ମାଲକାନଗିରି: ଛତିଶଗଡରେ ମାଓବାଦୀ ହିଂସା କମିବାର ନା ଧରୁନାହିଁ । ରବିବାର କାଙ୍କେର ଜିଲ୍ଲାରେ ମାଓବାଦୀ ପୁଣି ଏକ ହିଂସାକାଣ୍ଡ ଘଟାଇଛନ୍ତି । ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ପୁଲିସ ସୂଚନାଦାତା ବୋଲି ସନ୍ଦେହ କରି ମାଓବାଦୀମାନେ ତାଙ୍କୁ ମୃତୁ୍୍ୟ ଦଣ୍ଡ ଦେଇଛନ୍ତି । ମୃତକ ଜଣକ ସିକସୋଡି ଥାନା ଅନ୍ତର୍ଗତ ଛୋଟେ ବଦଲି ଗାଁର ସରପଞ୍ଚଙ୍କ ସ୍ୱାମୀ ଲାଲ ସ୍ୱାଗା ଦୁଗା ବୋଲି ପୁଲିସ କହିଛି ।
ଶନିବାର ରାତିରେ ସେମାନେ ତାଙ୍କୁ ଘରୁ ଟେକି ନେଇଯାଇଥିଲେ । ମାରପିଟ ପରେ ହତ୍ୟା କରିଛନ୍ତି । ନିର୍ବାଚନ ପୂର୍ବରୁ ଏମିତି ଘଟଣା ଘଟାଇ ସ୍ଥାନୀୟ ଲୋକଙ୍କୁ ଡରାଇବାକୁ ଚାହୁଁଥିବା ପୁଲିସ କହିଛି । ଏହି ଘଟଣାରେ ବହୁ ସଂଖ୍ୟାରେ ସଶସ୍ତ୍ର ମାଓବାଦୀଙ୍କ ଯୋଗଦାନ ରହିଥିବା ପ୍ରାରମ୍ଭିକ ଅନୁସନ୍ଧାନରୁ ପୁଲିସ ଜାଣିପାରିଛି ।
ପ୍ରମୁଖ ଖବର
ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ