ଭୁବନେଶ୍ୱର: ମାରୁତି ସୁଜୁକି ଇଣ୍ଡିଆ କଂପାନି କାର ବେପାରରେ ଚଡକ ପଡିଛି । ଗତବର୍ଷ ଏପ୍ରିଲରେ ଯେତିକି କାର ବିକ୍ରି ହୋଇଥିଲା, ତା ଠାରୁ ୨୦ ପ୍ରତିଶତ କମ କାର ଏଥର ଏପ୍ରିଲରେ ନେଇଛନ୍ତି ଗ୍ରାହକ ।
ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ୨୦୧୮ ଏପ୍ରିଲରେ କଂପାନି ୧ଲକ୍ଷ ୬୩ ହଜାର ୪୩୪ କାର ବିକ୍ରି କରିଥିଲା । ଏଥର ଏହା ୧ଲକ୍ଷ ୩୧ ହଜାର ୩୮୫କୁ ଖସି ଆସିଛି । ସବୁଠାରୁ ବଡ ପ୍ରଭାବ ପଡିଛି ଅଲ୍ଟୋ ଓ ପୁରୁଣା ମଡେଲ ଵାଗନ ଆର୍ ଉପରେ । ଗତବର୍ଷ ଏପ୍ରିଲରେ ଏଭଳି କାର ବିକ୍ରି ସଂଖ୍ୟା ଥିଲା ୩୭ ହଜାର ୭୯୪ । ଏଥର କିନ୍ତୁ ୪୦ ପ୍ରତିଶତ ହ୍ରାସ ପାଇ ୨୨ ହଜାର ୭୬୬ କାର ବିକ୍ରି ହୋଇଛି ।
ସ୍ୱିଫ୍ଟ, ସେଲେରିଓ, ନୂଆ ଵାଗନ ଆର୍, ବଲେନୋ, ଡିଜେଆର୍ ଭଳି କାରର ବଜାର ଉପରେ ବି ପ୍ରଭାବ ପଡିଛି । ଗତବର୍ଷ ଏପ୍ରିଲରେ ଏଭଳିି ବର୍ଗର କାର ବିକ୍ରି ସଂଖ୍ୟା ଥିଲା ୮୩ ହଜାର ୩୮୪ । ଏଥର କିନ୍ତୁ ଏହା ୧୪ ପ୍ରତିଶତ ହ୍ରାସ ପାଇ ୭୨ ହଜାର ୧୪୬ରେ ପହଞ୍ଚିଛି ।
ସିଆଜ୍ ଭଳି ଦାମୀ କାର ବି ସମ୍ଭବତଃ ଗ୍ରାହକଙ୍କ ପସନ୍ଦ ହୋଇନାହିଁ । ସେଥିପାଇଁ ଏହାର ବଜାର ପ୍ରଭାବିତ ହୋଇଛି । ଗତବର୍ଷ ୨୭୮୯ଟି ଏଭଳି କାର ବିକ୍ରି ହୋଇଥିବା ବେଳେ ଏଥର ଏହି ସଂଖ୍ୟା ୫୧୬ ରହିଛି ।
ହେଲେ ବ୍ରିଜା, ଏସ୍କ୍ରସ୍ ଭଳି ଗାଡି ବିକ୍ରି ଗତବର୍ଷ ଏପ୍ରିଲ ତୁଳନାରେ ଏବର୍ଷ ୬ପ୍ରତିଶତ ବଢିଛି । ଗତବର୍ଷ ଏହି ସମୟରେ ୨୦ ହଜାର ୮୬୪ଟି କାର ବିକ୍ରି ହୋଇଥିବା ବେଳେ ଏଥର ଏହା ୨୨ହଜାର ୩୫ ଛୁଇଁଛି ।
ତେବେ କାର ବିକ୍ରି କମିବା ପଛର ନିର୍ଦିଷ୍ଟ କାରଣ ସଂପର୍କରେ ଏଯାଏ କୁହାଯାଇନାହିଁ ।
ପ୍ରମୁଖ ଖବର
୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍-ଟ୍ରକ୍ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ