ଏସଜି ପ୍ରତିନିଧି ଭାବେ ପ୍ରମିଳାଙ୍କୁ ମିଳିଲା ଟିକେଟ୍
ସିଦ୍ଧାନ୍ତକୁ ଟିକେଟ ମିଳିଲାନି, ଅଚ୍ୟୁତ ପ୍ରାର୍ଥୀ ହେବେ
ମାଲକାନଗିରି, ଝରିଗାଁ, ଲାଞ୍ଜିଗଡ, ପଟ୍ଟାଙ୍ଗୀ ପ୍ରାର୍ଥୀ ଘୋଷଣା ନୋହିଲା
ତିନି ମହିଳା ପ୍ରାର୍ଥୀ ଆସିଲେ ସାମ୍ନାକୁ, ସୁନୀତାଙ୍କୁ ଥଇଥାନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯ ଲୋକସଭା ଓ ୫୪ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ନିଜେ ଉଭୟ ବିଜେପୁର ଓ ହିଞ୍ଜିଳିରୁ ଲଢିବେ । ତେବେ ସାଂସଦ କଳିକେଶ ସିଂହଦେଓଙ୍କୁ ଛାଡିଦେଲେ ଅନ୍ୟ ଆସନରେ ସାଂସଦ ପ୍ରାର୍ଥୀ ବଦଳାଇ ଦିଆଯାଇଛି । ଏ ମଧ୍ୟରେ ୩ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । କଳାହାଣ୍ଡିରେ ପୁଷ୍ପେନ୍ଦ୍ର ସିଂହଦେଓ, ଆସ୍କାରୁ ପ୍ରମିଳା ବିଶୋୟୀ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁ, କୋରାପୁଟରୁ କୌଶଲ୍ୟା ହିକକା, ନବରଙ୍ଗପୁରରେ ରମେଶ ମାଝୀ, ସୁନ୍ଦରଗଡରୁ ସୁନୀତା ବିଶ୍ୱାଳ ଓ ବରଗଡରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି ।
ଅନ୍ୟପକ୍ଷରେ ଛତ୍ରପୁରରେ ପ୍ରିୟାଂଶୁ ପ୍ରଧାନଙ୍କ ସ୍ଥାନରେ ସୁବାସ ବେହେରା, ଗୋପାଳପୁରରେ ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁରରେ ବିକ୍ରମ ପଣ୍ଡା, ଖଲ୍ଲିକୋଟରେ କେ କେ ସୂର୍ଯ୍ୟମଣି, ଦିଗପହଣ୍ଡି ସୂର୍ଯ୍ୟ ନାରାୟଣ ପାତ୍ର, ପାରଳାରେ କଲ୍ୟାଣୀ ଗଜପତି, ଖରିଆର ଲମ୍ୱୋଧର ନିହାଲ, ଜି ଉଦୟଗିରି ସାଲୁଦା ପ୍ରଧାନ, ରାୟଗଡା ଲାଲ ବିହାରୀ ହିମିରିକା, ସୁନ୍ଦରଗଡ ଯୋଗେଶ କୁମାର ସିଂହ, ରାଜଗାଙ୍ଗପୁରରେ ମଙ୍ଗଳା କିଷାନ, ତଳସରାରେ ଷ୍ଟିଫେନ ସୋରେନ, ରାଉରକେଲାରେ ଶାରଦା ପ୍ରସାଦ ନାୟକ, ରଘୁନାଥପାଲିରେ ସୁବ୍ରତ ତରାଇ,ବଣାଇରେ ରଞ୍ଜିତ କିଷାନ ପ୍ରାର୍ଥୀ ହୋଇଛନ୍ତି ।
ଅତାବିରାରୁ ସ୍ନେହାଙ୍ଗିନି ଛୁରିଆ, ଭଟଲି ସୁଶାନ୍ତ ସିଂହ, ପଦ୍ମପୁରରେ ବିଜୟ ରଂଜନ ସିଂହ ବରିହା, ଝାରସୁଗୁଡା ନବ କିଶୋର ଦାସ, ବରଗଡ ଦେବେଶ ଆଚାର୍ଯ୍ୟ, ଟିଟିଲାଗଡ ଟୁକୁନି ସାହୁ, ପାଟଣାଗଜ ସରୋଜ ମେହେର, ସୋନପୁର ନିରଞ୍ଜନ ପୁଜାରୀ, କଣ୍ଟାବାଞ୍ଝିରେ ଅଜୟ ଦାସ ଓ ବୀରମହାରାଜପୁରରୁ ପଦ୍ମନାଭ ବେହେରା ବିଜେଡି ପ୍ରାର୍ଥୀ ହୋଇଛନ୍ତି ।
ସେହିପରି ଆସ୍କାରେ ମଞ୍ଜୁଳା ସ୍ୱାଇଁ, ସୋରଡାରେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସାନଖେମୁଣ୍ଡିରେ ନନ୍ଦିନୀ ଦେବୀ, ପୋଲସରାରେ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗରରେ ଲତିକା ପ୍ରଧାନ, ବାଲିଗୁଡାରେ ଚକ୍ରଧର କହଁର, କଣ୍ଟାମାଳ ମହୀଧର ରଣା, ବୌଦ୍ଧରେ ପ୍ରଦୀପ ଅମାତ, ଭଞ୍ଜନଗରରେ ବିକ୍ରମ କେଶରୀ ଆରୁଖ, ଦଶପଲ୍ଲାରେ ରମେଶ ବେହେରା, ଭବାନୀପାଟଣାରେ ଦୁଷ୍ମନ୍ତ ନାୟକ, ନର୍ଲାରେ ଭୂପିନ୍ଦର ସିଂହ, ଜୁନାଗଡରେ ଦିବ୍ୟଶଙ୍କର ମିଶ୍ର, ନୂଆପଡା ରାଜେନ୍ଦ୍ର ଢୋଲକିଆ, ବିଷମ କଟକରେ ଜଗନ୍ନାଥ ସାରକା, ଗୁଣୁପୁର ରଘୁନାଥ ଗମାଙ୍ଗ, କୋରାପୁଟ ରଘୁନାଥ ପୋଡାଲ, ଲକ୍ଷ୍ମୀପୁର ପ୍ରଭୁ ଜାନି, ଜୟପୁର ରବି ନାରାୟଣ ନନ୍ଦ, ନବରଙ୍ଗପୁର ସଦାଶିବ ପ୍ରଧାନୀ, ଉମରକୋଟରେ ସୁବାସ ଗଣ୍ଡ, ଡାବୁଗାଁ ମନୋହର ରନ୍ଧାରୀ, କୋଟପାଡ ପଦ୍ମିନୀ ଦିଆନ, ଚିତ୍ରକୋଣ୍ଡାରେ ପୂର୍ଣ୍ଣଚନ୍ଦ୍ର ସାକା ପ୍ରାର୍ଥୀ ହୋଇଛନ୍ତି ।
ଚଳଚ୍ଚିତ୍ର ତାରକା ସିଦ୍ଧାନ୍ତ ମହାପାତ୍ରଙ୍କ ଟିକେଟ ଦିଆଯାଇନାହିଁ । ସେହିପରି ଲାଞ୍ଜିଗଡ, ଝରିଗାଁ, ପଟ୍ଟାଙ୍ଗି,ମାଲକାନଗିରି ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇନାହିଁ ।
ପ୍ରମୁଖ ଖବର
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଗୋମ୍ଫାକୋଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ଆତ୍ମହତ୍ୟା
ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ
ଗୁଜରାଟରେ ଖୁବଶୀଘ୍ର ଲାଗୁ ହେବ ୟୁସିସି
ଲାଞ୍ଚ ନେଇ ଗିରଫ ହେଲେ ବିରମହାରାଜପୁର ଥାନା ଏଏସଆଇ
ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
ରାଜଧାନୀ ଭୁବନେଶ୍ବରରେ ମୋ ବସ୍ ଧକ୍କାରେ ଚାଲିଗଲା ନାବଳିକାଙ୍କ ଜୀବନ