ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଗୁଣ୍ଡାଗର୍ଦି ମହଙ୍ଗା ପଡିଲା: ମହାରଥୀ ଗିରଫ

0

ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀ ଗିରଫ ହୋଇଛନ୍ତି । ଗତକାଲି ରାତିରେ ପିପିଲି ନିକଟସ୍ଥ ନିଜ ଫାର୍ମ ହାଉସରେ ମାଜିଷ୍ଟ୍ରେଟ୍‍ ଓ ପୁଲିସ ରେଡ୍‍ କରିବା ବେଳେ ସେମାନକୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସଂପୃକ୍ତ ମାଜିଷ୍ଟ୍ରେଟ୍‍ ରବି ନାରାୟଣ ପାତ୍ର କ୍ୟାପିଟାଲ ହସ୍ପିଟାଲରେ ଚିକତ୍ସାଧୀନ ଅଛନ୍ତି ଓ ତାଙ୍କ ଅଣ୍ଟାରେ ଗୁରୁତର ଆଘାତ ଲାଗିଛି । ମହାରଥୀ ନିଜେ ଗୋଡେଇ ଗୋଡେଇ ପିଟିଥିବା ନେଇ ଶ୍ରୀ ପାତ୍ର ଗଣମାଧ୍ୟମରେ ଅଭିଯୋଗ କରିଥିଲେ । ପରେ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୁରୀ ଏସପି ନିଜେ ଘଟଣାସ୍ଥଳକୁ ଆସି ତନାଘନା କରିଥିଲେ । ମହାରଥୀଙ୍କ ବିରୋଧରେ ପୁଲିସ ସଙ୍ଗିନ ଦଫା ଲଗାଇଛି । ଦଫା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮,୧୪୯, ୧୭୧ (ବି) , ୧୮୬ ଠାରୁ ଆରମ୍ଭ କରି ଲୋକପ୍ରତିନିଧି ଆଇନ ୧୨୩ରେ ପୁଲିସ ମକଦ୍ଦମା ରୁଜୁ କରିଛି । ପ୍ରଦୀପଙ୍କ ଫାର୍ମରେ ଟଙ୍କା କାରବାର ନେଇ ଅଭିଯୋଗ ଆସିଥିଲା ।

Leave A Reply

Your email address will not be published.