ନବୀନ ବଜେଟକୁ ଦେଲେ ଅଢେଇ ମାର୍କ
ଚନ୍ଦ୍ରବାବୁ ନାଇଡୁ ପାଳିବେ ପ୍ରତିବାଦ ଦିବସ
କ୍ରେଜିଵାଲ ବି କଡା ସମାଲୋଚନା କଲେ
ଭୁବନେଶ୍ୱର: ଚତୁର୍ଦଶ ଅର୍ଥ କମିସନ ସୁପାରିସରେ ଓଡ଼ିଶାକୁ ଅଜାଡି ଦିଆଯାଇଛି ବୋଲି ଦାବି କରିଥିଲେ କେନ୍ଦ୍ର ସରକାର । ୮ଟି ବଡ ଯୋଜନା ବନ୍ଦ କରିଦେବା ସହିତ ୩୩ଟି ଯୋଜନାରେ ଚୋଟ ପକାଇବା ସତ୍ତ୍ୱେ ବି କେନ୍ଦ୍ର ଦମ୍ଭୋକ୍ତି ପ୍ରକାଶ କରିଥିଲା ଓଡିଶା ଲାଭରେ ରହିବ । ଯେଉଁ ଅଧିକ ଅର୍ଥ ରାଜ୍ୟ ସରକାର ପାଇବେ ସେଥିରେ ନିଜେ ନିଜର ବିକାଶ କରିବେ ।
୨୦୧୯-୨୦ ଆର୍ଥିକ ବର୍ଷ ଲାଗି କେନ୍ଦ୍ର କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ଯେଉଁ ବଜେଟ୍ ଉପସ୍ଥାପନ କରିଥିଲେ, ତାହା କେନ୍ଦ୍ରୀୟ ଅବହେଳାର ଆଉ ଏକ ଦିଗକୁ ଉନ୍ମୋଚିତ କରିଛି । ଶହେ କି ହଜାରେ ନୁହେଁ, ଓଡ଼ିଶା ପାଖାପାଖି ୨୬ ହଜାର ୩୪୨ କୋଟି ଟଙ୍କା ହରାଇବ । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ସୂଚନା ଦେଇଛନ୍ତି ।
ବଜେଟ୍କୁ ଫେଲ୍ ମାରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଯେ ମୋଟ ମାର୍କ ଯଦି ୧୦ ହୁଏ, ତେବେ ପୀୟୁଷଙ୍କ ଏହି ଅନ୍ତରୀଣ ବଜେଟ୍କୁ ଅଢେଇ ମାର୍କ ଦିଆଯାଇପାରିବ । ତଥ୍ୟ ରଖି କହିଛନ୍ତି, ଚତୁର୍ଦଶ ଅର୍ଥ କମିସନଙ୍କ ସୁପାରିସ ଆଧାରରେ ଓଡ଼ିଶା ଯେତିକି ପାଇବା କଥା ତା ଠାରୁ ବହୁତ କମ ପାଇବ । ୨୦୧୫ରୁ ୨୦୨୦ ଭିତରେ ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନ ବାବଦରେ ୧ଲକ୍ଷ ୮୪ ହଜାର ୭୦ କୋଟି ଟଙ୍କା ପାଇବା କଥା । କିନ୍ତୁ ୨୦୧୫ରୁ ୨୦୧୮ ମଧ୍ୟରେ ମିଳିଥିବା ଅନୁଦାନ ଓ ଏଥରକ ବଜେଟ୍ ଆକଳନକୁ ମିଶାଇଲେ କେନ୍ଦ୍ର ସରକାରଙ୍କ ଠାରୁ ଓଡ଼ିଶା ୧ଲକ୍ଷ ୫୭ ହଜାର ୮୨୮ ଟଙ୍କା ପାଇଛି । ଅର୍ଥାତ୍ କେନ୍ଦ୍ର ସରକାର ପୁଣି ଥରେ ୨୬ ହଜାର ୩୪୨ କୋଟିର ବଡ଼ କ୍ଷତି ଓଡ଼ିଶା ମୁଣ୍ଡରେ ଲଦି ଦେଇଛନ୍ତି ।
ଚାଷୀଙ୍କ ସହାୟତା ପାଇଁ କେନ୍ଦ୍ର ସରକାର କାଳିଆ ଯୋଜନାକୁ ଅନୁସରଣ କରିଥିବା ସୂଚାଇ ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱାଗତ କରିଥିଲେ ହେଁ, ୧୦ ହଜାର ଟଙ୍କାରୁ ଅଧିକ ଦେଇଥିଲେ ଓଡିଶାର ଚାଷୀ ଲାଭବାନ ହୋଇଥାନ୍ତେ । ତେବେ ଭୂମିହୀନ ଓ ଭାଗଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ସେହିପରି ମନରେଗା ଯୋଜନାରେ ଅନୁଦାନ କମ କରାଯିବା, ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ମେଧା ବୃତ୍ତି ନେଇ ଅର୍ଥ ବ୍ୟବସ୍ଥା ନ ହେବା, ଗ୍ରାମୀଣ ରାସ୍ତା ସଂଯୋଗୀକରଣ, ଗ୍ରାମୀଣ ଆବାସ ଯୋଜନା ଓ ପାନୀୟ ଜଳଯୋଗାଣରେ ଓଡ଼ିଶାକୁ ବରାଦ ଅର୍ଥ ଉତ୍ସାହଜନକ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏଠାରେ ଉଲ୍ଲେଖଥାଉକି, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଏହି ବଜେଟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତାଙ୍କ ଦଳ କଳାଦିବସ ପାଳିବାକୁ ବିଚାର କରିଛି । ଦିଲ୍ଲୀ ମୁଖ୍ୟମନ୍ତ୍୍ରୀ ଅରବିନ୍ଦ କେଜ୍ରିଵାଲ ମଧ୍ୟ ବଜେଟକୁ ସମାଲୋଚନା କରିଥିବା ବେଳେ କଂଗ୍ରେସ ନେତାମାନେ ଏହା ବଜେଟ୍ ନୁହେଁ, ବରଂ ନିର୍ବାଚନୀ ଇସ୍ତାହାର ବୋଲି କଟାକ୍ଷ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ
Prev Post
Next Post