ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ପ୍ରତିଶୋଧ ପାଇଁ ସଜବାଜ !

0

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ବିଲ୍‍ରେ ପାଇଁ ଆଖିବୁଜା ସମର୍ଥନ ଦେଇଚାଲିିଥିଲା ବିଜେଡି । ସର୍ତ ନଥିଲା କି ଓଡ଼ିଶାର ସ୍ୱାର୍ଥ ଚିନ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ବୋଲି ଗୋଟିଏ ରାଜ୍ୟସଭା ଆସନ ଛାଡି ଦିଆଗଲା । ଶୀର୍ଷ ନେତୃତ୍ୱର କେନ୍ଦ୍ର ସଂପର୍କ ଦେଖି ଦଳୀୟ ନେତା ଏମିତି ଦ୍ୱନ୍ଦ୍ୱରେ ପଡିଗଲେ ଯେ ପୂରା ବିଧାନସଭା ଅଧିବେଶନ ସରିଗଲା ସିନା, ବିଜେପି ବିରୋଧରେ ବିଜେଡି ନେତାଙ୍କ ମୁହଁରୁ ତୁଣ୍ଡ ଫିଟିଲାନି । କେନ୍ଦ୍ର ବିରୋଧରେ ବିଧାନସଭାରେ ବିଧାୟକ ଗର୍ଜିଲେ ନାହିଁ କି ବାହାରେ ।

ଠିକ୍‍ ସପ୍ତାହକ ପରେ ଆଜି ଖୋର୍ଧାରେ ବିଜେପି ଏମିତି ନିର୍ଘାତ ଆକ୍ରମଣ କରିଛି ଯେ ବିଜେଡି ନେତାଙ୍କ ଶୀର ଶୀରରେ ଭେଦିଗଲେଣି । ତଥାପି କେହି ପାଟି ଖୋଲୁନାହାନ୍ତି, କାରଣ ସୁପ୍ରିମୋଙ୍କ ମତିଗତି ଜାଣିପାରୁନାହାନ୍ତି । ସଙ୍କେତ ମିଳିନି, ଏଣୁ କେହି ପ୍ରତିବାଦ କରୁନାହାନ୍ତି । ବିଜେପି ଶକ୍ତି ଗୋଟାଇବା ପାଇଁ ଯେଉଁ ଉତ୍ସବ କରିଥିଲା,ସେଥିରେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରାଯାଇଛି । ଦଳର ବରିଷ୍ଠ ନେତା ଶିବରାଜ ସିଂହ ଚୌହ୍ୱାନ ମନକୁ ଯାହା ଆସିଲା, ତାହା କହିଛନ୍ତି । ସିଧା ସିଧା ଆରୋପ ଲଗାଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ଆଉ ଶାସନ କରୁନାହାନ୍ତି । ପାଣ୍ଡିଆନ ଶାସନ କରୁଛନ୍ତି । ସେତିକିରେ ସୀମିତ ନାହାନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ କ୍ଷମତାକୁ ଆସିବା ପରେ ବି ଶିବରାଜ ସମାନ କଥା ଦୋହରାଇଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ କହିପାରୁନାହାନ୍ତି ।

ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ବିଜେପି ନେତା ଏଭଳି ଅଭିଯୋଗ ଆଣିଥିଲେ । ଖୋଦ୍‍ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବି । ଲୋକେ କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କଲେ ଓ ବିଜେଡି ପଞ୍ଚମ ଥର ପାଇ କ୍ଷମତାସୀନ ହେଲା । ସରକାରର ତିନି ମାସ ପୂରିନି, ସବୁ ଦାନ ଭୁଲିଯାଇ ବିଜେପି ପୁଣି ଥରେ ବିଜେଡିକୁ ଆକ୍ରମଣ କରିବା ଆରମ୍ଭ କରିଛି ଓ ଓଡ଼ିଶା ସରକାର ପରିବର୍ତନ ପାଇଁ ଏବେଠାରୁ ଡାକରା ଦିଆଯାଇଛି ।

ଓଡ଼ିଶାରେ ଆଜି ଦିନରେ ବିଜେପି ସେଭଳି ସ୍ଥିତିରେ ନାହିିଁ, ଯିଏ ରାତାରାତି ସରକାର ପରିବର୍ତନ କରିଦେଇପାରେ । ଏବେ ବିଧାନସଭାରେ ଦଳର ଯାହା ପ୍ରଦର୍ଶନ, ତାହା ବି ଉଲ୍ଲେଖନୀୟ ନୁହେଁ । ଏପରିସ୍ଥଳେ କାହା ବଳରେ ବିଜେପି ନେତାମାନେ ପୁଣି ସରକାର ଗଠନ ପାଇଁ ସ୍ୱପ୍ନ ଦେଖିଲେଣି, ତାହା ଏବେ ରାଜ୍ୟ ରାଜନୀତି ପାଇଁ ଚର୍ଚ୍ଚାର ବିଷୟ ହେଲାଣି । ବିଜେପିର ଏଭଳି ଅଭିଯୋଗର ଜବାବ ବିଜେଡି କେମିତି ଦେଉଛି ଓ ତାହା କେତେ ସଶକ୍ତ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଗୋଟିଏ ଗୋଷ୍ଠୀ କହୁଛନ୍ତି ଯେ ମେଣ୍ଟ ଶାସନକୁ ବିଜେଡି ଯେଭଳି ପଛରୁ ଛୁରି ଭୁସିବା ଭଳି ଭାଙ୍ଗିଥିଲା, ଏବେ ବିଜେପି ସେମିତି ଢଙ୍ଗରେ ହିଁ ପ୍ରତିଶୋଧ ନେବାକୁ ଯୋଜନା କରୁଛି ।

Leave A Reply

Your email address will not be published.