ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

କାହା ଆକାଉଣ୍ଟରୁ ଫେରିବ କାଳିଆ ଟଙ୍କା

0

ଭୁବନେଶ୍ୱର: ୫ଏକରରୁ ଅଧିକ ଚାଷ ଜମି ଥିଲେ କିମ୍ୱା ସରକାରୀ ଚାକିରିଆ । ଆୟକର ଦାତା ଅଥବା ହିତାଧିକାରୀଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଲେ, ସେମାନଙ୍କ ଆକାଉଣ୍ଟକୁ ଭୁଲ କ୍ରମେ ଯାଇଥିବା କାଳିଆ ଟଙ୍କା ଫେରାଇ ଅଣାଯିବ । ଆଜି କୃଷି ସଚିବ ସୌରଭ ଗର୍ଗ ସଚିବାଳୟରେ ଏହି ସୂଚନା ଦେଇଛନ୍ତି । ଶ୍ରୀ ଗର୍ଗ କହିଛନ୍ତି, ସୋସିଆଲ ମିଡିଆ ଆଦିରେ କାଳିଆ ଟଙ୍କା ଜାଲ ବ୍ୟକ୍ତି ନେଇଥିବା ନେଇ ଯେଉଁ ପ୍ରଚାର ଚାଲିଛି, ତାହା ଗୁଜବ ଉପରେ ମୁଖ୍ୟତଃ ପର୍ଯ୍ୟବେସିତ । ଏ ନେଇ ଯେ କୌଣସି ବ୍ୟକ୍ତି ସରକାରୀ େଵବସାଇଟ୍‍୍‍, କୃଷି ବା ସମବାୟ ବିଭାଗ ଅଧିକାରୀଙ୍କ ଦୃଷ୍ଟିକୁ ଆଣି ଯାଞ୍ଚ କରିପାରିବେ ।
ପରିସଂଖ୍ୟାନ ଦେଇ ଶ୍ରୀ ଗର୍ଗ କହିଥିଲେ, ସରକାର ଜାନୁଆରୀ ୧ ତାରିଖରେ ଏକ ଚିଠା ତାଲିକା ପ୍ରସ୍ତୁତ କରିଥିଲେ, ଯେଉଁଥିରେ ୨୨ଲକ୍ଷ ହିତାଧିକାରୀ ଆବେଦନ କରିଥିବା ଦେଖାଯାଇଥିଲା । ପରବର୍ତୀ ସମୟରେ ସେମାନଙ୍କ ମଧ୍ୟରୁ ପ୍ରାୟ ଦେଢ ଲକ୍ଷ ଲୋକ ନିଜେ ଏହି ଯୋଜନାରୁ ଓହରିଯାଇ ନାଲି ଫର୍ମ ପୂରଣ ସହ ପୈଠ କରିଥିଲେ । ଏହିଭଳି ୨୦ଲକ୍ଷ ୪୩ ହଜାର ଆବେଦନକୁ ଯାଞ୍ଚ କରାଯାଇ ପ୍ରଥମ ପର୍ଯ୍ୟାୟରେ ୧୨ଲକ୍ଷ ୪୫ ହଜାର ହିତାଧିକାରୀଙ୍କୁ କାଳିଆ ଅର୍ଥ ପୈଠ କରାଯାଇଛି । କୌଣସି ବଡ ବଡିଆଙ୍କୁ ଏହି ଅର୍ଥ ଦିଆଯାଇନାହିଁ । ଏହା ସତ୍ତ୍ୱେ ଯଦି ଜଣାପଡିବ, ତେବେ ଆକାଉଣ୍ଟରୁ ଟଙ୍କା ଫେରାଇ ଅଣାଯିବ ବୋଲି ସଚିବ ରୋକ୍‍ଠୋକ୍‍ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ୨୦ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ବ୍ୟାଙ୍କରୁ ଟଙ୍କା ଯାଇନାହିଁ । ସେମାନଙ୍କୁ କିଭଳି ଏହି ଟଙ୍କା ମିଳିବ, ସେ ନେଇ ବିଭାଗ ଷ୍ଟେଟ ବ୍ୟାଙ୍କ ସହିତ ଯୋଗାଯୋଗରେ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.