ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ବର୍ଷା ଆଣିଲା ଦକ୍ଷିଣ ଓଡ଼ିଶା ବଡ଼ ବନ୍ୟା, ଆସନ୍ତାକାଲି ପାଇଁ ଵାର୍ଣ୍ଣିଂ

0

ମାଲକାନଗିରି ବାହ୍ୟ ଜଗତରୁ ବିଚ୍ଛିନ୍ନ, ରେଳସେବା ବ୍ୟାହତ
ଭାସିଗଲା ମାଲବାହି ଗାଡିିର ୩ଟି ବଗି, ୫ ଟ୍ରେନର ଗତିପଥ ପରିବର୍ତନ
୩ଟି ବ୍ଲକରେ ୩୦୦ ମିମି ବର୍ଷା, ଆଉ ୭ରେ ୨୦୦ମିମିରୁ ଅଧିକ
ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି, ବଂଶଧାରା ଫୁଲୁଛି

ଭୁବନେଶ୍ୱର: ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିବା କାରଣରୁ ଜନଜୀବନ ବ୍ୟାହତ ଅସ୍ତବ୍ୟସ୍ତ ହୋଇପଡିଛି । ବଂଶଧାରା ସମେତ ବିଭିନ୍ନ ଛୋଟ ନଦୀରେ ବନ୍ୟା ଜଳ ମାଡି ଆସିଲାଣି । ଗୁଣୁପୁର-ଗୁମୁଡା ରାସ୍ତାଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ମାଛକୁଣ୍ଡରେ ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ୮ଟିରୁ ୩ଟି ଗେଟ୍‍ ଖୋଲାଯାଇ ୫ହଜାର କ୍ୟୁସେକ୍‍ ଜଳ ନିଷ୍କାସନ କରାଯାଉଛି । ଗୋଟା ବ୍ୟାରେଜର ସମସ୍ତ ୨୨ଟି ଗେଟ୍‍ ଖୋଲାଯାଇ ଜଳ ନିଷ୍କାସନ ଚାଲିଛି । ମାଲକାନଗିରି ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ଜିଲ୍ଲାର ଶହ ଶହ ଗାଁ ଜଳବନ୍ଦୀ ହୋଇ ରହିଛି । ମାଲକାନଗିରି ଜିଲ୍ଲାରୁ ଆନ୍ଧ୍ର ପ୍ରଦେଶ, ଜୟପୁରକୁ ଯୋଗା ଯୋଗ ବନ୍ଦ ହୋଇଯାଇଛି । ସ୍କୁଲ ଓ କଲେଜକୁ ସରକାର ଛୁଟି ଘୋଷଣା କରିଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟ ସେଠାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ।

ରାୟଗଡା-ଟିଟିଲାଗଡ ମଧ୍ୟରେ ଟ୍ରେନ ସେବା ବ୍ୟାହତ ହୋଇଛି । ଟ୍ରେନ୍‍ ଲାଇନ୍‍ ଉପରେ ପାଣି ଚାଲିଛି । ଗୋଟିଏ ସ୍ଥାନରେ ଲାଇନ ସହିତ ମାଲଗାଡିର ୩ଟି ବଗିକୁ ପାଣି ଭସାଇ ନେଇଛି । ଅନ୍ୟ ୫୬ଟି ବଗି ସୁରକ୍ଷିତ ରହିଛି । ପରିସ୍ଥିତିକୁ ଲକ୍ଷ୍ୟ ରଖି ୫ଟି ଟ୍ରେନର ଗତି ବଦଳାଇ ଦିଆଯାଇଛି । ରେଳ ଧାରଣା ବୁଡି ସଂପର୍କରେ ଖବର ଦେଲେ ରେଳ କର୍ତୃପକ୍ଷ ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି ।

ସ୍ୱତନ୍ତ୍ର ରିଲିଫ୍‍ କମିସନର ବିଷ୍ଣୁପଦ ସେଠୀ କହିଛନ୍ତି, ରାଜ୍ୟର ୩ଟି ବ୍ଲକରେ ୩୦୦ ମିଲିମିଟର ବର୍ଷା ରେକର୍ଡ କରାଗଲାଣି । କଳାହାଣ୍ଡିର ଲାଞ୍ଜିଗଡ, ରାୟଗଡାର କାଶୀପୁର ଓ କନ୍ଧମାଳର କୋଟଗଡରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଫିରିଙ୍ଗିଆ, ତୁମୁଡିବନ୍ଧ, ତରଭା, କଲ୍ୟାଣସିଂପୁର, ମୁନିଗୁଡା, ଗୁଡଭେଲା, ଥୁଆମୂଳ ରାମପୁର ଭଳି ୭ଟି ବ୍ଲକରେ ୨୦୦ ମିଲିମିଟରରୁ ଅଧିର ବର୍ଷା ହୋଇଛି । ଏହାବ୍ୟତୀତ ୬୭ଟି ବ୍ଲକରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୦ମିଲିମିଟରରୁ ଅଧିକ ବର୍ଷା ରେକର୍ଜ ହୋଇଛି ।

ବଂଶଧାରା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିବାକୁ ଯାଇ ଗଜପତି, ଗଞ୍ଜାମ, ସୋନପୁର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡା, ବୌଦ୍ଧ ପାଇଁ ଆସନ୍ତାକାଲି ଲାଗି ରେଡ୍‍ ଆଲର୍ଟ ଜାରି କରିଛନ୍ତି । ପୁରୀ, ନୟାଗଡ, ଖୋର୍ଧା, ଜଗତସିଂହପୁର, ବରଗଡ, ସମ୍ୱଲପୁର, କଟକ, ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ଵାର୍ଣ୍ଣିଂ ଜାରି କରାଯାଇଛି । ୮ ତାରିଖ ପରେ ବର୍ଷା କମିବ ।

Leave A Reply

Your email address will not be published.