ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ଆଲମିରାରୁ ମିଳିଲା ୧୪୨ କୋଟି

0

ଆଲମିରାରେ ର୍‌ଖାଯାଇଥିଲା ୧୪୨ କୋଟି । ଆଜ୍ଞା ହଁ କଥାଟା ଅଡୁଆ ଲାଗୁଥିଲେ ବି ସତ । ହାଇଦ୍ରାବାଦର ହେଟେରୋ ଫାର୍ମାସ୍ୟୁଟିକାଲ ଗ୍ରୁପର ଚଢାଉ କରିଛି ଆୟକର ବିଭାଗ । ହେଲେ ଆୟକର ବିଭାଗ ଅଧିକାରୀ ଯେତେବେଳେ ଆଲମିରା ଖୋଲିଥିଲେ, ସେତେବେଳେ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ । ଆଲମିରାରେ ଥିଲା ୧୪୨ କୋଟି ଟଙ୍କା ।

ଏହି କମ୍ପାନୀ ଅଧିକାଂଶ ଉତ୍ପାଦନ ବିଦେଶକୁ ରପ୍ତାନୀ କରେ ।ଆମେରିକା, ୟୁରୋପ, ଦୁବାଇ ଓ ଅନ୍ୟ ଆଫ୍ରିକୀୟ ଦେଶକୁ ରପ୍ତାନୀ କରିଥାଏ । ଆୟକର ବିଭାଗ କମ୍ପାନୀର ୬ଟି ରାଜ୍ୟର ପାଖାପାଖି ୫୦ଟି ସ୍ଥାନରେ ଚଢାଉ କରିଥିଲେ । ଡିଜିଟାଲ ଉପକରଣ,ପେନ୍ ଡ୍ରାଇଭ ଓ ଅନେକ ଡକ୍ୟୁମେଂଟ ପ୍ରମାଣ ଆକାରରେ ଆୟକର ବିଭାଗକୁ ମିଳିଛି । ଯାହା ଜବତ କରାଯାଇଛି । ଚଢାଉ ବେଳେ ବହୁ ନକଲି କମ୍ପାନୀରୁ କିଣାବିକାର ଗଡବଡ ମଧ୍ୟ ସାମନାକୁ ଆସିଛି ।

ଏହା ବ୍ୟତୀତ, ଜମି କ୍ରୟ ପାଇଁ ଦିଆଯାଇଥିବା ଟଙ୍କାର ପ୍ରମାଣ ମିଳିଛି । ଆୟକର ବିଭାଗ ଅଧିକାରୀ କହିଛନ୍ତି ଯେ, ଚଢାଉ ସମୟରେ ଅନେକ ବ୍ୟାଙ୍କ ଲକର ମିଳିଛିା ଯେଉଁଥିରୁ ୧୬ଟି ଲକର ଏବେ ପରିଚାଳିତ ହେଉଛି । କେନ୍ଦ୍ରୀୟ ଟ୍ୟାକ୍ସ ବୋର୍ଡ ଅନୁଯାୟୀ, ହାଇଦ୍ରାବାଦର ଏହି ହେଟେରୋ ଫାର୍ମାସ୍ୟୁଟିକାଲ ଉପରେ ଅକ୍ଟୋବର ୬ରେ ଚଢାଉ କରାଯାଇଥିଲା । ଏପର୍ଯ୍ୟନ୍ତ ମୋଟ ୫୫୦ କୋଟି ଟଙ୍କା ମିଳିଛି । ଯାହାର ହିସାବ ନାହିଁ । ବେଆଇନ ଆୟର ହିସାବ ପାଇଁ ଏବେ ବି ଚଢାଉ ଜାରି ରହିଛି ।

Leave A Reply

Your email address will not be published.