ଭୁବନେଶ୍ୱର: ଭାରତ ବନ୍ଦ ଆଳରେ ରାଜ୍ୟରେ ପୁଣି ଥରେ ମାଓବାଦୀମାନେ ତାଙ୍କ ଉପସ୍ଥିତି ଜାହିର କରିଛନ୍ତି । ରାୟଗଡା-ବିଷମକଟକରେ ଗୁରୁବାର ସକାଳେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ । ବିଷମ କଟକ ଥାନା ଅଧିକାରୀ ଚତୁର୍ଭୁଜ ନାୟକ ଅଳ୍ପକେ ରକ୍ଷା ପାଇଯାଇଥିଲେ । ପରେ ପୋତା ଯାଇଥିବା ଆଉ ଏକ ଲ୍ୟାଣ୍ଡମାଇନକୁ ପୁଲିସ ଠାବ କରିଥିଲା ।
ସେହିଭଳି କଳାହାଣ୍ଡି ମଦନପୁର ରାମପୁରରେ ମାଓବାଦୀ ଏକ ଠିକା କମ୍ପାନିର ଜେସିବି ପୋଡିି ଦେଇଛନ୍ତି । ୪୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଗଛକାଟି ରାସ୍ତା ଅବରୋଧ କରିବା ସହିତ ଏଆରଏସ୍ଏସର ଏହି ଜେସିବିକୁ ପୋଡିଦେଇଥିଲେ । ତେବେ ଏହି ଘଟଣା ଘଟାଇବା ସହିତ ମାଓବାଦୀମାନେ ଖବର ଦାତାଙ୍କୁ ଅର୍ଥାତ୍ ପୁଲିସକୁ ଯେଉଁମାନେ ତଥ୍ୟ ଦେଉଛନ୍ତି, ସେମାନଙ୍କୁ ଧମକ ଦେଇଛନ୍ତି । ଗତ ସୋମବାର ଦିନ ମଦନପୁର ରାମପୁରର ଉର୍ଲାଦାନି ପଞ୍ଚାୟତର ଅନୀଲ ମାଝୀଙ୍କୁ ଖବରଦାତା ବୋଲି ସନ୍ଦେହ କରି ହତ୍ୟା କରିଥିଲେ ।
କେବଳ ସେତିକି ନୁହେଁ, କନ୍ଧମାଳ ଜିଲ୍ଲାରେ ମଧ୍ୟ ସେମାନେ ସକ୍ରିୟ ଥବା ଜଣାପଡିଛି । ଦାରିଙ୍ଗିବାଡି ବ୍ଲକର ବିଭିନ୍ନ ସ୍ଥାନରେ ଗଛ ପକାଇ ସେମାନେ ରାସ୍ତା ଅବରୋଧ କରିଥିଲେ ।
ପ୍ରମୁଖ ଖବର
ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ