ଭୁବନେଶ୍ୱର:ଶେଷରେ ହାତ ଛାଡି ହାତୀ (ବିଏସପି ନିର୍ବାଚନ ଚିହ୍ନ) ସହିତ ଯିବେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ । ଆସନ୍ତାକାଲି ସେ ବହୁଜନ ସମାଜବାଦି ପାର୍ଟିରେ ଯୋଗ ଦେଉଥିବା ସୂଚନା ମିଳିଛି । ଏ ନେଇ ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମ ଦଳ ଆୟୋଜନ କରିଛି ଓ ପ୍ରଭାରୀ ଧରମବୀର ସିଂହଙ୍କ ଉପସ୍ଥିତିରେ ସେ ମାୟାବତୀଙ୍କ ଦଳରେ ସାମିଲ ହେବେ । ଶ୍ରୀ ଶଗରିଆ କଂଗ୍ରେସରୁ ଇସ୍ତଫା ଦେବା ପରେ କେଉଁ ଦଳରେ ଯୋଗଦେବେ ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିଲା । ସେ ନିଜେ ମଧ୍ୟ ଏହାକୁ ରୋଚକ ମୋଡ ଦେଇଥିଲେ ।
ସାମାଜିକ ନ୍ୟାୟ ଆନ୍ଦୋଳନ ବ୍ୟାନରରେ ଗତ ୩୧ ତାରିଖ ଦିନ ସେ ଭୁବନେଶ୍ୱରରେ ଏକ ବଡ ସଭା କରିଥିଲେ । ସମସ୍ତେ ଭାବିଥିଲେ ସେ ଆମ ଆଦ୍ମି ପାର୍ଟିରେ ଯୋଗଦେବେ । କାରଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଵାଲଙ୍କୁ ନେଇ ସେ ଏହି ସଭାର ଆୟୋଜନ କରିଥିଲେ । ମାତ୍ର ଏହାକ ୪୮ ଘଣ୍ଟା ପରେ ସୂଚନା ମିଳିଛି ଯେ ଶଗରିଆ ରବିବାର ବିଏସପିରେ ଯୋଗଦେବେ ।
ପ୍ରମୁଖ ଖବର
ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ