ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଏବେ ଆଗେଇ ନେବେ ଓଡ଼ିଆ ଅଫିସର

0

ଭୁବନେଶ୍ୱର:କିଏ ଖୋଲାଖୋଲି ପ୍ରକାଶ କରୁନଥିଲେ ବି ରାଜ୍ୟ ପ୍ରଶାସନରେ ଓଡ଼ିଆ, ଅଣ ଓଡ଼ିଆ ଏଭଳି ଏକ ଭେଦଭାବ ସୃଷ୍ଟି ହେଇଯାଇଥିଲା । ଅଣ ଓଡ଼ିଆ ଅଧିକାରୀଙ୍କ ଗୁରୁତ୍ୱ ବଢୁଥିବା ନେଇ ବଦ୍ଧମୂଳ ଧାରଣା ହେବା ପରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟ ବିରୋଧରେ ଏକ ଜନମତ ସୃଷ୍ଟି ହେଉଥିଲା ।

କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳିରେ ଏଥିରେ ପୂର୍ଣ୍ଣଛେଦ ଟାଣିବାକୁ ଯାଉଛନ୍ତି । ନୂଆ ଡିଜିପି ଭାବେ ବରିଷ୍ଠ ଆଇପିଏସ୍‍ ଅଫିସର ବିଜୟ ଶର୍ମାଙ୍କ ନିଯୁକ୍ତି ଲାଗି ସରକାର ବାଟ ଖୋଲିବା ପରେ ଏବେ ଆଉ ତିନିିଟି ପଦ ପାଇଁ କସରତ ଆରମ୍ଭ ହୋଇଛି । ଖୁବ୍‍ ଶୀଘ୍ର ରାଜ୍ୟ ସରକାର ଅସିତ କୁମାର ତ୍ରିପାଠୀଙ୍କୁ ମୁଖ୍ୟଶାସନ ସଚିବ ଭାବେ ନିଯୁକ୍ତି ଦେବେ । ବର୍ତମାନର ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀ ରାଜ୍ୟ ନିର୍ବାଚନନ କମିସନ ଭାବେ ନିଯୁକ୍ତି ଦେବାକୁ ରାଜ୍ୟ ସରକାର ଆପାତତଃ ମନ ସ୍ଥିର କରିଥିବା ସୂଚନା ମିଳିଛି ।

ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବି ଲାଗି ମଧ୍ୟ ନବୀନ ମନ ସ୍ଥିର କରୁଛନ୍ତି । ରାଜ୍ୟ ସରକାରଙ୍କର ଯୋଜନା କାର୍ଯ୍ୟାନ୍ୱୟନର ସବୁ ଗୁରୁ ଦାୟିତ୍ୱ ନ୍ୟସ୍ତ ରହୁଥିବା ଉନ୍ନୟନ କମିସନର ପଦବିରେ ମଧ୍ୟ ଜଣେ ଓଡ଼ିଆ ଅଫିସରଙ୍କୁ ନିଯୁକ୍ତି ଦିଆଯିବ । ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏଠାରେ ଅବସ୍ଥାପିତ ହେବା ସମ୍ଭାବନା ଯଥେଷ୍ଟ ଅଧିକ । ଏହି ସୂତ୍ରକୁ ବିଶ୍ୱାସ କରାଗଲେ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢୀଙ୍କୁ ମଧ୍ୟ ସରକାର ପରିବର୍ତନ କରିବେ । ଶ୍ରୀ ପାଢୀଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ଅବସ୍ଥାପିତ କରାଯିବ ଓ ସେଠାରେ ବରିଷ୍ଠ ଅଧିକାରୀ ସୁରେନ୍ଦ୍ର କୁମାର ରାଜ୍ୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବିରେ ଅବସ୍ଥାପିତ ହେବେ । ତେବେ ଏହା ବିଜେପୁର ନିର୍ବାଚନ ପରେ ହେବ କି ପୂର୍ବରୁ ତାହା ସ୍ଥିର ହୋଇନାହିଁ ।

ଅନ୍ୟପଟରେ ରାଜ୍ୟ ପୁଲିସ ପ୍ରଶାସନରେ ଡିଜି ପଦବିରେ ଦକ୍ଷ ଓଡ଼ିଆ ଅଫିସର ବିଜୟ ଶର୍ମାଙ୍କୁ ରଖିବା ଲାଗି ସରକାର ମନ ସ୍ଥିର କରି ସାରିବା ପରେ ପୁଲିସ କମିସନର ପଦବିରେ ମଧ୍ୟ ଓଡ଼ିଆ ଅଫିସରଙ୍କୁ ନିଯୁକ୍ତି ଦେବା ଲାଗି ବିଚାର ଆରମ୍ଭ ହୋଇଛି । ବରିଷ୍ଠ ଆଇପିଏସ୍‍ ଅଫିସର ସୁଧାଂଶୁ ଷଡଙ୍ଗୀଙ୍କୁ ଏହି ପଦବି ମିଳିପାରେ ।

ତାଙ୍କ ବ୍ୟତୀତ ଏହି ଦୌଡରେ ଆଉ ଦୁଇ ଆଇପିଏସ୍‍ ଅଛନ୍ତି । ସେମାନେ ହେଲେ ଅତିରିକ୍ତ ଡିଜି ପାହ୍ୟାର ଅଧିକାରୀ ସଂଜୀବ ପଣ୍ଡା ଓ ନିକଟରେ ଏଡିଜି ପଦୋନ୍ନତି ପାଇବାକୁ ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀ । ଏଡିଜି ଦେବାଶିଷ ପାଣିଗ୍ରାହୀଙ୍କ ନାମ ଉପରେ ବିଚାର କରିବା ଲାଗି ଗୋଟିଏ ମହଲ ମତ ରଖୁଥିଲେ ହେଁ, ଅପେକ୍ଷାକୃତ ଜଣେ ଦକ୍ଷ ଓ ଟାଣୁଆ ଅଧିକାରୀଙ୍କୁ ଏଠାରେ ନିଯୁକ୍ତି ଦେବାକୁ ବିଚାର ଚାଲିଛି, ଯାହାର କି ପୁଲିସ ମହାନିର୍ଦେଶକଙ୍କ ସହିତ ସଂପର୍କ ଅତ୍ୟନ୍ତ ନିବିଡ ରହିବ । ଗତ କିଛି ବର୍ଷ ଧରି ପୁଲିସ କମିସନର ଓ ଡିଜିପିଙ୍କ ମଧ୍ୟରେ ଶୀତଳଯୁଦ୍ଧ ରହୁଥିବା ନେଇ ଅଭିଯୋଗ ହେଉଛି । ଏଥିରେ ସରକାର ପୂର୍ଣ୍ଣଛେଦ ଟାଣିପାରନ୍ତି । ଡିଜିପି ପାହ୍ୟାକୁ ପଦୋନ୍ନତି ପାଇ ସାରିଥିବା ସତ୍ୟଜିତ ମହାନ୍ତିଙ୍କୁ ରାଜ୍ୟ ସରକାର ଭିଜିଲାନସ ଦାୟିତ୍ୱ ଦେବା ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ । ସେହିଭଳି ସୁନୀଲ ରାୟଙ୍କୁ ଅଗ୍ନିଶମ ବିଭାଗ ମିଳିିବା ସମ୍ଭାବନା ଅଧିକ ।

ତେବେ ରାଜ୍ୟ ଗୁଇନ୍ଦା ମୁଖିଆ ପଦବି କାହାକୁ ଦିଆଯିବ, ତାହା ଅସମାହିତ ହୋଇ ରହିଛି । ଆସନ୍ତାବର୍ଷ ରାଜ୍ୟ ସରକାରଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ । ଆଭ୍ୟନ୍ତରୀଣ ଶୃଙ୍ଖଳା ବିଗିଡିବା ସମ୍ଭାବନା ଯେତିକି ଅଧିକ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ବଢିବା ସମ୍ଭାବନାକୁ ସେଭଳି ଏଡାଭଉ ଦିଆଯାଇପାରିବ ନାହିଁ । ଏଣୁ ସରକାର ଏବେଠାରୁ ସତର୍କ ନ ହେଲେ, ରାଜ୍ୟ ଗୁଇନ୍ଦାରେ ଦକ୍ଷ ଅଧିକାରୀଙ୍କୁ ନିଯୁକ୍ତି ନ ଦେଲେ, ସ୍ଥିତି ଯେ ଗମ୍ଭୀର ନ ହେବ, ଏ ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ । ତେବେ ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଗୁଇନ୍ଦା ବିଭାଗରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିବା ବରିଷ୍ଠ ଆଇପିଏସ୍‍ ଅରୁଣ ଷଡଙ୍ଗୀ ଏହି ପଦ ଲାଗି ଅାଗ୍ରହ ପ୍ରକାଶ କରୁନାହାନ୍ତି । ସେ ବିଜୁ ପଟ୍ଟନାୟକ ପୁଲିସ ଏକାଡେମିରେ ରହିବାକୁ ଚାହୁଁଛନ୍ତି । ରାଜ୍ୟ ସରକାର ଏଭଳି ସ୍ଥଳେ ଅରୁଣଙ୍କୁ ମନେଇ ଏହି ପଦବିକୁ ଫେରାଇବା ସହିତ ଏବେଠାରୁ ମୋର୍ଚା ଜଗିବେ ନା ନାହିଁ, ତାହା ଦେଖିବା କଥା ।

Leave A Reply

Your email address will not be published.