ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି

0

ଭୁବନେଶ୍ବର: ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର। ରାଜ୍ୟର ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ କ୍ରମେ ହୀରା ଓ ମାଣିକ ଖଣିର ସନ୍ଧାନ ମିଳିଛି। ବିଧାନସଭାରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ସୂଚନା ଦେଇଥିଲେ। ନୂଆପଡାର କାଲମିଦାଦର ଅଞ୍ଚଳରେ ହୀରା ପଥର ଥିବା ଚିହ୍ନଟ ହୋଇଥିବାବେଳେ କଳାହାଣ୍ଡିର ଜୁନାଗଡ଼ ଅଞ୍ଚଳରେ ମାଣିକ ଥିବା ସନ୍ଧାନ ମିଳିଛି। ବର୍ତ୍ତମାନ ଏହି ଖଣିଗୁଡିକର ବୈଷୟିକ ଓ ଅର୍ଥନୈତିକ ମୂଲ୍ୟାୟନ କାର୍ଯ୍ୟ ଚାଲିଛି।

ଏହା ସହିତ ଦେବଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନା, ତମ୍ବା, ଗ୍ରାଫାଇଟ ଓ ନିକେଲ ଭଳି ଖଣିଜ ସମ୍ପଦ ଥିବାର ସୂଚନା ମିଳିଛି। ଏହି ସମସ୍ତ ଅଞ୍ଚଳରେ ଡିଜିପିଏସ ସର୍ଭେ ଓ ଭୂତାତ୍ତ୍ୱିକ ଅଧ୍ୟୟନ ଜାରି ରହିଛି। ରାଜ୍ୟରେ ଖଣିଜ ସମ୍ପଦ ଶୀଘ୍ର ଶେଷ ହେବ ବୋଲି ଯେଉଁ ଅଭିଯୋଗ ହେଉଛି, ତାହାକୁ ମନ୍ତ୍ରୀ ଖଣ୍ଡନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ପ୍ରଚୁର ପରିମାଣରେ ଲୁହା ପଥର ଓ କ୍ରୋମାଇଟ ମଜୁତ ରହିଥିବା ସେ କହିଛନ୍ତି।

Leave A Reply

Your email address will not be published.