ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଡ୍ରେନ ଗିଳିଲା ପ୍ରାଣ, ଏ ର୍ବଷର ପ୍ରଥମ

0

ସାଲିଆ ସାହିରେ ଉତ୍ତେଜନା ଧସ୍ତାଧସ୍ତି
ଡ୍ରେନ-ରାସ୍ତା ମିଶିଯାଇଥିଲା, ଗଳିପଡିଲେ

ଭୁବନେଶ୍ବର: ମୁକୁଳା ଡ୍ରେନ ପାଣିରେ ଆଜି ଜଣେ ବୃଦ୍ଧା ଭାସିଯାଇଛନ୍ତି। ସ୍ଥାନୀୟ ସାଲିଆସାହିରେ ଏଭଳି ଅଘଟଣ ଘଟିଛି। ମୃତ ବୃଦ୍ଧାଜଣଙ୍କ ହଲେେ, ଆନ୍ଧ୍ରପ୍ରଦେଶ ମଣ୍ଡରେଶ୍ବରର ପି. ଅପଲାମା ଓ ତାଙ୍କ ବୟସ ୬୦ ର୍ବଷ ବୟସ ବୋଲି କୁହାଯାଉଛି। ସେମାନେ ସାଲିଆସାହିରେ ଦୀର୍ଘ ଦିନ ଧରି ରହି ଆସୁଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ରାସ୍ତା ଅବରୋଧ କରିଥିଲେ ଓ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା।
ଗୋଟିଏ ପଟେ ଭୁବନେଶ୍ବରକୁ ସ୍ମାର୍ଟ ସିଟିର ମାନ୍ୟତା ଦିଆଯାଇ ଶହ ଶହ କୋଟି ଖର୍ଚ୍ଚ ହେଉଥିବା ବେଳେ ଅନ୍ୟପଟରେ ଗତ କିଛି ର୍ବଷ ଧରି ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି। ବିଏମସି କର୍ତୃପକ୍ଷଙ୍କ ବେଫିକର ମନୋଭାବକୁ ସମସ୍ତେ ଦାୟୀ କରୁଛନ୍ତି।
ଆଜି ସନ୍ଧ୍ୟାରେ ପ୍ରବଳ ର୍ବଷା ହେଉଥିବା ବେଳେ ଏକାମ୍ର ଭିଲ୍ଲା ଛକରେ ଥିବା କଣ୍ଟ୍ରୋଲ ଦୋକାନକୁ ବୃଦ୍ଧା ଆସିଥିଲେ। ଡ୍ରେନ ଓ ରାସ୍ତା ଏକାକାର ହୋଇଥିଲା। ଡ୍ରେନ ଜାଣିନପାରି ତଳକୁ ଖସିପଡିଥିଲେ ଓ ଭାସିଯାଇଥିଲେ। ସେ ଘରକୁ ନ ଫେରିବାରୁ ଖୋଜାଖୋଜି ହେବାରେ ତାଙ୍କ ଶବ ଅଳ୍ପ କିଛି ଦୂରରୁ ଶବ ଜବତ କରାଯାଇଥିଲା।

Leave A Reply

Your email address will not be published.