ସହିଦଙ୍କ ପରିବାର ପାଇଁ ଅନୁକମ୍ପା ରାଶି ୨୫ଲକ୍ଷକୁ ବଢିଲା
ଉଭୟ ସହିଦଙ୍କ ଗାଁ ମଡେଲ ପଞ୍ଚାୟତ ହେବ
ସେମାନଙ୍କ ପିଲାଙ୍କ ପାଠପଢା ବହନ କରିବେ ସରକାର
ପଢୁଥିବା ସ୍କୁଲ ସହିଦଙ୍କ ନାମରେ ନାମିତ କରାଯିବ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ପରେ ବଡ଼ ଘୋଷଣା କରିଛନ୍ତି । ସହିଦ ଯବାନ ପ୍ରସନ୍ନ କୁମାର ସାହୁ ଓ ସହିଦ ଯବାନ ମନୋଜ ବେହେରାଙ୍କ ପରିବାରକୁ ୧୦ଲକ୍ଷ ନୁହେଁ, ୨୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ।
କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ଉଭୟ ସହିଦ ଯବାନଙ୍କ ଗାଁକୁ ମଡେଲ ପଞ୍ଚାୟତ କରାଯିବ ବୋଲି ଘୋଷଣା କରିଛନ୍ତି । ସହିଦ ଯବାନ ପଢୁଥିବା ବିଦ୍ୟାଳୟକୁ ସେମାନଙ୍କ ନାମରେ ନାମିତ କରାଯିବ । ସେହିପରି ସେମାନଙ୍କ ପିଲାମାନଙ୍କ ପାଠପଢା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ନବୀନ କହିଛନ୍ତି ।
ଏଠାରେ ଉଲ୍ଲେଖଥାଉକି, ରାଜ୍ୟ ସରକାରଙ୍କ ସହାୟତା ଘୋଷଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଅନ୍ୟ ରାଜ୍ୟମାନେ ଅଧିକ ସହାୟତା ଘୋଷଣା କରିଥିବା ଦର୍ଶାଇ ଲୋକେ କ୍ଷୋଭ ପ୍ରକଟ କରିଥିଲେ ।
ପ୍ରମୁଖ ଖବର
ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ