ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

0

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ବଢିବ ବେତନ। ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର ସର୍ତ୍ତାବଳୀ (ଟର୍ମ ଅଫ ରେଫରେନ୍ସ)କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହା ଦ୍ୱାରା ପାଖାପାଖି ୫୦ ଲକ୍ଷ କେନ୍ଦ୍ର ସରକାରୀ ଚାକିରିଆ ଓ ୬୯ ଲକ୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀ ଉପକୃତ ହେବେ।
ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ଏକ ଅସ୍ଥାୟୀ ସଂସ୍ଥା ହେବ ଏବଂ ଏହାର ପ୍ରତିଷ୍ଠା ତାରିଖରୁ୧୮ ମାସ ମଧ୍ୟରେ ଏହାର ସୁପାରିଶ ଦାଖଲ କରିବ। ଏହି କମିଶନରେ ଜଣେ ଅଧ୍ୟକ୍ଷ, ଜଣେ ସଦସ୍ୟ (ଆଂଶିକକାଳୀନ) ଓ ଜଣେ ସଦସ୍ୟ-ସଚିବ ରହିବେ। ଆବଶ୍ୟକ ହେଲେ, କମିଶନ ଏହାର ସୁପାରିଶ ଚୂଡ଼ାନ୍ତ ହେବା ପରେ ଯେକୌଣସି ବିଷୟ ଉପରେ ସରକାରଙ୍କୁ ଏକ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ମଧ୍ୟ ପ୍ରଦାନ କରିପାରିବେ।

ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କୁ ଅଷ୍ଟମ ବେତନ କମିଶନର ଅଧ୍ୟକ୍ଷା ନିଯୁକ୍ତ କରାଯାଇଛି। ଆଇଆଇଏମ୍ ବାଙ୍ଗାଲୋରର ପ୍ରଫେସର ପୁଲକ ଘୋଷ ଓ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ସଚିବ ପଙ୍କଜ ଜୈନ ଏହାର ସଦସ୍ୟ ହେବେ।

ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର ସୁପାରିଶଗୁଡ଼ିକ ୧ ଜାନୁଆରୀ, ୨୦୨୬ ରୁ କାର୍ଯ୍ୟକାରୀ ହେବ। ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ଏକ ଅସ୍ଥାୟୀ ସଂସ୍ଥା ହେବ। ଏହି କମିଶନରେ ଜଣେ ଅଧ୍ୟକ୍ଷ, ଜଣେ ସଦସ୍ୟ ଏବଂ ଜଣେ ସଦସ୍ୟ-ସଚିବ ରହିବେ। ଗଠନ ତାରିଖରୁ ୧୮ ମାସ ମଧ୍ୟରେ କମିଶନ ଏହାର ସୁପାରିଶ ଦାଖଲ କରିବେ।

Leave A Reply

Your email address will not be published.