ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

କଣ କରିବେ ଦିଲ୍ଲୀପ?

0

ଭୁବନେଶ୍ୱର: ବିଜେପି ଛାଡିଥିବା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ୨୦୧୯ ନିର୍ବାଚନରେ ଲଢିବେ ନାହିଁ । ବିଶ୍ୱସ୍ତ ସୂତ୍ରରୁ ଏଭଳି ସୂଚନା ମିଳିଛି । ଦିଲ୍ଲୀପଙ୍କ ଏହି ନିଷ୍ପତ୍ତି ପରେ ରାଉରକେଲା ବିଧାନସଭା ଆସନକୁ ନେଇ ଆଶା ଆଶଙ୍କା ବଢାଇ ଦେଲାଣି । ଗତ ନିର୍ବାଚନରେ ଦିଲ୍ଲୀପ ବିଜେପି ଟିକେଟରେ ରାଉରକେଲା ଆସନରୁ ଲଢିଥିଲେ ।
ଦିଲ୍ଲୀପଙ୍କ ଅବର୍ତମାନରେ ସେଠାରେ ବିଜେପି ଦୁର୍ବଳ ସ୍ଥିତିକୁ ଚାଲିଆସିଛି । କେବଳ ସେତିକି ନୁହେଁ, ଜୁଏଲ ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବା ପରିପ୍ରେକ୍ଷୀରେ ଏଥର ପୂର୍ବଭଳି ତାଙ୍କର ପତିଆରା ନାହିଁ । ପରିଣାମରେ ଅକଳରେ ପଡିଯାଇଛି ପଦ୍ମ ଦଳ ।
ବିଜେଡି ନେତା ଶାରଦା ନାୟକଙ୍କ ପାଇଁ ଏଥର ଅପେକ୍ଷାକୃତ ସ୍ଥିତି ସହଜ ହୋଇଛି । ହେଲେ ଦିଲ୍ଲୀପଙ୍କ ଭୋଟ ଶାରଦାଙ୍କ ସମର୍ଥନରେ ଯିବ ନା ତାଙ୍କ ବନ୍ଧୁ ବିଜୟ ମହାପାତ୍ରଙ୍କୁ ଯଦି କଂଗ୍ରେସ ସମର୍ଥନ କରେ, ତେବେ ସେ ବି ସେଠାରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବେ, ତାହା ଉପରୁ ରହସ୍ୟ ତୁଟିନାହିଁ । ତେବେ ଦିଲ୍ଲୀପ ଯଦି କଂଗ୍ରେସ ସମର୍ଥନ କରିବା ଲାଗି ବାହାରନ୍ତି, ତେବେ ଏହି ଆସନଟିରେ ବିଜେଡିକୁ ବଡ଼ ଲଢାଇର ସାମ୍ନା କରିବାକୁ ପଡିବ । ଏପରିକି ବିଜେଡି-ବିଜେପି ନୁହେଁ, ବରଂ କଂଗ୍ରେସ-ବିଜେଡି ମଧ୍ୟରେ ଏହି ଆସନରେ ପ୍ରତ୍ୟକ୍ଷ ଲଢାଇ ହେବାର ସମ୍ଭାବନାକୁ ଏଡାଇ ହେବ ନାହିଁ । ଏମିତିହେଲେ ସୁନ୍ଦରଗଡ ଲୋକସଭା ଆସନ ବିଜେପିକୁ ଫେରିବା କଷ୍ଟସାଧ୍ୟ ହୋଇଯାଇପାରେ ବୋଲି ରାଜନୈତିକ ମହଲ ପୂର୍ବାନୁମାନ କରୁଛନ୍ତି ।

Leave A Reply

Your email address will not be published.