ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ରାତି ଅଧରେ କଂଗ୍ରେସ ତାଲିକା

0

୬ ଲୋକସଭା ଓ ୩୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା

ନରସିଂହ, ତାରା, ଭୁଜବଳଙ୍କୁ ମିଳିଲା ଟିକେଟ୍‍

ଜଣେ ମାତ୍ର ମହିଳା ମୁହଁ ଚିତ୍ରକୋଣ୍ଡାରୁ

କୋରାପୁଟ ଲୋକସଭା ଆସନ ନିଷ୍ପତ୍ତି ଅଟକିଲା

ଭୁବନେଶ୍ୱର: ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ପାଖାପାଖି ୯ ଘଣ୍ଟା ପରେ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଆଜି ରାତି ୧୨ଟାରେ ଏଆଇସିସି ପ୍ରଥମ ଦଫାରେ ୬ ଲୋକସଭା ଓ ୩୬ ବିଧାନସଭା ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେଡି ମହିଳାଙ୍କୁ ଗୁରୁତ୍ୱ ଦେଉଥିବା ବେଳେ କଂଗ୍ରେସ ଏହି ୪୨ଜଣିଆ ତାଲିକାରେ ମାତ୍ର ଜଣେ ମହିଳା ପ୍ରାର୍ଥୀ ଅଛନ୍ତି । ଚିତ୍ରକୋଣ୍ଡା ଆସନରୁ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଦଳ ପାର୍ଥୀ କରିଛି ।

୬ଟି ଲୋକସଭା ଆସନ ମଧ୍ୟରେ ବରଗଡରୁ ପ୍ରଦୀପ କୁମାର ଦେବତା, ସୁନ୍ଦରଗଡରୁ ଜର୍ଜ ତିର୍କୀଙ୍କୁ , କଳାହାଣ୍ଡିରୁ ଭକ୍ତ ଚରଣ ଦାସ, ନବରଙ୍ଗପୁରରୁ ପ୍ରଦୀପ ମାଝୀ, କନ୍ଧମାଳରୁ ମନୋଜ କୁମାର ଆଚାର୍ଯ୍ୟ ଓ ବ୍ରହ୍ମପୁରରୁ ବି ଚନ୍ଦ୍ରଶେଖର ନାଇଡୁଙ୍କୁ ପ୍ରାର୍ଥୀ କରାଯାଇଛି । କୋରାପୁଟରେ ସପ୍ତଗିରି ଉଲ୍ଲାକାଙ୍କ ନାମ ସୁପାରିସ ହୋଇଥିଲେ ହେଁ, ଏଥିରେ ମୋହର ଲାଗିପାରିନାହିଁ । ସପ୍ତଗିରିଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ସେହିଭଳି ୩୬ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ନାମ ରହିଛି । ଏହାବ୍ୟତୀତ ବିଧାୟକ ଭୁଜବଳ ମାଝୀଙ୍କୁ ବି ଟିକେଟ୍‍ ମିଳିଛି । ଏହି ତିନି ନେତା ଯଥାକ୍ରମେ ବଲାଙ୍ଗୀର, ଜୟପୁର ଓ ଡାବୁଗାଁରୁ ଲଢିବେ ।

ସେହିଭଳି ପୂର୍ବତନ ବିରୋଧୀ ଦଳ ମୁଖ୍ୟ ସଚେତକ ସତ୍ୟଭୂଷଣ ସାହୁ ,ନିପନ ଦାସଙ୍କୁ ବରଗଡ, ପୂର୍ବତନ ବିଧାୟକ ନିହାର ମହାନନ୍ଦ ଅତାବିରା, ରୋହିତ ଯୋଶେଫ ତିର୍କି ବୀରମିତ୍ରପୁର, ଡାକ୍ତର ସିଆର୍‍ ରାଜନ ରାଜଗାଙ୍ଗପୁର ଆସନରୁ ପ୍ରାର୍ଥୀ ହେବେ । ପୂର୍ବତନ ବିଧାୟକ ବିନୋଦ ମାତ୍ର ବୀର ମହାରାଜପୁର, ଘାସିରାମ ମାଝୀ ନୂଆପଡା, ଅଧିରାଜ ପାଣିଗ୍ରାହୀ ଖରିଆର, ଉଇଧର ମାଝୀ ଝରିଗାଁ,ପୂର୍ବତନ ବିଧାୟକ ସଦନ ନାୟକ ନବରଙ୍ଗପୁର, ପୂର୍ବତନ ବିଧାୟକ ଶିବାଜୀ ମାଝୀ ଲାଞ୍ଜିଗଡରୁ ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀ ଭାବେ ଲଢିବେ ।

ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନା ସାନଖେମୁଣ୍ଡି,ମୋହନାରୁ ଦାଶରଥୀ ଗମାଙ୍ଗୋ, ପଟ୍ଟାଙ୍ଗିରୁ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ କଂଗ୍ରେସ ଟିକେଟ ପାଇବେ । କୃଷ୍ଣଚନ୍ଦ୍ର କୁଲଦୀପ କୋରାପୁଟ, ନୀଳମାଧବ ହିକ୍‍କା ବିଷମ କଟକ, ପୁରୁଷୋତ୍ତମ ଗମାଙ୍ଗ ଗୁଣୁପୁର, ସୁବାସ ଚନ୍ଦ୍ର ରାଉତ ଚିକିଟି, ବିସ୍ମୟ ମହାପାତ୍ର ଦିଗପହଣ୍ଡି, ଲିଙ୍ଗରାଜ ଚୌଧୁରୀ ବ୍ରହ୍ମପୁର, ଏସ୍‍ ଧର୍ମରାଜ ରେଡ୍ଡି ଗୋପାଳପୁର, ରାମକୃଷ୍ଣ ପଣ୍ଡା ହିଞ୍ଜିଳି, ମନୋଜ କୁମାର ଜେନା ଆସ୍କା, ବିଜୟ କୁମାର ସାହୁ କବିସୂର୍ଯ୍ୟନଗର, ହରିଚରଣ ସ୍ୱାଇଁ ପୋଲସରା, ସଂଜୟ କୁମାର ତ୍ରିପାଠୀ ଭଞ୍ଜନଗର, ପ୍ରଶାନ୍ତ କୁମାର ନାୟକ ଦଶପଲ୍ଲା, ପ୍ରଶାନ୍ତ ସାହୁ କଣ୍ଟାମାଳ, କିଶୋର ଚନ୍ଦ୍ର କହଁର ଫୁଲବାଣୀ, ସିମନ ମଲ୍ଲିକ ବାଲିଗୁଡା, ଦିଗମ୍ୱର ଦୁରିଆ ଧର୍ମଗଡରୁ ହାତ ଚିହ୍ନରେ ଲଢିବେ ବୋଲି ଦଳ କହିଛି । ସେହିଭଳି ଆଜି ମାଲକାନଗିରି ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବା ମାଲା ମାଢୀଙ୍କୁ କଂଗ୍ରେସ ଟିକେଟ ମିଳିଛି ।

Leave A Reply

Your email address will not be published.