ଭୁବନେଶ୍ୱର: ଏକଦା ବିବାଦ ଭିତରେ ଫସିଯାଇଥିବା ପାରଳା ରାଜବାଟୀ ପୁଣି ଚର୍ଚ୍ଚାକୁ ଆସିଛି । ଏଥର କିନ୍ତୁ ଅନ୍ୟ ଏକ ପ୍ରସଙ୍ଗ ନେଇ । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାତୁଣୀ ତଥା ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଲାଣି । ପାରଳାକୁ କ୍ୱଚିତ୍ ଆସୁଥିବା କଲ୍ୟାଣୀ ଦେବୀ ମଙ୍ଗଳବାର ସ୍ଥାନୀୟ ମାଣିକେଶ୍ୱରୀ ମନ୍ଦିରରେ କରିଥିବା ବନ୍ଧୁ ମିଳନ ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି । ଏଥିରେ ଯଦିଓ ସ୍ଥାନୀୟ କଂଗ୍ରେସ ବିଧାୟକ କେ ସୂରିୟା ରାଓଙ୍କ ସମେତ ବିଭିନ୍ନ ଦଳର ବ୍ୟକ୍ତି, ସାମ୍ୱାଦିକ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ, ତଥାପି କଲ୍ୟାଣୀ ଦେବୀଙ୍କ ସହିତ ବିଜେଡିର ସଂପର୍କ ବଢିଥିବା ଆଲୋଚନା ହେଲାଣି । ରାଣୀଙ୍କ ପରାମର୍ଶଦାତା ଭାବେ ସ୍ଥାନୀୟ ବିଜେଡି ସଭାପତି ବସନ୍ତ ଦାଶ ଥିବା ପରିପ୍ରେକ୍ଷୀରେ ତାଙ୍କର ବିଜେଡି ଯୋଗଦାନ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି । ସେହିଭଳି ଆଉ ଗୋଟିଏ ଗୋଷ୍ଠୀ ତାଙ୍କର ବିଜେପି ସହ ସଂପର୍କ ବଢିଥିବା କହୁଛନ୍ତି । ତେବେ ନୂଆବର୍ଷ ଓ ପୋଙ୍ଗଲରେ କଲ୍ୟାଣୀ ଦେବୀ ପ୍ରଥମ ଥର ପାଇଁ ଶୁଭେଚ୍ଛା ବ୍ୟାନର ଲଗାଇଥିଲେ ବୋଲି କୁହାଯାଉଛି ।
ଏଠାରେ ଉଲ୍ଲେଖଥାଉକିି, କଲ୍ୟାଣୀଙ୍କ ବାପା ଗୋପୀନାଥ ଗଜପତି ନାରାୟଣ ଦେବ ୧୯୮୯ ଓ ୧୯୯୬ରେ କଂଗ୍ରେସରୁ ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ପ୍ରମୁଖ ଖବର
ଭାରତୀୟ ପାଇଲଟ୍ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍ ଟ୍ରେନ୍ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍ଆର୍ସିଙ୍କ ପରାମର୍ଶ