ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

0

ଭୁବନେଶ୍ବର: ରାଜ୍ୟର ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ମଙ୍ଗଳବାର ଆୟୋଜିତ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ର ୧୪୫ତମ ବୈଠକରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ବୈଠକଟି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହୋଇଥିଲା।

ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ମୋଟ ୪,୫୧୦.୬୫ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ପ୍ରାୟ ୧୦,୧୨୨ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ବାଲେଶ୍ୱର, ବଲାଙ୍ଗୀର, କଟକ, ଜଗତସିଂହପୁର, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ସହିତ ୧୧ଟି ଜିଲ୍ଲାରେ ସ୍ଥାପିତ ହେବ। ଧାତୁ ଓ ଶକ୍ତି କ୍ଷେତ୍ରରେ କେତେକ ପ୍ରମୁଖ ନିବେଶ ପ୍ରସ୍ତାବ ଅନୁମୋଦନ ପାଇଛି। ସେହିପରି ପର୍ଯ୍ୟଟନ କ୍ଷେତ୍ରକୁ ଗତି ଦେବା ପାଇଁ ଭୁବନେଶ୍ୱର, ପୁରୀ, କୋରାପୁଟ ଓ ବଲାଙ୍ଗୀରରେ ୪ଟି ନୂଆ ତାରକା ହୋଟେଲ୍ ପ୍ରକଳ୍ପକୁ ମଧ୍ୟ ସ୍ୱୀକୃତି ମିଳିଛି।

ଏହାସହ ସମ୍ବଲପୁରରେ ଲଜିଷ୍ଟିକ୍ସ ପାର୍କ, କଳାହାଣ୍ଡିରେ ଇଥାନଲ୍ ଉତ୍ପାଦନ ଇଉନିଟ୍ ଓ ଖୋର୍ଦ୍ଧାରେ ଶିଳ୍ପ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ମଧ୍ୟ ଅନୁମୋଦନ ଦିଆଯାଇଛି।ସରକାରଙ୍କ ମତାନୁସାରେ, ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଶିଳ୍ପ ବିକାଶକୁ ଶକ୍ତିଶାଳୀ କରିବା ସହ ନୂତନ ନିଯୁକ୍ତି ସୃଷ୍ଟିରେ ମୁଖ୍ୟ ଭୂମିକା ନେବ।

Leave A Reply

Your email address will not be published.