ଭୁବନେଶ୍ୱର: ବିଜେପି ଛାଡିଥିବା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ୨୦୧୯ ନିର୍ବାଚନରେ ଲଢିବେ ନାହିଁ । ବିଶ୍ୱସ୍ତ ସୂତ୍ରରୁ ଏଭଳି ସୂଚନା ମିଳିଛି । ଦିଲ୍ଲୀପଙ୍କ ଏହି ନିଷ୍ପତ୍ତି ପରେ ରାଉରକେଲା ବିଧାନସଭା ଆସନକୁ ନେଇ ଆଶା ଆଶଙ୍କା ବଢାଇ ଦେଲାଣି । ଗତ ନିର୍ବାଚନରେ ଦିଲ୍ଲୀପ ବିଜେପି ଟିକେଟରେ ରାଉରକେଲା ଆସନରୁ ଲଢିଥିଲେ ।
ଦିଲ୍ଲୀପଙ୍କ ଅବର୍ତମାନରେ ସେଠାରେ ବିଜେପି ଦୁର୍ବଳ ସ୍ଥିତିକୁ ଚାଲିଆସିଛି । କେବଳ ସେତିକି ନୁହେଁ, ଜୁଏଲ ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବା ପରିପ୍ରେକ୍ଷୀରେ ଏଥର ପୂର୍ବଭଳି ତାଙ୍କର ପତିଆରା ନାହିଁ । ପରିଣାମରେ ଅକଳରେ ପଡିଯାଇଛି ପଦ୍ମ ଦଳ ।
ବିଜେଡି ନେତା ଶାରଦା ନାୟକଙ୍କ ପାଇଁ ଏଥର ଅପେକ୍ଷାକୃତ ସ୍ଥିତି ସହଜ ହୋଇଛି । ହେଲେ ଦିଲ୍ଲୀପଙ୍କ ଭୋଟ ଶାରଦାଙ୍କ ସମର୍ଥନରେ ଯିବ ନା ତାଙ୍କ ବନ୍ଧୁ ବିଜୟ ମହାପାତ୍ରଙ୍କୁ ଯଦି କଂଗ୍ରେସ ସମର୍ଥନ କରେ, ତେବେ ସେ ବି ସେଠାରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବେ, ତାହା ଉପରୁ ରହସ୍ୟ ତୁଟିନାହିଁ । ତେବେ ଦିଲ୍ଲୀପ ଯଦି କଂଗ୍ରେସ ସମର୍ଥନ କରିବା ଲାଗି ବାହାରନ୍ତି, ତେବେ ଏହି ଆସନଟିରେ ବିଜେଡିକୁ ବଡ଼ ଲଢାଇର ସାମ୍ନା କରିବାକୁ ପଡିବ । ଏପରିକି ବିଜେଡି-ବିଜେପି ନୁହେଁ, ବରଂ କଂଗ୍ରେସ-ବିଜେଡି ମଧ୍ୟରେ ଏହି ଆସନରେ ପ୍ରତ୍ୟକ୍ଷ ଲଢାଇ ହେବାର ସମ୍ଭାବନାକୁ ଏଡାଇ ହେବ ନାହିଁ । ଏମିତିହେଲେ ସୁନ୍ଦରଗଡ ଲୋକସଭା ଆସନ ବିଜେପିକୁ ଫେରିବା କଷ୍ଟସାଧ୍ୟ ହୋଇଯାଇପାରେ ବୋଲି ରାଜନୈତିକ ମହଲ ପୂର୍ବାନୁମାନ କରୁଛନ୍ତି ।
ପ୍ରମୁଖ ଖବର
ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ