ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହଙ୍କ ଇସ୍ତଫା; ଇମ୍ଫାଲସ୍ଥିତ ରାଜଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କ ସହ ସାକ୍ଷାତ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି
ବାରବାଟୀରେ ଫ୍ଲଡ ଲାଇଟ୍ ବନ୍ଦ ଯୋଗୁଁ ଅଟକିଲା ମ୍ୟାଚ୍

କେନ୍ଦ୍ର କାଟିଦେଲା ୨୬ ହଜାର ୩୪୨ କୋଟି

0

ନବୀନ ବଜେଟକୁ ଦେଲେ ଅଢେଇ ମାର୍କ
ଚନ୍ଦ୍ରବାବୁ ନାଇଡୁ ପାଳିବେ ପ୍ରତିବାଦ ଦିବସ
କ୍ରେଜିଵାଲ ବି କଡା ସମାଲୋଚନା କଲେ

ଭୁବନେଶ୍ୱର: ଚତୁର୍ଦଶ ଅର୍ଥ କମିସନ ସୁପାରିସରେ ଓଡ଼ିଶାକୁ ଅଜାଡି ଦିଆଯାଇଛି ବୋଲି ଦାବି କରିଥିଲେ କେନ୍ଦ୍ର ସରକାର । ୮ଟି ବଡ ଯୋଜନା ବନ୍ଦ କରିଦେବା ସହିତ ୩୩ଟି ଯୋଜନାରେ ଚୋଟ ପକାଇବା ସତ୍ତ୍ୱେ ବି କେନ୍ଦ୍ର ଦମ୍ଭୋକ୍ତି ପ୍ରକାଶ କରିଥିଲା ଓଡିଶା ଲାଭରେ ରହିବ । ଯେଉଁ ଅଧିକ ଅର୍ଥ ରାଜ୍ୟ ସରକାର ପାଇବେ ସେଥିରେ ନିଜେ ନିଜର ବିକାଶ କରିବେ ।
୨୦୧୯-୨୦ ଆର୍ଥିକ ବର୍ଷ ଲାଗି କେନ୍ଦ୍ର କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ଯେଉଁ ବଜେଟ୍‍ ଉପସ୍ଥାପନ କରିଥିଲେ, ତାହା କେନ୍ଦ୍ରୀୟ ଅବହେଳାର ଆଉ ଏକ ଦିଗକୁ ଉନ୍ମୋଚିତ କରିଛି । ଶହେ କି ହଜାରେ ନୁହେଁ, ଓଡ଼ିଶା ପାଖାପାଖି ୨୬ ହଜାର ୩୪୨ କୋଟି ଟଙ୍କା ହରାଇବ । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ସୂଚନା ଦେଇଛନ୍ତି ।
ବଜେଟ୍‍କୁ ଫେଲ୍‍ ମାରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଯେ ମୋଟ ମାର୍କ ଯଦି ୧୦ ହୁଏ, ତେବେ ପୀୟୁଷଙ୍କ ଏହି ଅନ୍ତରୀଣ ବଜେଟ୍‍କୁ ଅଢେଇ ମାର୍କ ଦିଆଯାଇପାରିବ । ତଥ୍ୟ ରଖି କହିଛନ୍ତି, ଚତୁର୍ଦଶ ଅର୍ଥ କମିସନଙ୍କ ସୁପାରିସ ଆଧାରରେ ଓଡ଼ିଶା ଯେତିକି ପାଇବା କଥା ତା ଠାରୁ ବହୁତ କମ ପାଇବ । ୨୦୧୫ରୁ ୨୦୨୦ ଭିତରେ ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନ ବାବଦରେ ୧ଲକ୍ଷ ୮୪ ହଜାର ୭୦ କୋଟି ଟଙ୍କା ପାଇବା କଥା । କିନ୍ତୁ ୨୦୧୫ରୁ ୨୦୧୮ ମଧ୍ୟରେ ମିଳିଥିବା ଅନୁଦାନ ଓ ଏଥରକ ବଜେଟ୍‍ ଆକଳନକୁ ମିଶାଇଲେ କେନ୍ଦ୍ର ସରକାରଙ୍କ ଠାରୁ ଓଡ଼ିଶା ୧ଲକ୍ଷ ୫୭ ହଜାର ୮୨୮ ଟଙ୍କା ପାଇଛି । ଅର୍ଥାତ୍‍ କେନ୍ଦ୍ର ସରକାର ପୁଣି ଥରେ ୨୬ ହଜାର ୩୪୨ କୋଟିର ବଡ଼ କ୍ଷତି ଓଡ଼ିଶା ମୁଣ୍ଡରେ ଲଦି ଦେଇଛନ୍ତି ।
ଚାଷୀଙ୍କ ସହାୟତା ପାଇଁ କେନ୍ଦ୍ର ସରକାର କାଳିଆ ଯୋଜନାକୁ ଅନୁସରଣ କରିଥିବା ସୂଚାଇ ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱାଗତ କରିଥିଲେ ହେଁ, ୧୦ ହଜାର ଟଙ୍କାରୁ ଅଧିକ ଦେଇଥିଲେ ଓଡିଶାର ଚାଷୀ ଲାଭବାନ ହୋଇଥାନ୍ତେ । ତେବେ ଭୂମିହୀନ ଓ ଭାଗଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ସେହିପରି ମନରେଗା ଯୋଜନାରେ ଅନୁଦାନ କମ କରାଯିବା, ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ମେଧା ବୃତ୍ତି ନେଇ ଅର୍ଥ ବ୍ୟବସ୍ଥା ନ ହେବା, ଗ୍ରାମୀଣ ରାସ୍ତା ସଂଯୋଗୀକରଣ, ଗ୍ରାମୀଣ ଆବାସ ଯୋଜନା ଓ ପାନୀୟ ଜଳଯୋଗାଣରେ ଓଡ଼ିଶାକୁ ବରାଦ ଅର୍ଥ ଉତ୍ସାହଜନକ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏଠାରେ ଉଲ୍ଲେଖଥାଉକି, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଏହି ବଜେଟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତାଙ୍କ ଦଳ କଳାଦିବସ ପାଳିବାକୁ ବିଚାର କରିଛି । ଦିଲ୍ଲୀ ମୁଖ୍ୟମନ୍ତ୍‍୍ରୀ ଅରବିନ୍ଦ କେଜ୍ରିଵାଲ ମଧ୍ୟ ବଜେଟକୁ ସମାଲୋଚନା କରିଥିବା ବେଳେ କଂଗ୍ରେସ ନେତାମାନେ ଏହା ବଜେଟ୍‍ ନୁହେଁ, ବରଂ ନିର୍ବାଚନୀ ଇସ୍ତାହାର ବୋଲି କଟାକ୍ଷ କରିଛନ୍ତି ।

Leave A Reply

Your email address will not be published.