୨୦୨୦ ମାର୍ଚକୁ ଋଣ ଛୁଇଁବ ୧.୩ଲକ୍ଷ କୋଟି
ଆସନ୍ତା ବର୍ଷରେ ବଜାରରୁ ଉଠିବ ୧୪ହଜାର ୫୦୦ କୋଟି
ଭୁବନେଶ୍ବର: ରାଜ୍ୟର ଋଣ ଭାର ୧୮ ହଜାର ଟଙ୍କା ଛୁଇଁଥିଲା ବୋଲି ବଦନାମ ହୋଇଥିଲେ ସରକାର। ୨୦୦୦ ମସିହାରେ କଂଗ୍ରେସ କ୍ଷମତାରୁ ହଟିବା ପଛରେ ଅନେକ କାରଣ ମଧ୍ୟରୁ ଏହା ଥିଲା ଗୋଟିଏ। ୨୦୧୯ ନିର୍ବାଚନ ପୂର୍ବରୁ କିନ୍ତୁ ଆଜି ଅର୍ଥମନ୍ତ୍ରୀ ଜଣାଇ ଦେଇଛନ୍ତି ଯେ ଆସନ୍ତା ଆର୍ଥିକ ବର୍ଷର ଶେଷ ବେଳକୁ ରାଜ୍ୟର ମୋଟ ଋଣ ୧ଲକ୍ଷ କୋଟି ଡେଇଁଯିବ । ଅର୍ଥ ସଚିବଙ୍କ ସୂଚନା ଅନୁସାେର ଏହା ୧ଲକ୍ଷ ୩ ହଜାର ୮୪୩ କୋଟି ହୋଇପାରେ।
ଅର୍ଥମନ୍ତ୍ରୀ ଗୁରୁବାର କହିଛନ୍ତି, ଋଣ ଆଣି ସରକାର ଭିତ୍ତିଭୂମି ବିକାଶ ଦିଗରେ ବିନିେଯାଗ କରିଛନ୍ତି। ଅର୍ଥ ସଚିବ ଅଶୋକ ମୀନା କହିଛନ୍ତି, ଚତୁର୍ଦଶ ଅର୍ଥ କମିସନ ଯେଉଁ ଲକ୍ଷ୍ମଣରେଖା ଟାଣିଛନ୍ତି, ତା ଭିତରେ ଓଡ଼ିଶା ଅଛି। ଏମିତିରେ ବି ପ୍ରମୁଖ ରାଜ୍ୟ ତୁଳନାରେ ଓଡ଼ିଶାର ଋଣ ଭାର କମ। ତା ସତ୍ତ୍ବେ ବି ଋଣ ପରିମାଣ ବୃଦ୍ଧି ପାଇବା ସବୁ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି।
ଅର୍ଥ ସଚିବ କହିଛନ୍ତି, ୨୦୧୯-୨୦ ବର୍ଷରେ ଖୋଲା ବଜାରରୁ ୧୪ ହଜାର ୬୫୦ କୋଟି ଟଙ୍କା ଋଣ ଉଠାଯିବାକୁ ଲକ୍ଷ୍ୟ ରଖାଯାଇଛି। ସମୁଦାୟ ୨୦ହଜାର ୮୦୦ କୋଟି ଟଙ୍କା ସରକାର ବିଭିନ୍ନ କ୍ଷେତ୍ରରୁ ଋଣ କରିବେ। ଏହା ପରେ ବି ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦର ୧୯.୨% ହେବ। ୨୦୧୮-୧୯ ବର୍ଷର ଡିସେମ୍ୱର ସୁଦ୍ଧା ୪୫୦୦ କୋଟି ଟଙ୍କା ଖୋଲା ବଜାରରୁ ଉଠାଯାଇଛି। ମାର୍ଚ ସୁଦ୍ଧା ରାଜ୍ୟର ମୋଟ ଋଣ ପରିମାଣ ୮୭ ହଜାର ୬୫୦ କୋଟିକୁ ଛୁଇଁବ। ଏହା ସାମଗ୍ରିକ ଘରୋଇ ଉତ୍ପାଦର ଏହା ୧୮%।
୨୦୧୮-୧୯ରେ ଜିଏସଡିପି ୪ଲକ୍ଷ ୮୬ ହଜାର ୪ କୋଟି ଟଙ୍କା ଛୁଇଁବ। ୨୦୧୯-୨୦ରେ ଏହା ୫ଲକ୍ଷ ୪୦ ହଜାର ୮୧୨ କୋଟି ଟଙ୍କା ଆକଳନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଆର୍ଥିକ ଉତ୍ତରଦାୟୀ ଓ ବିତ୍ତୀୟ ପରିଚାଳନା ଆଇନ ଅନୁସାରେ ବକେୟା ଋଣ ଓ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ ଅନୁପାତ ୨୫%ରୁ କମ୍ ହେବା ଆବଶ୍ୟକ।
ପ୍ରମୁଖ ଖବର
୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍ ମାର୍ଜିନ୍
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି