କୃଷକ ସଂଗଠନ କହିଲେ ଦିନକୁ ୩ଟଙ୍କା ୩ ପଇସା କଣ ହେବ
ସ୍ୱାମୀନାଥନ୍ କମିଟି ସୁପାରିସ ଲାଗୁ କରିବାରେ ଅସୁବିଧା କେଉଁଠି
ଭାଗଚାଷୀ ଓ ଭୂମିହୀନ ଚାଷୀଙ୍କୁ ଏଥିରୁ କିଛି ବି ଫାଇଦା ନାହିଁ
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅନ୍ତରୀଣ ବଜେଟରେ କୃଷକଙ୍କ ସ୍ୱାର୍ଥ ଉପରେ ମୁଖ୍ୟତଃ ଗୁରୁତ୍ୱ ଦିଆଯାଇଛି । କ୍ଷୁଦ୍ର ଓ ନାମମାତ୍ର ଶ୍ରେଣୀର କୃଷକମାନଙ୍କ ପାଇଁ ବାର୍ଷିକ ୬ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ହେଲେ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଚାଷୀମାନଙ୍କୁ ଖୁସି କରିବା ପ୍ରତିବଦଳରେ ରଗାଇ ଦେଇଛି । ଦେଶର ପ୍ରମୁଖ କୃଷକ ସଂଗଠନମାନେ ଏହାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି ।
ଏହି ସଂଗଠନମାନଙ୍କର କହିବା କଥା ହେଉଛି, କେନ୍ଦ୍ର ସରକାର ଆଦୌ ବାସ୍ତବତାକୁ ହୃଦୟଙ୍ଗମ କରିନାହାନ୍ତି । ଉପରଠାଉରିଆ ଭାବେ ମାତ୍ର ୬ ହଜାର ଟଙ୍କା ଘୋଷଣା ହୋଇଛି । ଏହା ସମ୍ମାନ ନୁହେଁ, ବରଂ ବଡ ଅସମ୍ମାନ । ୫ ଜଣ ସଦସ୍ୟ ବିଶିଷ୍ଟ ଗୋଟିଏ ପରିବାର ଦୈନିକ ୩ଟଙ୍କା ୩ ପଇସାରେ କଣ କରିପାରିବ । ବଜାରରେ ଚା କପ୍ର ଦାମ ଯେତେବେଳେ ୫ ଟଙ୍କା, ଏହା ଅସମ୍ମାନ ନୁହେଁ, ଆଉ କଣ ସମ୍ମାନ ବୋଲି ସଂଗଠନ ଚିତ୍କାର କରିଛି ।
ଭାରତର କିଷାନ ସଂଗଠନ ନେତା ରାକେଶ ଟିକାୟତ କହିଛନ୍ତି, ପ୍ରଥମତଃ ବିଳମ୍ୱରେ ଘୋଷଣା ହେଲା, ଦ୍ୱିତୀୟତଃ କୃଷକମାନଙ୍କର ଏ ଅର୍ଥ ଆବଶ୍ୟକ ନାହିଁ । ସ୍ୱାମୀନାଥନ୍ କମିଟି ଯେଉଁ ସୁପାରିସ କରିିଛନ୍ତି, ତାହାକୁ କେନ୍ଦ୍ର ସରକାର କାର୍ଯ୍ୟାନ୍ୱୟନ କରିବାର ଆବଶ୍ୟକତା ରହିଛି । ଏହା ହୋଇଥିଲେ କୃଷକ ଆତ୍ମହତ୍ୟା କରିବାକୁ ଚାହିିଁନଥାନ୍ତେ ।
ଏଠାରେ ଉଲ୍ଲେଖଥାଉକି, କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତିରେ ଭାଗଚାଷୀ କୌଣସି ଲାଭବାନ ହେବାର ସୁଯୋଗ ନାହିଁ । ସେହିପରି ଭୂମିହୀନ ମଧ୍ୟ ଲାଭପାଇବେ ନାହିଁ ।
ପ୍ରମୁଖ ଖବର
କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର; ବୋନସ ଓ ମୂଲ୍ୟବୃଦ୍ଧିକୁ ମଞ୍ଜୁରି
ଜୁଲାଇ ୧୭ରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କରିବେ ମୋଦୀ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଆନ୍ଧ୍ରରେ ୨ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ
ରୋଡ୍ ରୋଲର ଚଳାଇ ୪୭୨ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କଲେ ହିମନ୍ତ ବିଶ୍ୱ ସର୍ମା