ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ବଡ଼ ଲଢାଇ ପାଇଁ ଓହ୍ଲାଇଲେ ବିଜୟ ମହାପାତ୍ର

0

ଭୁବନେଶ୍ୱର: ଦୀର୍ଘ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ୨୦୧୯ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ଲାଗି ମନ ସ୍ଥିର କରିଛନ୍ତି । ତେବେ ବିଜେପି, ବିଜେଡି କିମ୍ୱା କଂଗ୍ରେସ ନୁହେଁ, ସ୍ୱାଧୀନ ଭାବେ ବିଜୟ ନିର୍ବାଚନ ମଇଦାନକୁ ଓହ୍ଲାଇବେ ।
ଶୀର୍ଷ ରାଜନୈତିକ ମହଲର ଖବରକୁ ବିଶ୍ୱାସ କରାଗଲେ, କେନ୍ଦ୍ରାପଡାରେ ବିଜୟ-ବୈଜୟନ୍ତ ଓ କଂଗ୍ରେସ ମଧ୍ୟରେ ଅଘୋଷିତ ମେଣ୍ଟ ହେବାକୁ ଯାଉଛି । କଂଗ୍ରେସ ବିଜୟଙ୍କୁ ସହଯୋଗ ପାଇଁ ଦ୍ୱାର ଉନ୍ମୁକ୍ତ କରିଛି । ତେବେ ଏ ନେଇ ଆଲୋଚନା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିନାହିଁ ।
ଏପଟେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିକୁ ସଫା କରିବା ଲାଗି କେନ୍ଦ୍ରାପଡାରୁ ସ୍ୱାଧୀନ ଭାବେ ଲୋକସଭା ନିର୍ବାଚନ ଲଢିବାକୁ ମନସ୍ଥିର କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡା ଜିଲ୍ଲାରେ ବିଜୟଙ୍କର ଥିବା ଦେଢ ଲକ୍ଷରୁ ଅଧିକ ଭୋଟର ବୈଜୟନ୍ତଙ୍କୁ ସମର୍ଥନ କରିବେ । ପ୍ରତିବଦଳରେ ବିଜୟଙ୍କୁ ମହାକାଳପଡା, ପାଟକୁରା ଆଦି ବିଧାନସଭା ଆସନରେ ଶ୍ରୀ ପଣ୍ଡାଙ୍କ ସମର୍ଥନ ହେବ । ଏହାଦ୍ୱାରା ବିଜେଡି ଭୋଟ ବିଭାଜିତ ହେବ ଓ କଂଗ୍ରେସ ଭୋଟର ସମର୍ଥନ ଦେଲେ, ଜିଲ୍ଲାର ସମସ୍ତ ଆସନରେ ବୈଜୟନ୍ତ, ବିଜୟ ଓ କଂଗ୍ରେସ ନେତାମାନେ ସହଜରେ ଜିତିପାରିବେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଶ୍ୱାସ କରୁଛନ୍ତି ।
ଏହି ମହଲର ଆହୁରି କହିବା କଥା ହେଉଛି, ବିଜୟଙ୍କ ନିରବତା ସତ୍ତ୍ୱେ ରାଜ୍ୟ ସରକାରଙ୍କ ବିରୋଧରେ ଜନମତ ଶାସକ ଦଳକୁ ନୟାନ୍ତ କଲାଣି । ବିଜୟ-ବୈଜୟନ୍ତ ଓ କଂଗ୍ରେସ ଯଦି ଏକାଠି ମିଳିତ ଆକ୍ରମଣ କରିବେ, ତେବେ ଆଗକୁ ସ୍ଥିତି ଭୟାନକ ହୋଇପାରେ ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କେନ୍ଦ୍ରାପଡା ଜିଲ୍ଲା ଦୁହୁରିଆରେ ବିଜୟଙ୍କ ଅଫିସ ବିଧିବଦ୍ଧ ଭାବେ ଖୋଲିଛି । ଏହିଠାରୁ ସେ ଅପରେସନ୍‍ ଓଡ଼ିଶା ଆରମ୍ଭ କରିବେ । କେବଳ ସେତିକି ନୁହେଁ, ଶନିବାର ବିଜୟ ପାଟକୁରା ଓ ମହାକାଳପଡା ଛାଡି ପ୍ରଥମଥର ପାଇଁ ଡେରାବିଶ, ପଟ୍ଟାମୁଣ୍ଡାଇ ଆଦି ଗସ୍ତ କରୁଛନ୍ତି । କେନ୍ଦ୍ରାପଡାରେ ବିଭିନ୍ନ ଅଞ୍ଚଳର ନେତାଙ୍କୁ ସେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଏଠାରେ ଉଲ୍ଲେଖଥାଉକି, ଏକ ଘରୋଇ ସର୍ଭେର ରିପୋର୍ଟକୁ ବିଶ୍ୱାସ କରାଗଲେ, କେନ୍ଦ୍ରାପଡାରେ ବିଜେଡି ସଙ୍ଗିନ୍‍ ପରିସ୍ଥିତିରେ ଗତି କରୁଛି । ଶାସକ ଦଳର ବିଧାୟକ ବଦନାମ ହୋଇଛନ୍ତି ଓ ଗୋଷ୍ଠୀ କନ୍ଦଳ ଶୀର୍ଷ ଛୁଇଁଛି । ଏପଟେ ବିଜୟଙ୍କ ସପକ୍ଷରେ ଏକ ଅନୁକମ୍ପା ଭୋଟ ବ୍ୟାଙ୍କ ତିଆରି ହେଲାଣି । ସେହିପରି ବୈଜୟନ୍ତଙ୍କର ବିଜେଡି ସହିତ ସଂପର୍କ ଖରାପ ଥିଲେ, ସାଧାରଣ ଲୋକଙ୍କ ଠାରୁ ସେ ବେଶୀ ଦୂର ଯାଇନାହାନ୍ତି ବୋଲି ଏହି ରିପୋର୍ଟ କହୁଛି । ଯଦି ଏମିତି ହୁଏ, ତେବେ କେବଳ କେନ୍ଦ୍ରାପଡା ନୁହେଁ, ରାଜ୍ୟର ପାଖାପାଖି ୩୨ଟି ଆସନରେ ଏହି ସମୀକରଣର ଜବରଦସ୍ତ ପ୍ରଭାବ ପଡିବା ବିଚିତ୍ର ନୁହେଁ ବୋଲି କୁହାଯାଇପାରେ ।

Leave A Reply

Your email address will not be published.