ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

କୃଷକଙ୍କୁ ରଗାଇଦେଲା ଅନ୍ତରୀଣ ବଜେଟ

0

କୃଷକ ସଂଗଠନ କହିଲେ ଦିନକୁ ୩ଟଙ୍କା ୩ ପଇସା କଣ ହେବ
ସ୍ୱାମୀନାଥନ୍‍ କମିଟି ସୁପାରିସ ଲାଗୁ କରିବାରେ ଅସୁବିଧା କେଉଁଠି
ଭାଗଚାଷୀ ଓ ଭୂମିହୀନ ଚାଷୀଙ୍କୁ ଏଥିରୁ କିଛି ବି ଫାଇଦା ନାହିଁ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅନ୍ତରୀଣ ବଜେଟରେ କୃଷକଙ୍କ ସ୍ୱାର୍ଥ ଉପରେ ମୁଖ୍ୟତଃ ଗୁରୁତ୍ୱ ଦିଆଯାଇଛି । କ୍ଷୁଦ୍ର ଓ ନାମମାତ୍ର ଶ୍ରେଣୀର କୃଷକମାନଙ୍କ ପାଇଁ ବାର୍ଷିକ ୬ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ହେଲେ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଚାଷୀମାନଙ୍କୁ ଖୁସି କରିବା ପ୍ରତିବଦଳରେ ରଗାଇ ଦେଇଛି । ଦେଶର ପ୍ରମୁଖ କୃଷକ ସଂଗଠନମାନେ ଏହାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି ।
ଏହି ସଂଗଠନମାନଙ୍କର କହିବା କଥା ହେଉଛି, କେନ୍ଦ୍ର ସରକାର ଆଦୌ ବାସ୍ତବତାକୁ ହୃଦୟଙ୍ଗମ କରିନାହାନ୍ତି । ଉପରଠାଉରିଆ ଭାବେ ମାତ୍ର ୬ ହଜାର ଟଙ୍କା ଘୋଷଣା ହୋଇଛି । ଏହା ସମ୍ମାନ ନୁହେଁ, ବରଂ ବଡ ଅସମ୍ମାନ । ୫ ଜଣ ସଦସ୍ୟ ବିଶିଷ୍ଟ ଗୋଟିଏ ପରିବାର ଦୈନିକ ୩ଟଙ୍କା ୩ ପଇସାରେ କଣ କରିପାରିବ । ବଜାରରେ ଚା କପ୍‍ର ଦାମ ଯେତେବେଳେ ୫ ଟଙ୍କା, ଏହା ଅସମ୍ମାନ ନୁହେଁ, ଆଉ କଣ ସମ୍ମାନ ବୋଲି ସଂଗଠନ ଚିତ୍କାର କରିଛି ।
ଭାରତର କିଷାନ ସଂଗଠନ ନେତା ରାକେଶ ଟିକାୟତ କହିଛନ୍ତି, ପ୍ରଥମତଃ ବିଳମ୍ୱରେ ଘୋଷଣା ହେଲା, ଦ୍ୱିତୀୟତଃ କୃଷକମାନଙ୍କର ଏ ଅର୍ଥ ଆବଶ୍ୟକ ନାହିଁ । ସ୍ୱାମୀନାଥନ୍‍ କମିଟି ଯେଉଁ ସୁପାରିସ କରିିଛନ୍ତି, ତାହାକୁ କେନ୍ଦ୍ର ସରକାର କାର୍ଯ୍ୟାନ୍ୱୟନ କରିବାର ଆବଶ୍ୟକତା ରହିଛି । ଏହା ହୋଇଥିଲେ କୃଷକ ଆତ୍ମହତ୍ୟା କରିବାକୁ ଚାହିିଁନଥାନ୍ତେ ।
ଏଠାରେ ଉଲ୍ଲେଖଥାଉକି, କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତିରେ ଭାଗଚାଷୀ କୌଣସି ଲାଭବାନ ହେବାର ସୁଯୋଗ ନାହିଁ । ସେହିପରି ଭୂମିହୀନ ମଧ୍ୟ ଲାଭପାଇବେ ନାହିଁ ।

Leave A Reply

Your email address will not be published.