ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ପ୍ରଧାନଙ୍କୁ ଚେକ୍‍: ପ୍ରଧାନ ଆଉଟ୍‍, ପ୍ରଧାନ ଇନ୍‍

0

ସଂଜୀବ ସାହୁଙ୍କୁ ଦିଆଯାଇପାରେ ବିଶ୍ରାମ
ସରକାରୀ ଅଧିକାରୀଙ୍କୁ ମିଳିବ ଆଠମଲ୍ଲିକ
କଂଗ୍ରେସର ସସ୍ମିତାଙ୍କ ଉପରେ ବିଜେଡି ଆଖି

ଭୁବନେଶ୍ୱର: ପୂର୍ତ ସଚିବ ନଳିନୀ ପ୍ରଧାନ ଯେ କୌଣସି ମୁହୂର୍ତରେ ସରକାରୀ ଚାକିରି ଛାଡି ବିଜେଡିରେ ଯୋଗ ଦେଇପାରନ୍ତି ।ସମ୍ୱଲପୁର ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ଏଥର ବିଜେଡି ଆଉ ଟିକେଟ୍‍ ଦେବନି । ଶ୍ରୀ ପ୍ରଧାନଙ୍କ ସ୍ଥାନରେ ନଳିନୀଙ୍କୁ ବିଜେଡି ଏଠାରେ ଲୋକସଭା ପ୍ରାର୍ଥୀ କରିବ । ଏ ନେଇ ଠୋସ୍‍ ରଣନୀତି ପ୍ରସ୍ତୁତ ହୋଇଛି । କେବଳ ସେତିକି ନୁହେଁ, ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଆଠମଲ୍ଲିକ ବିଧାୟକ ସଂଜୀବ ସାହୁଙ୍କୁ ଏଥର ଦଳ ବିଶ୍ରାମ ଦେବ । ବୀରମହାରାଜପୁର ଉପ ନିର୍ବାଚନରୁ ବିଧାନସଭାକୁ ଆସିଥିବା ଶ୍ରୀ ସାହୁ କ୍ରମାଗତ ଭାବେ ବିଜୟ ଲାଭ କରିଆସୁଥିଲେ । ହେଲେ ଲୋକପ୍ରିୟତା ହ୍ରାସ ପରିପ୍ରେକ୍ଷୀରେ ସଂଜୀବଙ୍କୁ ଏଥର ଟିକେଟ୍‍ ମିଳିବା ସମ୍ଭାବନା କ୍ଷୀଣ । ତାଙ୍କ ସ୍ଥାନ ମଧ୍ୟ ଜଣେ ସରକାରୀ ଅଫିସର ନେବେ । ସ୍ଥାନୀୟ ଅଞ୍ଚଳର ଜଣେ ଅଧିକାରୀ ଖୁବ୍‍ ଶୀଘ୍ର ବିଜେଡିରେ ଯୋଗ ଦେଇ ଆଠମଲ୍ଲିକ ରାଜନୀତିରେ ପାଦ ଥାପିବେ ବୋଲି କୁହାଯାଉଛି ।
ସେହିପରି ଅନୁଗୁଳ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ପୁଣି ଥରେ ବିଜେଡି ଟିକେଟ୍‍ ପାଇବା ନେଇ ମଧ୍ୟ ପ୍ରଶ୍ନ ଚିହ୍ନ ଲାଗିଲାଣି । କର୍ମୀଙ୍କ ଅସନ୍ତୋଷ କାରଣରୁ ସୁଶାନ୍ତଙ୍କୁ ନେଇ ନବୀନ ପଞ୍ଚମ ଥର ନିର୍ବାଚନ ଲଢିବେ, ରାଜନୈତିକ ପଣ୍ଡିତମାନେ ଏଭଳି ପୂର୍ବାନୁମାନ ଲଗାଇପାରୁନାହାନ୍ତି । କୌତୂହଳର କଥା ହେଲା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ମହିଳା ସଭାନେତ୍ରୀ ଇଂ ସସ୍ମିତା ବେହେରାଙ୍କ ଉପରେ ବିଜେଡିର ଆଖି ପଡିଛି । ଏ ନେଇ ସୋସିଆଲ ମିଡିଆରେ ଖବର ଛାଇଗଲାଣି, ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଆଲୋଚନା ଜୋର ଧରିଛି । ହେଲେ ସସ୍ମିତା କିନ୍ତୁ ଏହାକୁ ଗୁଜବ କହି ଚର୍ଚ୍ଚାକୁ ଏଡାଇବା ଲାଗି ଯେତେ ଚେଷ୍ଟା କରୁଛନ୍ତି, ତାଙ୍କୁ ଛେଣ୍ଡିପଦାରୁ କଂଗ୍ରେସ ଟିକେଟ୍‍ ନ କରାଇ ଦେବା ଲାଗି କୁଚକ୍ରୀ ଗୋଷ୍ଠୀର ଏହା ଏକ ଷଡ୍‍ଯନ୍ତ୍ର ବୋଲି ଯେତେ ଯାହାକୁ କହୁଛନ୍ତି, କେହି ଏହାକୁ ବିଶ୍ୱାସ କରିବା ସ୍ଥିତିରେ ନାହାନ୍ତି ।
ଉଲ୍ଲେଖଯୋଗ୍ୟ, ଅତ୍ୟନ୍ତ ବିବାଦୀୟ ମନ୍ତବ୍ୟ ଦେଇ ନଗେନ୍ଦ୍ର ଯେଭଳି ବଦନାମ ହୋଇଛନ୍ତି, ନିଜ ନିର୍ବାଚନମଣ୍ଡଳୀରେ ଅନେକ ଭଲକାମ କରିଥିଲେ ହେଁ, ନିଜଗୁଣରୁ ସଂଜୀବ ନିର୍ବାଚନମଣ୍ଡଳୀରେ ଆଉ ଆଗଭଳି ଲୋକପ୍ରିୟ ନାହାନ୍ତି । ଏବେ ବିଜେପିର ସେଠାରେ ଶକ୍ତି ବୃଦ୍ଧି ଘଟୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏସବୁ ଅଞ୍ଚଳକୁ ନିଜ ହସ୍ତମୁଦି ମାହାଲ ଭଳି ବ୍ୟବହାର କରୁଛନ୍ତି । ଏଣୁ କୌଣସି ପରିସ୍ଥିତିରେ ଯେମିତି ଧର୍ମେନ୍ଦ୍ରଙ୍କୁ ତାଙ୍କ ମାଟିରେ ଦଳ ଛିଡା କରାଇ ଦେବନି, ସେଥିପାଇଁ ବିଜେଡି ସମ୍ୱଲପୁର ଓ ଢେଙ୍କାନାଳ ଲୋକସଭା ଅନ୍ତର୍ଗତ ବିଧାନସଭା ଆସନରେ ରଣନୀତି ବଦଳାଇଛି ।

Leave A Reply

Your email address will not be published.