ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ଚାଷୀ ଆନ୍ଦୋଳନରେ ଧସେଇ ପଶିଛି ରାଜନୀତି

0

ଭୁବନେଶ୍ୱର: ପ୍ରାଇସ୍‍, ପ୍ରେଷ୍ଟିଜ ଓ ପେନସନ୍‍ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ କରୁଥିବା ଆନ୍ଦୋଳନରେ ନିଷ୍ଠା କମ୍‍ ବରଂ ରାଜନୀତି ବେଶୀ, ଏକଥା ଜଳ ଜଳ ହୋଇ ପଦାକୁ ଦିଶିଲାଣି । ପରିଣାମ ହେଲା, ଏହି ଆନ୍ଦୋଳନ ପ୍ରତି ଗାଁ ଗଣ୍ଡାରେ ଯେଭଳି ଆନ୍ତରିକତା ପ୍ରକାଶ ପାଉଥିଲା, ତାହା ପରିଲକ୍ଷିତ ହେଉନାହିଁ ।
ଏପଟେ ଆନ୍ଦୋଳନ ପ୍ରତି ଜନସମର୍ଥନ କମୁଥିବା ନେଇ ରିପୋର୍ଟ ମିଳିବା ପରେ ସରକାର ଏହାକୁ ଭଣ୍ଡୁର କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି । ଆସନ୍ତାକାଲି ରାଜଧାନୀରେ ସେମାନେ ସମ୍ମିଳିତ ହେବା ପୂର୍ବରୁ ଆଜି ଉପକଣ୍ଠ ତମାଣ୍ଡୋରେ ସେମାନଙ୍କୁ ପୁଲିସ ଅଟକାଇବା ସହିତ ୧୪୪ ଧାରା ଜାରି କରିଛି ।
ଉଲ୍ଲେଖଯୋଗ୍ୟ, ପ୍ରାଇସ୍‍, ପ୍ରେଷ୍ଟିଜ୍‍ ଓ ପେନସନ୍‍ ଦାବି ନେଇ ଓଡ଼ିଶାରେ ଚାଷୀ ଆନ୍ଦୋଳନ ଗତ କିଛି ବର୍ଷ ଧରି ମୁଣ୍ଡ ଟେକିଛି । ରାଜ୍ୟ ସରକାର ଯଦିଓ ଏହି ଦାବି ପ୍ରତି ସହମତ ଅଛନ୍ତି, କିନ୍ତୁ ଏହି ଆନ୍ଦୋଳନକୁ ଫଳପ୍ରସୂ କରିବ ବଦଳରେ ଆନ୍ଦୋଳନକାରୀମାନେ ଅଧିକ ରାଜନୀତି ପାଇଁ ସୁଯୋଗ ଦେଉଥିବା ପରିପ୍ରେକ୍ଷୀରେ ଏହା ଦିଗହରା ହୋଇଛି ।
ପଶ୍ଚିମ ଓଡ଼ିଶାରେ ଭୟଙ୍କର ମରୁଡି କାରଣରୁ ୯ଟି ଜିଲ୍ଲାର ଚାଷୀ ହନ୍ତସନ୍ତ ହେଉଛନ୍ତି । ଚକଡ଼ା ପୋକ ଚାଷୀଙ୍କୁ ନୟାନ୍ତ କଲେଣି । ଭୀଷଣ ସାମୁଦ୍ରିକ ଝଡ ତିତ୍‍ଲିର ପ୍ରଭାବ ମଧ୍ୟ ୧୭ଟି ଜିଲ୍ଲାରେ ପଡିଛି । ଏସବୁ ଜିଲ୍ଲା ପାଇଁ ରାଜ୍ୟ ସରକାର ପ୍ୟାକେଜ୍‍ ଘୋଷଣା କରିଛନ୍ତି । ଏମିତି ଏକ ସମୟରେ ସେମାନଙ୍କ ଜମି ବଞ୍ଚାଇବା ପାଇଁ ଚାଷୀଙ୍କୁ ସହଯୋଗ କରିବା ସହିତ ଚାଷୀ କିଭଳି ପ୍ୟାକେଜରୁ ଶତ ପ୍ରତିଶତ ଫାଇଦା ପାଇବ, ଦେଖିବା ବଦଳରେ ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବା କାରଣରୁ ରାଜ୍ୟର ଅଧାରୁ ଅଧିକ ଚାଷୀଙ୍କ ସମର୍ଥନ ସେମାନେ ହରାଇଛନ୍ତି । କେବଳ ସେତିକି ନୁହେଁ, କେଉଁଦିନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନେଇ ସଂଗଠନ ଆଗରେ ବସାଇଲେଣି ତ ଆଉ କେବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, କଂଗ୍ରେସ ନେତା ସୁରେଶ ରାଉତରାୟ, ପ୍ରଦୀପ ମାଝୀ ସେମାନଙ୍କୁ ସମର୍ଥନ ଦେଇ ଆନ୍ଦୋଳନରେ ଯୋଗ ଦେଲେଣି । ଏପରିକି କଂଗ୍ରେସ ପତାକା ମଧ୍ୟ ଉଡିଲାଣି । ଏହାଦ୍ୱାରା ଚାଷୀ ଆନ୍ଦୋଳନର ମୂଳ ଲକ୍ଷ୍ୟ ପ୍ରଭାବିତ ହୋଇସାରିଲାଣି, ଏକଥା ଆଉ କାହାକୁ ଅଛପା ନାହିଁ ।
ସବୁଠାରୁ ସାଂଘାତିକ କଥା ହେଉଛି, ବିଜେଡିରୁ ବିଦା ହୋଇଥିବା ଡାକ୍ତର ଦାମୋଦର ରାଉତଙ୍କ ସହିତ ଗୋଟିଏ ମଞ୍ଚରେ ବସୁଛନ୍ତି ନବ ନିର୍ମାଣ ସଂଗଠନର ଉପଦେଷ୍ଟା ରବି ଦାସ । ଗତଥର ଚାଷୀ ଆନ୍ଦୋଳନକୁ ଫୁସକାଇବାରେ ଡାକ୍ତର ରାଉତ ମୁଖ୍ୟ ପୁରୋଧା ସାଜିଥିଲେ । କେବଳ ସେତିକି ନୁହେଁ, ଚାଷୀ ଆନ୍ଦୋଳନରେ ସାମିଲ ଥିବା ନେତାମାନେ କେବେ ବିଲରେ ହଳ ଲଙ୍ଗଳ ଧରିଛନ୍ତି କି ବୋଲି କଟାକ୍ଷ କରିବା ସହିତ ଚାଷୀ ଆତ୍ମହତ୍ୟାକୁ ରୋକ୍‍ଠୋକ୍‍ ପ୍ରତ୍ୟାଖ୍ୟାନ କରିଥିଲେ । ଏହାଦ୍ୱାରା ସେ ସମୟରେ ସରକାର ଅକଳରେ ପଡିଯାଇଥିଲା ।
ଏବେ ରାଜନୈତିକ ମହଲର କହିବା କଥା ହେଉଛି, ଶ୍ରୀ ଦାସ ଖୋଲାଖୋଲି ଡାକ୍ତର ରାଉତଙ୍କୁ ସମର୍ଥନ ଦେଉଛନ୍ତି, ଯିଏ କି ଚାଷୀଙ୍କ ସ୍ୱାର୍ଥକୁ ବିରୋଧ କରୁଥିଲେ । ଏହା କିମିତି ସମ୍ଭବ । ସେହିଭଳି ପୂର୍ବତନ ସାଂସଦ ଶ୍ରୀ ପଣ୍ଡାଙ୍କର ତୁଣ୍ଡ କି କଲମ ଥରୁଟିଏ ବି ଚାଷୀଙ୍କ ପ୍ରତି ଢଳିନି । ସାଂସଦ ଥିବା ବେଳେ ସଂସଦରେ ସ୍ୱାମୀନାଥନ୍‍ କମିଟି କାର୍ଯ୍ୟକାରୀ କରିବା ନେଇ ସେ କେନ୍ଦ୍ର ଉପରେ ଚାପ ପକାଇନାହାନ୍ତି । ଆଜି ମଧ୍ୟ କେନ୍ଦ୍ରର ଏଭଳି ଐତିହାସିକ ଅବହେଳା ନେଇ ତାଙ୍କର ପ୍ରତିବାଦ ଶୁଣାଯାଉନି । ଅତଏବ, ଚାଷୀ ଆନ୍ଦୋଳନ ପଛର ଅସଲ ଉଦ୍ଦେଶ୍ୟ ଯେ ପରାହତ ହୋଇଛି, ଏକଥା ଆଉ ବୁଝିବାକୁ ବାକି ନାହିଁ ।
ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ନାମମାତ୍ର ଚାଷୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହି ବର୍ଗର ଚାଷୀଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକା ଅପେକ୍ଷା କେନ୍ଦ୍ରର ଭୂମିକା ଅଧିକ । ଏପରିକି ଚାଷୀକୁ ତାର ପ୍ରାପ୍ୟ ମିଳିବା ନେଇ କେନ୍ଦ୍ର ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାକୁ ସେମାନେ ରଖିବା ନେଇ ଆଗ୍ରହ ଦେଖାଇନାହାନ୍ତି । ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ ହେବା ପରେ ବି କେନ୍ଦ୍ର ଗୃହ କମିଟିକୁ ଭେଟିବାକୁ ଚାହିଁଲା ନାହିଁ । ଏବଂ ନିଜ ପ୍ରତିଶ୍ରୁତି ରଖିବାକୁ ଯାଇ ଚାଷୀର ଉପùାଦନ ମୂଲ୍ୟର ଦେଢ ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଗଲା ନାହିଁ ।

Leave A Reply

Your email address will not be published.