ସ୍ୱାଧିକାର କମିଟିରୁ ଇସ୍ତଫା ଦେଲେ କନକ
କମିଟି ଅଧ୍ୟକ୍ଷଙ୍କ ବିରୋଧରେ ବିଷ ଓଗାଳିଲେ
ଧର୍ମେନ୍ଦ୍ର ବି ଏହି ଘଟଣାକୁ ନାପସନ୍ଦ କରିଥିଲେ
ଭୁବନେଶ୍ୱର: ନୋଟିସ ହେଲା । ଓଟିଭି ଏମ୍ଡି ଜଗି ମଙ୍ଗତ ପଣ୍ଡା ହାଜର ବି ହେଲୋ । ଗଣମାଧ୍ୟମରେ ତାଙ୍କର ବୟାନ ରଖି ମହିଳା ଉଦ୍ୟୋଗୀଙ୍କୁ କିଭଳି ହରକତ କରାଯାଉଛି, ସେ ନେଇ ଅସନ୍ତୋଷ ଝାଡିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି କଡ଼ା ଭାଷାରେ ଘଟଣାର ନିନ୍ଦା କଲେ ।
ଏଯାଏ ସବୁକଥାକୁ ନିରବରେ ଗ୍ରହଣ କରି ଆସିଥିବା ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ଆଜି ଦୃଢ ଆପତ୍ତି ଜଣାଇଛନ୍ତି । ବିଧାନସଭା ସ୍ୱାଧିକାର କମିଟିରୁ ଇସ୍ତଫା ଦେଇ ଜଣାଇଛନ୍ତି ଯେ କମିଟିର ନିଷ୍ପତ୍ତି ଠିକ୍ ହୋଇନାହିଁ । ଅଧ୍ୟକ୍ଷଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ରଖି କହିଛନ୍ତି ଯେ ତାଙ୍କର ନିଷ୍ପତ୍ତି ପଛରେ ରାଜନୈତିକ ଗନ୍ଧ ବାରି ହେଉଛି । ଏହିଭଳି ଘଟଣାରେ ସଂପାଦକ ବା ସାମ୍ୱାଦିକଙ୍କୁ ନୋଟିସ କରାଯିବା କଥା ।
ଜଗି ମଙ୍ଗତ ପଣ୍ଡା ରାଜ୍ୟର ଜଣେ ଜଣାଶୁଣା ମହିଳା ଉଦ୍ୟୋଗୀ ବୋଲି ଅଭିହିତ କରି ଶ୍ରୀ ସିଂହଦେଓ ତାଙ୍କୁ ହଇରାଣ କରାଯାଉଥିବା ସଂକ୍ରାନ୍ତରେ ମଧ୍ୟ ଠାରିଛନ୍ତି । ବିଧାୟକ ତାରା ପ୍ରସାଦ ବାହିନୀପତି ନୋଟିସ ଦେଇଥିଲେ ହେଁ ଜଗିଙ୍କୁ ସମନ କରିବା କଥା କହିନଥିଲେ ।
କନକଙ୍କ ଇସ୍ତଫା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହେଲାଣି । ଏବେ ଯାଏ ଚୁପ ଥିବା କନକ କାହିଁକି ଏବେ ଇସ୍ତଫା ଦେଲେ, ସେ ଚାହିଁଥିଲେ ସେଦିନ ବୈଠକରେ ଉପସ୍ଥିତ ଥିବା କାରଣରୁ ସେ ନିଜର ଆପତ୍ତି ରଖିପାରିଥାନ୍ତେ ବା ଗଣମାଧ୍ୟମରେ କହିପାରିଥାନ୍ତେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହେଲାଣି ।
କେବଳ ସେତିକି ନୁହେଁ, ଗୋଟିଏ ପଟେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଖୋଲାଖୋଲି ରାଜ୍ୟ ବିଜେପିକୁ ସମାଲୋଚନା କରୁଥିବା ବେଳେ ଜଗିଙ୍କ ସପକ୍ଷରେ ବିଜେପି ନେତାଙ୍କୁ ଓକିଲାତି ମଧ୍ୟ ଭିନ୍ନ ସଙ୍କେତ ଦେଉଛି । ପୂର୍ବରୁ ଜଗି ଭୁବନେଶ୍ୱରରେ ସଂଘ ନେତା ମୋହନ ଭାଗବତଙ୍କୁ ଭେଟିଥିଲେ । ଏହାକୁ ସେ ସମୟରେ ଭିନ୍ନ ଦୃଷ୍ଟିରୁ ବିଚାର କରାଯାଇଥିଲା । ବାସ୍ତବରେ ଜଗିଙ୍କ ଟିଭିର ସମର୍ଥନ ପାଇଁ ବିଜେପି ଏଭଳି ଚାଲ୍ ଖେଳିଛି ନା ଏହା ପଛରେ ଆଉ କିଛି ବଡ ରାଜନୈତିକ ଚାଲ ରହିଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।
ପ୍ରମୁଖ ଖବର
ଆରଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସହ ଗୁରୁତ୍ୱପୂର୍ଣ୍ଣ ଫାଇଲ୍
ପୋଷ୍ଟ-ଗ୍ରାଜୁଏଟ୍ ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା
+୨ ପରୀକ୍ଷାରେ ବଦଳିବ ନିୟମ, ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ
ମିଶ୍ରିତ ପେଟ୍ରୋଲ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍, ୨,୫୭୩ ପମ୍ପରେ ବନ୍ଦ ହେଲା ବିକ୍ରି
ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍ ପଡ଼ିଲେ ନୀରଜ ଚୋପ୍ରା
ଇରାନ ଆମେରିକା ଯୁଦ୍ଧର ପ୍ରଭାବ: ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା