ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସଂସଦ ପାଇଁ ରଣନୀତି

0

କେନ୍ଦ୍ର ଅବହେଳାର ତାଲିକା କଲା ବିଜେଡି
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ବି ଉଠାଯିବ
ଭୁବନେଶ୍ୱର: ଆଗକୁ ନିର୍ବାଚନ ସାମ୍ନା କରିବା ଲାଗି ଯେଉଁ ସବୁ କଥା ଲୋକଙ୍କ ମନକୁ ଛୁଇଁବ, ସେମାନେ ତାତିବେ, ବିଜେପିକୁ ଛି ଛି କରିବେ, ସେଭଳି ବଛା ବଛା ପ୍ରସଙ୍ଗକୁ ବିଜେଡି ଏକାଠି କରିଛି । ଆସନ୍ତା ୧୧ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭା ଶୀତ ଅଧିବେଶନରେ ଏହି ପ୍ରସଙ୍ଗକୁ ଓଡ଼ିଶାର ସାଂସଦମାନେ ସଂସଦରେ ଉଠାଇ ଗର୍ଜିବେ । ଆଜି ନବୀନ ନିବାସରେ ଅନୁଷ୍ଠିତ ବିଜେଡି ସଂସଦୀୟ ଦଳ ବୈଠକରେ ଏ ସଂକ୍ରାନ୍ତରେ ରଣନୀତି ଚୂଡାନ୍ତ ହୋଇଛି । ମୁ୍‍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସଦମାନଙ୍କ ବୈଠକରେ ହାଇକମାଣ୍ଡ ଏ ସଂକ୍ରାନ୍ତ ରଣନୀତିର କାର୍ଯ୍ୟାନ୍ୱୟନ ନେଇ ବିଶଦ ଆଲୋଚନା କରିଥିଲେ ।
ବୈଠକ ନିଷ୍ପତ୍ତି ସଂପର୍କରେ ସୂଚାଇ ସାଂସଦ ପ୍ରତାପ ଦେବ କହିଥିଲେ, ଆସନ୍ତା ଶୀତ ଅଧିବେଶନରେ ଯେଉଁ ସବୁ ପ୍ରସଙ୍ଗ ଉଠାଯିବ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗକୁ ସବୁଠାରୁ ଗୁରୁତ୍ୱ ଦିଆଯାଇ ଉଠାଯିବ । ଅନ୍ୟ କିଛି ରାଜ୍ୟ ମଧ୍ୟ ଏହି ଦାବି ରଖୁଛନ୍ତି । ଏଣୁ ସମସ୍ତେ ମିଶିକରି ଏହି ଦାବି ଗୃହ ସାମ୍ନାରେ ରଖିବେ । କେବଳ ସେତିକି ନୁହେଁ, ବିଜେପିି ତାର ଇସ୍ତାହାରରେ ସ୍ୱାମୀନାଥନ୍‍ ରିପୋର୍ଟ କାର୍ଯ୍ୟକାରୀ କରିବା ଲାଗି ପ୍ରତିଶ୍ରୁତି ଦେଇଛି । ମାତ୍ର ଏହାର କାର୍ଯ୍ୟାନ୍ୱୟନରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ବିଶେଷକରି ଚାଷୀଙ୍କୁ ଉପùାଦିତ ସାମଗ୍ରୀ ଦର ଦେଢ ଗୁଣା ପ୍ରାପ୍ୟ ପ୍ରସଙ୍ଗ କେବଳ କାଗଜକଲମରେ ରହିଗଲା । ଏହାବ୍ୟତୀତ ସଂସଦ, ବିଧାନସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ଓଡ଼ିଶା ବିଧାନସଭା ଇତିମଧ୍ୟରେ ସଂକଳ୍ପ ପାରିତ କରିଛି । ମୁଖ୍ୟମନ୍ତ୍ରୀ ନିଜେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି ଓ ଦଳର ମୁଖ୍ୟ ନେତାମାନଙ୍କୁ ଅନ୍ୟ ୨୨ଟି ଦଳ ସହିତ ଯୋଗାଯୋଗ କରିବା ଲାଗି କହିଛନ୍ତି । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ନବୀନ ଚିଠି ଲେଖି ଏ ଦିଗରେ ପଦକ୍ଷେପ ନେବାକୁ ଚିଠି ଲେଖିଛନ୍ତି । ଏଣୁ ଏ ପ୍ରସଙ୍ଗ ସଂସଦରେ ଉଠିବ ଓ ମହିଳାଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ କେନ୍ଦ୍ର ସରକାର କେତେ ତପùର, ତାହା ଦେଶବାସୀଙ୍କ ସାମ୍ନାକୁ ଅଣାଯିବ । ଏହାବ୍ୟତୀତ ବାତ୍ୟା ତିତ୍‍ଲି କ୍ଷୟକ୍ଷତି ଅନୁଦାନ ଓଡ଼ିଶାକୁ ମିଳିଲାନି । ଅଥଚ ଆନ୍ଧ୍ର ପ୍ରଦେଶକୁ କେନ୍ଦ୍ର ସହାୟତା ଦେଇଛି । ଏସ୍‍ଏସ୍‍ଟି ଛାତ୍ର ବୃତ୍ତି, ପାଇକବିଦ୍ରୋହ, ରେଳବାଇ, ପୋଲାଭରମ୍‍, ମହାନଦୀ ଭଳି ଜଳବିବାଦ ଆଦି ପ୍ରସଙ୍ଗ ଉଠାଯିବ ।

Leave A Reply

Your email address will not be published.