୍ଧରେ ପୁଲିସକୁ ଖବର ଦିଆଯାଇଥିବାବେଳେ ତୁରନ୍ତ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା। ଯାଞ୍ଚ ପରେ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିବା ସୂଚନା ମିଳିଛି। ବର୍ତ୍ତମାନ ପରିସ୍ଥିତି ସାଧାରଣ ରହିଛି।

Leave A Reply

Your email address will not be published.