ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

0

ଆସାମ: ଆଗାମୀ ଆସାମ ବିଧାନସଭା ନିର୍ବାଚନ ପାଇଁ କ୍ଷମତାସୀନ ବିଜେପି ପ୍ରଥମ ପର୍ଯ୍ୟାୟରେ ୮୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତାଲିକା ଅନୁସାରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପୁଣିଥରେ ନିଜର ଗଡ଼ ଜାଲୁକବାରି ଆସନରୁ ନିର୍ବାଚନ ଲଢ଼ିବେ। ସେ ଏଠାରୁ ଲଗାତାର ଷଷ୍ଠ ଥର ପାଇଁ ମୈଦାନରେ ରହିବେ।

ପ୍ରାର୍ଥୀ ତାଲିକାରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ପ୍ରଦ୍ୟୁତ ବର୍ଦ୍ଦୋଲୋଇ ଓ ଭୂପେନ ବୋରାଙ୍କୁ ମଧ୍ୟ ସ୍ଥାନ ମିଳିଛି। ପ୍ରଦ୍ୟୁତଙ୍କୁ ଦିସାପୁର ଆସନରୁ ଟିକେଟ୍ ଦିଆଯାଇଥିବାବେଳେ ଭୂପେନ ବୋରାଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିଛି। ଏହାସହ ପୀଜୁଶ ହାଜାରିକା, ରୂପାଲୀ ଲଙ୍ଗଥାସା ଓ ପ୍ରଶାନ୍ତ ଫୁକାନଙ୍କୁ ମଧ୍ୟ ଟିକେଟ୍ ମିଳିଛି। ଆସାମର ୧୨୬ଟି ଆସନ ପାଇଁ ଆସନ୍ତା ଏପ୍ରିଲ ୯ରେ ଭୋଟ ଗ୍ରହଣ ହେବ।

Leave A Reply

Your email address will not be published.