ଭୁବନେଶ୍ୱର: ୫ଏକରରୁ ଅଧିକ ଚାଷ ଜମି ଥିଲେ କିମ୍ୱା ସରକାରୀ ଚାକିରିଆ । ଆୟକର ଦାତା ଅଥବା ହିତାଧିକାରୀଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଲେ, ସେମାନଙ୍କ ଆକାଉଣ୍ଟକୁ ଭୁଲ କ୍ରମେ ଯାଇଥିବା କାଳିଆ ଟଙ୍କା ଫେରାଇ ଅଣାଯିବ । ଆଜି କୃଷି ସଚିବ ସୌରଭ ଗର୍ଗ ସଚିବାଳୟରେ ଏହି ସୂଚନା ଦେଇଛନ୍ତି । ଶ୍ରୀ ଗର୍ଗ କହିଛନ୍ତି, ସୋସିଆଲ ମିଡିଆ ଆଦିରେ କାଳିଆ ଟଙ୍କା ଜାଲ ବ୍ୟକ୍ତି ନେଇଥିବା ନେଇ ଯେଉଁ ପ୍ରଚାର ଚାଲିଛି, ତାହା ଗୁଜବ ଉପରେ ମୁଖ୍ୟତଃ ପର୍ଯ୍ୟବେସିତ । ଏ ନେଇ ଯେ କୌଣସି ବ୍ୟକ୍ତି ସରକାରୀ େଵବସାଇଟ୍୍, କୃଷି ବା ସମବାୟ ବିଭାଗ ଅଧିକାରୀଙ୍କ ଦୃଷ୍ଟିକୁ ଆଣି ଯାଞ୍ଚ କରିପାରିବେ ।
ପରିସଂଖ୍ୟାନ ଦେଇ ଶ୍ରୀ ଗର୍ଗ କହିଥିଲେ, ସରକାର ଜାନୁଆରୀ ୧ ତାରିଖରେ ଏକ ଚିଠା ତାଲିକା ପ୍ରସ୍ତୁତ କରିଥିଲେ, ଯେଉଁଥିରେ ୨୨ଲକ୍ଷ ହିତାଧିକାରୀ ଆବେଦନ କରିଥିବା ଦେଖାଯାଇଥିଲା । ପରବର୍ତୀ ସମୟରେ ସେମାନଙ୍କ ମଧ୍ୟରୁ ପ୍ରାୟ ଦେଢ ଲକ୍ଷ ଲୋକ ନିଜେ ଏହି ଯୋଜନାରୁ ଓହରିଯାଇ ନାଲି ଫର୍ମ ପୂରଣ ସହ ପୈଠ କରିଥିଲେ । ଏହିଭଳି ୨୦ଲକ୍ଷ ୪୩ ହଜାର ଆବେଦନକୁ ଯାଞ୍ଚ କରାଯାଇ ପ୍ରଥମ ପର୍ଯ୍ୟାୟରେ ୧୨ଲକ୍ଷ ୪୫ ହଜାର ହିତାଧିକାରୀଙ୍କୁ କାଳିଆ ଅର୍ଥ ପୈଠ କରାଯାଇଛି । କୌଣସି ବଡ ବଡିଆଙ୍କୁ ଏହି ଅର୍ଥ ଦିଆଯାଇନାହିଁ । ଏହା ସତ୍ତ୍ୱେ ଯଦି ଜଣାପଡିବ, ତେବେ ଆକାଉଣ୍ଟରୁ ଟଙ୍କା ଫେରାଇ ଅଣାଯିବ ବୋଲି ସଚିବ ରୋକ୍ଠୋକ୍ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ୨୦ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ବ୍ୟାଙ୍କରୁ ଟଙ୍କା ଯାଇନାହିଁ । ସେମାନଙ୍କୁ କିଭଳି ଏହି ଟଙ୍କା ମିଳିବ, ସେ ନେଇ ବିଭାଗ ଷ୍ଟେଟ ବ୍ୟାଙ୍କ ସହିତ ଯୋଗାଯୋଗରେ ଥିବା ସୂଚନା ମିଳିଛି ।
ପ୍ରମୁଖ ଖବର
ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘