ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ପାଟକୁରା ରାୟ: ବିଜେପି ଅଭିଯୋଗ ମିଛ ନଥିଲା!

0

ଭୁବନେଶ୍ୱର: କିଏ କହିଲା ୩୦ ହଜାରରୁ କମିବନି । କିଏ କହିଲା ୩୫ ହଜାର ନିଶ୍ଚିତ । କିନ୍ତୁ ପାଟକୁରାରୁ ଯେଉଁ ରାୟ ଆସିଲା, ତାହା ସମସ୍ତଙ୍କ ଦମ୍ଭ ଭାଙ୍ଗିଦେଇଛି । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ହାରିଛନ୍ତି । ପାଟକୁରା ସ୍ୱାଭିମାନ କଥା କହିି ଲୋକଙ୍କୁ ଭୋଟ ମାଗୁଥିଲେ । ଲୋକେ ଏହି ପ୍ରସଙ୍ଗକୁ ପ୍ରତ୍ୟାଖ୍ୟାନ କଲେ । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଵାଲ ଜିତିଲେ । ହେଲେ ବିଜେଡି ମୁଖିଆମାନେ ହାରିଗଲେ । ବିପୁଳ ଭୋଟ ବ୍ୟବଧାନରେ ବିଜୟଙ୍କୁ ହରାଇବେ ବୋଲି ଯେଉଁ ବାହାସ୍ଫୋଟ ମାରୁଥିଲେ, ସେମିତି ହେଲାନି । ୪୦ରୁ ଅଧିକ ନେତା ବିଧାନସଭା ଛାଡି ପାଟକୁରାରେ ଡେରା ପକାଇଥିଲେ । ୧୦ ମନ୍ତ୍ରୀ ସରକାରଙ୍କ ସବୁ ସୁବିଧା ସୁଯୋଗ ଉପଭୋଗ କରିବା ସତ୍ତ୍ୱେ ରାଜ କାର୍ଯ୍ୟ ଛାଡି ଦଳ କାର୍ଯ୍ୟରେ ମାତି ସେଠାରେ ଦୁଅାର ଦୁଆର ବୁଲିଥିଲେ । ଭୋଟ ବ୍ୟବଧାନ ୨୦ ହଜାର ଟପି ପାରିଲାନି ।

ସମ୍ଭବତଃ ନବୀନ କେନ୍ଦ୍ରାପଡା ନ ଯାଇଥିଲେ, ବିଜେଡି ବିଜୟକୁ ହରାଇବାରେ ସଫଳ ହୋଇନଥାନ୍ତା । ଏମିତି ଏକ ପ୍ରଶ୍ନ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହେଲାଣି ।

ଏହି ମହଲର କହିବା କଥା, ଆଜିର ବିଜୟ ଫଳରେ ବିଜୟଙ୍କୁ ବିଧାନସଭାକୁ ରୋକିବାରେ ନବୀନ ସକ୍ଷମ ହୋଇଛନ୍ତି । କିନ୍ତୁ ପ୍ରମାଣିତ ହୋଇଛି, ତାଙ୍କ ଛଡା ଭୋଟ ହାତେଇବାର କୌଣସି ଶକ୍ତି ବିଜେଡି ନେତାମାନଙ୍କର ନାହିଁ । ବିଶେଷକରି ବିଜେଡିର ଯୁବ ନେତାମାନେ ଏ କ୍ଷେତ୍ରରେ ଫେଲ୍‍ । ବିଜେପି ଯେଉଁ ଅଭିଯୋଗ କରୁଥିଲା ଯେ ବିଜେଡିର ଅନେକ ନେତା ତାଙ୍କ ପାଇଁ କାମ କରୁଛନ୍ତି, ତାହା ମଧ୍ୟ ଅମୂଳକ ନଥିଲା । ଅନ୍ୟଥା ଭୋଟ ବ୍ୟବଧାନ କମିଲା କେମିତି । ଗତ ପଞ୍ଚାୟତ ନିର୍ବାଚନରେ ବି ସେମିତି ହୋଇଥିଲା । ବିଜେଡି ସୁପ୍ରିମୋ ଗଲେ ନାହିଁ ବୋଲି ବିଜେପି ଦୋହଲାଇ ଦେଲା । ନବୀନ ଏକା ଷ୍ଟାର ପ୍ରଚାରକ ହୋଇ ଗତ ନିର୍ବାଚନରେ ବିଜେପିକୁ ତାର ସୀମା ଦେଖାଇଦେଲେ । ୨୩ ଆସନରେ ଅଟକିଲା ଦଳ । କେନ୍ଦ୍ରାପଡାରେ ବୈଜୟନ୍ତଙ୍କୁ ଲକ୍ଷାଧିକ ଭୋଟରେ ହରାଇଲେ ଅନୁଭବ ମହାନ୍ତି, ବାହାରୁ ଯାଇ । କେନ୍ଦ୍ରାପଡାରେ ବି ସେୟା ହେଲା । ତତ୍କାଳୀନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ନେଇ ପ୍ରାର୍ଥୀ କରାଇଲେ ଓ ନବୀନ ଜିତାଇଲେ । ବିଜେଡିି ୧୧୧ ଆସନ ଦଖଲ କରିଥିଲା । ଆଜିକୁ ମିଶାଇଲେ ୧୧୨ ହେଲ ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜୟ ପାଇଁ ନବୀନ ଖୁସି ଅଛନ୍ତି । କିନ୍ତୁ ଭୋଟ ବ୍ୟବଧାନ ହାର କମିବା ଘଟଣା ତାଙ୍କୁ ବିଚଳିତ କରିଛି । ଯଦି କେହି ନ ରହି ଶଶୀ ଏତେ ଭୋଟରେ ଜିତିଲେ, ତେବେ ବିଜୟଙ୍କ କ୍ଷେତ୍ରରେ ଏମିତି କେମିତି ହେଲା । ତା ଅର୍ଥ ୨୦ ବର୍ଷ ଦୂରେଇବା ପରେ ବି ବିଜୟଙ୍କ ଶକ୍ତି ଏବେ ବି ଅଛି ।

ଆଜି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବିଜେଡିକୁ ଛିଗୁଲାଇଛନ୍ତି । ବିଜେଡି ନେତାଙ୍କ ଦମ୍ଭୋକ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ହେଲେ ଦାୟିତ୍ୱ ନେଇଥିବା ବିଜେଡି ନେତା ପୂର୍ବଭଳି ମୁହଁଫୁଟାଣି ମାରିପାରିନାହାନ୍ତି । ବିଜେପି ପୂର୍ଣମାତ୍ରାରେ ଶକ୍ତି ପ୍ରୟୋଗ କଲାନାହିଁ । ତା ସତ୍ତ୍ୱେ ମାତ୍ର ୧୭ ହଜାର ୬୫୫ ଖଣ୍ଡ ଭୋଟ ବ୍ୟବଧାନ , ସେମାନଙ୍କ ମୁହଁ ଚୁପ୍‍ କରିଦେଇଛି ।

Leave A Reply

Your email address will not be published.