ପ୍ରମୁଖ ଖବର

ଆରଜି କର ହସ୍ପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା: ଦୋଷୀ ସଞ୍ଜୟକୁ ଆଜୀବନ କାରାଦଣ୍ଡ
ପିଲାମାନଙ୍କର ବୟସ ୬ବର୍ଷ ହୋଇନଥିଲେ ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ
ଆଜିଠୁ କୋଣାର୍କରେ ଦୁଇ ଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ
ସାତପଡ଼ାରେ ଆରମ୍ଭ ହେଲା ଡଲଫିନ୍‌ ଗଣନା
ରାଜ୍ୟରେ ନିଯୁକ୍ତ ହେବେ ୨ ହଜାର ଟ୍ରାଫିକ୍‌ ପୋଲିସ
ଯୁବତୀ ଚାଲାଣ କରୁଥିଲେ ହଂସିତା, ଅନିଲ

ହାତ ଛାଡିଥିଲେ, ହାତୀ ଧରିବେ ଶଗରିଆ

0

ଭୁବନେଶ୍ୱର:ଶେଷରେ ହାତ ଛାଡି ହାତୀ (ବିଏସପି ନିର୍ବାଚନ ଚିହ୍ନ) ସହିତ ଯିବେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ । ଆସନ୍ତାକାଲି ସେ ବହୁଜନ ସମାଜବାଦି ପାର୍ଟିରେ ଯୋଗ ଦେଉଥିବା ସୂଚନା ମିଳିଛି । ଏ ନେଇ ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମ ଦଳ ଆୟୋଜନ କରିଛି ଓ ପ୍ରଭାରୀ ଧରମବୀର ସିଂହଙ୍କ ଉପସ୍ଥିତିରେ ସେ ମାୟାବତୀଙ୍କ ଦଳରେ ସାମିଲ ହେବେ । ଶ୍ରୀ ଶଗରିଆ କଂଗ୍ରେସରୁ ଇସ୍ତଫା ଦେବା ପରେ କେଉଁ ଦଳରେ ଯୋଗଦେବେ ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିଲା । ସେ ନିଜେ ମଧ୍ୟ ଏହାକୁ ରୋଚକ ମୋଡ ଦେଇଥିଲେ ।
ସାମାଜିକ ନ୍ୟାୟ ଆନ୍ଦୋଳନ ବ୍ୟାନରରେ ଗତ ୩୧ ତାରିଖ ଦିନ ସେ ଭୁବନେଶ୍ୱରରେ ଏକ ବଡ ସଭା କରିଥିଲେ । ସମସ୍ତେ ଭାବିଥିଲେ ସେ ଆମ ଆଦ୍‍ମି ପାର୍ଟିରେ ଯୋଗଦେବେ । କାରଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଵାଲଙ୍କୁ ନେଇ ସେ ଏହି ସଭାର ଆୟୋଜନ କରିଥିଲେ । ମାତ୍ର ଏହାକ ୪୮ ଘଣ୍ଟା ପରେ ସୂଚନା ମିଳିଛି ଯେ ଶଗରିଆ ରବିବାର ବିଏସପିରେ ଯୋଗଦେବେ ।

Leave A Reply

Your email address will not be published.