ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ବରଖାସ୍ତ ହେଲେ ଚନ୍ଦା

0

ନୂଆଦିଲ୍ଲୀ: ଭିଡିଓକନ୍‍ ଋଣ ପ୍ରଦାନ ଘଟଣାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଚନ୍ଦା କୋଚର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବି ଏନ୍‍ ଶ୍ରୀକୃଷ୍ଣଙ୍କ ରିପୋର୍ଟକୁ ଭିତ୍ତିକରିି ବ୍ୟାଙ୍କ କର୍ତୃପକ୍ଷ ତାଙ୍କୁ ବରଖାସ୍ତ କରିଛନ୍ତି । କେବଳ ସେତିକି ନୁହେଁ, ବ୍ୟାଙ୍କରୁ ସେ ପାଇବାକୁ ଥିବା ସମସ୍ତ ଅର୍ଥରାଶି ଅର୍ଥାତ ବୋନସ ଆଦି ମଧ୍ୟ ତାଙ୍କୁ ମିଳିବ ନାହିଁ । ସେ ସର୍ବନିମ୍ନ ଆଚରଣ ବିଧି ପାଳନ କରିନାହାନ୍ତି ବୋଲି ରିପୋର୍ଟରେ କୁହାଯାଇଛି । ପୂର୍ବରୁ ଚନ୍ଦା ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ।
୨୦୧୨ରେ ଆଇସିଆଇସିଆଇ ବ୍ୟାଙ୍କ ଭିଡିଓକନ୍‍ ଗ୍ରୁପ୍‍କୁ ୩୨୫୦ କୋଟିର ଋଣ ଦେଇଥିଲା । ନିଜ ସ୍ୱାମୀଙ୍କୁ ଲାଭ ଦେବାକୁ ଯାଇ ଏଭଳି ଋଣ ଚନ୍ଦା ମଞ୍ଜୁର କରିଥିବା ଅଭିଯୋଗ ଉଠିଥିଲା । ୨୦୧୮ ଜୁନ ୬ରେ ବ୍ୟାଙ୍କ ନିର୍ଦେଶକମଣ୍ଡଳୀ ଜଷ୍ଟିସ ଶ୍ରୀକୃଷ୍ଣଙ୍କୁ ଏହି ଘଟଣାର ତଦନ୍ତ କରିବାକୁ କହିଥିଲା । ସିବିଆଇ ମଧ୍ୟ ଚନ୍ଦା, ତାଙ୍କ ସ୍ୱାମୀଙ୍କ ସମେତ ଭିଡିଓକନ୍‍ର କିଛି ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

Leave A Reply

Your email address will not be published.