ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀ ଗିରଫ ହୋଇଛନ୍ତି । ଗତକାଲି ରାତିରେ ପିପିଲି ନିକଟସ୍ଥ ନିଜ ଫାର୍ମ ହାଉସରେ ମାଜିଷ୍ଟ୍ରେଟ୍ ଓ ପୁଲିସ ରେଡ୍ କରିବା ବେଳେ ସେମାନକୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସଂପୃକ୍ତ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ର କ୍ୟାପିଟାଲ ହସ୍ପିଟାଲରେ ଚିକତ୍ସାଧୀନ ଅଛନ୍ତି ଓ ତାଙ୍କ ଅଣ୍ଟାରେ ଗୁରୁତର ଆଘାତ ଲାଗିଛି । ମହାରଥୀ ନିଜେ ଗୋଡେଇ ଗୋଡେଇ ପିଟିଥିବା ନେଇ ଶ୍ରୀ ପାତ୍ର ଗଣମାଧ୍ୟମରେ ଅଭିଯୋଗ କରିଥିଲେ । ପରେ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୁରୀ ଏସପି ନିଜେ ଘଟଣାସ୍ଥଳକୁ ଆସି ତନାଘନା କରିଥିଲେ । ମହାରଥୀଙ୍କ ବିରୋଧରେ ପୁଲିସ ସଙ୍ଗିନ ଦଫା ଲଗାଇଛି । ଦଫା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮,୧୪୯, ୧୭୧ (ବି) , ୧୮୬ ଠାରୁ ଆରମ୍ଭ କରି ଲୋକପ୍ରତିନିଧି ଆଇନ ୧୨୩ରେ ପୁଲିସ ମକଦ୍ଦମା ରୁଜୁ କରିଛି । ପ୍ରଦୀପଙ୍କ ଫାର୍ମରେ ଟଙ୍କା କାରବାର ନେଇ ଅଭିଯୋଗ ଆସିଥିଲା ।
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ