ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ଆଲମିରାରୁ ମିଳିଲା ୧୪୨ କୋଟି

0

ଆଲମିରାରେ ର୍‌ଖାଯାଇଥିଲା ୧୪୨ କୋଟି । ଆଜ୍ଞା ହଁ କଥାଟା ଅଡୁଆ ଲାଗୁଥିଲେ ବି ସତ । ହାଇଦ୍ରାବାଦର ହେଟେରୋ ଫାର୍ମାସ୍ୟୁଟିକାଲ ଗ୍ରୁପର ଚଢାଉ କରିଛି ଆୟକର ବିଭାଗ । ହେଲେ ଆୟକର ବିଭାଗ ଅଧିକାରୀ ଯେତେବେଳେ ଆଲମିରା ଖୋଲିଥିଲେ, ସେତେବେଳେ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ । ଆଲମିରାରେ ଥିଲା ୧୪୨ କୋଟି ଟଙ୍କା ।

ଏହି କମ୍ପାନୀ ଅଧିକାଂଶ ଉତ୍ପାଦନ ବିଦେଶକୁ ରପ୍ତାନୀ କରେ ।ଆମେରିକା, ୟୁରୋପ, ଦୁବାଇ ଓ ଅନ୍ୟ ଆଫ୍ରିକୀୟ ଦେଶକୁ ରପ୍ତାନୀ କରିଥାଏ । ଆୟକର ବିଭାଗ କମ୍ପାନୀର ୬ଟି ରାଜ୍ୟର ପାଖାପାଖି ୫୦ଟି ସ୍ଥାନରେ ଚଢାଉ କରିଥିଲେ । ଡିଜିଟାଲ ଉପକରଣ,ପେନ୍ ଡ୍ରାଇଭ ଓ ଅନେକ ଡକ୍ୟୁମେଂଟ ପ୍ରମାଣ ଆକାରରେ ଆୟକର ବିଭାଗକୁ ମିଳିଛି । ଯାହା ଜବତ କରାଯାଇଛି । ଚଢାଉ ବେଳେ ବହୁ ନକଲି କମ୍ପାନୀରୁ କିଣାବିକାର ଗଡବଡ ମଧ୍ୟ ସାମନାକୁ ଆସିଛି ।

ଏହା ବ୍ୟତୀତ, ଜମି କ୍ରୟ ପାଇଁ ଦିଆଯାଇଥିବା ଟଙ୍କାର ପ୍ରମାଣ ମିଳିଛି । ଆୟକର ବିଭାଗ ଅଧିକାରୀ କହିଛନ୍ତି ଯେ, ଚଢାଉ ସମୟରେ ଅନେକ ବ୍ୟାଙ୍କ ଲକର ମିଳିଛିା ଯେଉଁଥିରୁ ୧୬ଟି ଲକର ଏବେ ପରିଚାଳିତ ହେଉଛି । କେନ୍ଦ୍ରୀୟ ଟ୍ୟାକ୍ସ ବୋର୍ଡ ଅନୁଯାୟୀ, ହାଇଦ୍ରାବାଦର ଏହି ହେଟେରୋ ଫାର୍ମାସ୍ୟୁଟିକାଲ ଉପରେ ଅକ୍ଟୋବର ୬ରେ ଚଢାଉ କରାଯାଇଥିଲା । ଏପର୍ଯ୍ୟନ୍ତ ମୋଟ ୫୫୦ କୋଟି ଟଙ୍କା ମିଳିଛି । ଯାହାର ହିସାବ ନାହିଁ । ବେଆଇନ ଆୟର ହିସାବ ପାଇଁ ଏବେ ବି ଚଢାଉ ଜାରି ରହିଛି ।

Leave A Reply

Your email address will not be published.