ଭୁବନେଶ୍ୱର: ୨୦୧୯ ଏପ୍ରିଲ ମାସରେ ଜିଏସ୍ଟି (ଦ୍ରବ୍ୟ ଓ ସେବା କର) ଆଦାୟ ସର୍ବକାଳୀନ ରେକର୍ଡ ଛୁଇଁଛି । ଅର୍ଥମନ୍ତ୍ରାଳୟର ତଥ୍ୟ ଅନୁସାରେ, ଜିଏସଟି ପ୍ରଚଳନ ପରେ ପ୍ରଥମ ଥର ପାଇଁ ଟିକସ ଆଦାୟ ପରିମାଣ ୧ଲକ୍ଷ ୧୩ହଜାର କୋଟି ଡେଇଁଛି ।
ତଥ୍ୟ ଅନୁସାରେ, ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଅର୍ଥାତ୍ ଏପ୍ରିଲମାସର ଟିକସ ଆଦାୟର କେନ୍ଦ୍ର ସରକାର ଖୁସି । ପଞ୍ଚମ ଥର ପାଇଁ ଟିକସ ଆଦାୟ ୧ଲକ୍ଷ କୋଟି ଡେଇଁଛି । ଏଥର ଅର୍ଥାତ୍ ଏପ୍ରିଲ ମାସରେ ଏହାର ପରିମାଣ ୧ଲକ୍ଷ ୧୩ ହଜାର ୮୬୫କୋଟି ଛୁଇଁଛି । ଗତବର୍ଷ ଏପ୍ରିଲ ମାସର ଟାର୍ଗେଟ ତୁଳନରେ ଏହା ୧୦.୦୫ ପ୍ରତିଶତ ଅଧିକ । ଗତବର୍ଷ ଏପ୍ରିଲ ମାସରେ ୧ଲକ୍ଷ ୩ହଜାର ୪୫୯ କୋଟି ଟଙ୍କା ଆଦାୟ ହୋଇଥିଲା ।
ଆଦାୟ ହୋଇଥିବା ଟିକସ ମଧ୍ୟରେ କେନ୍ଦ୍ରୀୟ ଦ୍ରବ୍ୟ ଓ ସେବା କର ପରିମାଣ ୨୧ ହଜାର ୧୬୩ କୋଟି ଟଙ୍କା ଥିବା ବେଳେ ରାଜ୍ୟ ଦ୍ରବ୍ୟ ଓ ସେବା କରର ପରିମାଣ ୨୮ ହଜାର ୮୦୧ କୋଟି ଟଙ୍କା ରହିଛି । ଇଣ୍ଟିଗ୍ରେଟେଡ୍ ବା ସମନ୍ୱିତ ଦ୍ରବ୍ୟ ଓ ସେବାକରର ପରିମାଣ ୫୪ହଜାର ୭୩୩ କୋଟି ଟଙ୍କା । ଏ ମଧ୍ୟରେ ୯ ହଜାର ୧୬୮ କୋଟି ଟଙ୍କାର ସେସ୍ ଆଦାୟ ହୋଇଛି ।
ପ୍ରମୁଖ ଖବର
ଗୁଜରାଟକୁ ମୋଦୀଙ୍କ ବଡ଼ ଭେଟ: ୩୫ ହଜାର କୋଟିର ପ୍ରକଳ୍ପ, ନୂଆ ଟ୍ରେନ୍ ସେବା ଶୁଭାରମ୍ଭ
ବିରୋଧ ସତ୍ତ୍ୱେ ପଞ୍ଜାବ-ହରିୟାଣା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ମିଶ୍ର
ଦୁର୍ଗାପୂଜାକୁ ନେଇ ବଡ଼ ନିଷ୍ପତ୍ତି: ମହାଷ୍ଟମୀରେ ‘ଡ୍ରାଏ ଡେ’, ବନ୍ଦ ରହିବ ଡିଜେ
୯ ଯୁବ ଆଇଏଏସଙ୍କୁ ଉପଜିଲ୍ଲାପାଳ ଦାୟିତ୍ୱ