ପୁରୀ: ଭୀଷଣ ରୂପ ଧାରଣ କରି ଆସୁଥିବା ବାତ୍ୟା ଫନିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ପର୍ଯ୍ୟଟକଙ୍କୁ ହୋଟେଲ ଛାଡି ଚାଲିଯିବାକୁ ନିର୍ଦେଶ ଦେଇଛି । ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ସମସ୍ତ ହୋଟେଲ ମାଲିକଙ୍କୁ ଏ ନେଇ ନିର୍ଦେଶ ଦେବା ସହିତ ହୋଟେଲ ଖାଲି କରିବା ପାଇଁ କହିଛନ୍ତି ।
ଜିଲ୍ଲା ପ୍ରଶାସନ କହିଛି, ଫନି ଆସନ୍ତା ୩ ତାରିଖ ଅପରାହ୍ନରେ ପୁରୀ ବାଲୁଖଣ୍ଡ ନିକଟରେ ସ୍ଥଳ ଭାଗକୁ ସ୍ପର୍ଶ କରିବ । ଏହିସମୟରେ ପବନର ବେଗ ଘଣ୍ଟା ପ୍ରତି ୧୮୦ରୁ ୨୦୦ କିଲୋମିଟର ଥାଇପାରେ । ବିଜୁଳି ସରବରାହ ବ୍ୟାହତ ହେବାର ଆଶଙ୍କା ରହିଛି । ଏହାସହିତ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇପାରେ ।ଏଣୁ ପର୍ଯ୍ୟଟକଙ୍କୁ ହୋଟେଲ ଛାଡିବା ଲାଗି ନିର୍ଦେଶ ଦେବାକୁ ପ୍ରଶାସନ ଅନୁରୋଧ କରିଛି । ୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।
ପ୍ରମୁଖ ଖବର
ରାଜ୍ୟ କ୍ୟାବିନେଟରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ
ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଯୁବକ ମୃତ
ଦେଶର ୫୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ବି.ଆର.ଗଭାଇ
ରାଜଧାନୀରେ ପୁଣି ପିଲା ଚୋରି
ୟୁପିଏସସିର ନୂଆ ଅଧ୍ୟକ୍ଷ ହେଲେ ପୂର୍ବତନ ପ୍ରତିରକ୍ଷା ସଚିବ ଅଜୟ କୁମାର
ପାକିସ୍ତାନରୁ ଫେରିଲେ ବିଏସଏଫ ଯବାନ ପିକେ ସାଁ, ଭାରତ ମଧ୍ୟ ଫେରାଇଲା ରେଞ୍ଜର