ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ସୁପ୍ରିମ କୋର୍ଟଙ୍କ ନିର୍ଦେଶ ସହ ଖେଳ!

0

ଏମିତି କହି ସିବିଆଇକୁ ନିର୍ଧୁମ ବର୍ଷିଲେ କୋର୍ଟ
ଅଡୁଆରେ ନାଗେଶ୍ବର, ଅଦାଲତ ଅବମାନନା ନୋଟିସ

ନୂଆଦିଲ୍ଲୀ : ସିବିଆଇକୁ ବିବାଦ ପିଛା ଛାଡୁନାହିଁ। ଆଲୋକ ବର୍ମା ଓ ରାଜେଶ ଆସ୍ତାନାଙ୍କୁ ନେଇ ଚର୍ଚ୍ଚା ଥମିନି। ଓଡ଼ିଶା କ୍ୟାଡର ଆଇପିଏସ୍ ତଥା ସିବିଆଇ ଯୁଗ୍ମ ନିର୍ଦେଶକ ନାଗେଶ୍ବର ରାଓ ଚର୍ଚ୍ଚାକୁ ଆସିଛନ୍ତି। ବିହାରର ମୁଜାଫରପୁର ଆାଶ୍ରୟସ୍ଥଳ ଦୁଷ୍କର୍ମ ମାମଲାର ତଦନ୍ତ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରି ସୁପ୍ରିମକୋର୍ଟଙ୍କ ରୋଷର ଶିକାର ହୋଇଛନ୍ତି । ସୁପ୍ରିମକୋର୍ଟ ଏହି ଘଟଣା ସିବିଆଇର ପୂର୍ବତନ ଅନ୍ତରୀଣ ମୁଖ୍ୟ ଏମ୍‌ ନାଗେଶ୍ବର ରାଓଙ୍କୁ ଅଦାଲତ ଅବମାନନା ନୋଟିସ୍‌ କରିଛନ୍ତି।
ମୁଜାଫରପୁର ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ସିବିଆ‌ଇର ପୂର୍ବ ଯୁଗ୍ମ ନିର୍ଦ୍ଦେଶକ ଏକେ ଶର୍ମାଙ୍କୁ ଗତ ଜାନୁଆରି ୧୭ ତାରିଖରେ ନା‌ଗେଶ୍ବର ରାଓ ବଦଳି କରିଦେଇଥିଲେ। ଏହାଦ୍ବାରା ସୁପ୍ରିମକୋର୍ଟଙ୍କ ପୂର୍ବ ରାୟର ଅବମାନନା ହୋଇଥିଲା। ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଆଜି କହିଛନ୍ତି ଯେ ରାଓ ଅଦାଲତ ଅବମାନନା କରିଛନ୍ତି। ଏନେଇ କୋର୍ଟ ରାଓଙ୍କ ସମେତ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଧିକାରୀଙ୍କୁ ମଧ୍ୟ ଆସନ୍ତା ୧୨ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଶର୍ମାଙ୍କ ବଦଳି ମାମଲାରେ ସମ୍ପୃକ୍ତ ଥିବା ସିବିଆଇ ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ଆରମ୍ଭ ହେବ। ତୁମେମାନେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସହ ଖେଳିଛ। ଭଗବାନ ତୁମକୁ ସାହାଯ୍ୟ କରନ୍ତୁ ବୋଲି ଖଣ୍ଡପୀଠ କହିଛନ୍ତି। କେବଳ ସେତିକି ନୁେହଁ, କୋର୍ଟ ଆଜି ନୂଆ ସିବିଆଇ ମୁଖ୍ୟ ଋଷୀ କୁମାର ଶୁକ୍ଳାଙ୍କୁ ଶର୍ମାଙ୍କ ବଦଳି ମାମଲାରେ ସମ୍ପୃକ୍ତ ଥିବା ସିବିଆଇ ଅଧିକାରୀମାନଙ୍କ ନାମର ଏକ ତାଲିକା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପଟରେ ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲାରେ ଆଜି ସୁପ୍ରିମକୋର୍ଟ ବିହାର ସରକାରଙ୍କ ଉପରେ ପ୍ରବଳ ‌ବେଗରେ ବର୍ଷିଛନ୍ତି। ଦିଲ୍ଲୀର ସାକେତ୍‌ ପୋକ୍ସ କୋର୍ଟକୁ ଉକ୍ତ ମାମଲା ସ୍ଥାନାନ୍ତର କରାଯାଇଛି। ମାମଲାର ଶୁଣାଣି ୬ ମାସ ମଧ୍ୟରେ ହିଁ ଶେଷ କରିବାପାଇଁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.