ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

କିଏ ଦେଇପାରିବ ଓଡ଼ିଶା କଂଗ୍ରେସକୁ ନେତୃତ୍ୱ?

0

ଭୁବନେଶ୍ୱର: ଚାରି ପାଞ୍ଜିରୁ ଯାଇଛି ରାଜ୍ୟ କଂଗ୍ରେସ । ଦଳ ବଢିବା ତ ଦୂରର ତଥା ଦିନକୁ ଦିନ ଏମିତି ପ୍ରଦର୍ଶନ କରୁଛି ଯେ ଓଡ଼ିଶାରେ କଂଗ୍ରେସ ରହିବ ନା ହଜିଯିବ ତାହା ଏବେ ବଡ଼ ପ୍ରଶ୍ନ ଭାବେ ଉଭା ହେଲାଣି । ଏମିତି ସମୟରେ ଅନ୍ତରୀଣ ସଭାପତି ଭାବେ ପୁଣି ଥରେ ସୋନିଆ ଗାନ୍ଧୀ ଦାୟିତ୍ୱ ନେବା ପରେ କଂଗ୍ରେସ ନେତା ଉତ୍ସାହ ଦେଖାଇଛନ୍ତି । ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଜୟଦେବ ଜେନା କହିଛନ୍ତି ଦଳର ଐତିହାସିକ ବିଜୟ ଘଟିଛି । ସେପଟେ ବିଜେପି ନେତା ଶିବରାଜ ସିଂହ ଦେଇଥିବା ମନ୍ତବ୍ୟ ଉପରେ ତେରଛା ବାଣ ମାରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଏବେ ପ୍ରଶ୍ନ ଉଠୁଛି, ଓଡ଼ିଶା କଂଗ୍ରେସ ସଭାପତି କିଏ ହେବ?

ଓଡ଼ିଶାରେ କଂଗ୍ରେସ ଦଳ ଖରାପ ପ୍ରଦର୍ଶନ କରିବା ସହିତ ଦଳର ପ୍ରଭାବୀ ନେତାମାନେ ମଧ୍ୟ ଦୟନୀୟ ସ୍ଥିତିକୁ ଚାଲି ଆସିଛନ୍ତି । ଯେଉଁ ନେତାମାନେ ବ୍ୟକ୍ତିଗତ ଭାବେ ନିର୍ବାଚନମଣ୍ଡଳୀ ଗଡ ଜଗିଥିଲେ, ସେମାନେ ଏଥର ବିଜୟ ଲାଭ କରିଛନ୍ତି । ତଥାପି ବିଧାନସଭାରେ ଦଳ ଏକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ଅଟକିଯାଇଛି । ସବୁଠାରୁ ସାଂଘାତିକ କଥା ହେଉଛି, ଦଳ ୧୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପାଇନାହିଁ । ଯୁବ ନେତାମାନେ ସ୍ଥାନୀୟ ନେତୃତ୍ୱର ଆଚରଣ ଉଚ୍ଚାରଣରେ ଏବେ କ୍ଷୁବ୍ଧ ଯେ ଆଡ ଆଖିରେ ସୁଦ୍ଧା ଚାହୁଁନାହାନ୍ତି । ପୁରୁଖା ନେତାଙ୍କ ମଧ୍ୟରୁ ଅନେକ ସବୁ ନୀତି ଆଦର୍ଶକୁ ଜଳାଞ୍ଜଳି ଦେଇ ବିରୋଧୀ ପକ୍ଷରେ ଝାସ ଦେଉଛନ୍ତି ।

ଏମିତି ସମୟରେ ଓଡ଼ିଶାରେ ସେମିତି ଆଖିଦୃଶିଆ ତଥା ପ୍ରଭାବୀ ନେତା ନାହାନ୍ତି, ଯିଏ କଂଗ୍ରେସକୁ ହଠାତ୍‍ ସକ୍ରିୟ ସ୍ଥିତିକୁ ଆଣିପାରିବେ । ସବୁଠାରୁ ବଡ଼ କଥା ହେଲା, ଦଳର ଯେଉଁ ବରିଷ୍ଠ ନେତାମାନେ ଗତ ଚାରି ପାଞ୍ଚଟି ନିର୍ବାଚନରେ ହାରିଛନ୍ତି, ସେସବୁ ସ୍ଥାନରେ କଂଗ୍ରେସ ନେତୃତ୍ୱ ବିକଳ୍ପ ନେତା ସୃଷ୍ଟି କରିପାରୁନାହାନ୍ତି ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା, ନିର୍ବାଚନ ଅନେକ ସମୟ ରହିଛି । ଏବେଠାରୁ ଯଦି ଦଳ ରାଜ୍ୟରେ ନୂଆ ନେତୃତ୍ୱ ପାଇଁ ମୋର୍ଚ୍ଚା ଗଠନ କରିବ, ଯୁବ ନେତାଙ୍କ ହାତରେ ନେତୃତ୍ୱ ସମର୍ପି ପାରିବ, ତେବେ ରାଜ୍ୟ କଂଗ୍ରେସ ପାଇଁ ଆଶା ସଞ୍ଚାର ହେବ । କେବଳ ସେତିକି ନୁହେଁ, ସଂପୂର୍ଣ୍ଣ କଳଙ୍କମୁକ୍ତ ନେତାଙ୍କୁ ସାମ୍ନାକୁ ଅଣାଯାଇପାରିଲେ, ରାଜ୍ୟ ବିଜେପି ଓ ବିଜେଡିର ବିକଳ୍ପ ଭାବେ ଆଉଥରେ ମୁଣ୍ଡ ଟେକିବା ଅସମ୍ଭବ ନୁହେଁ । ଏମିତିରେ ବି ବିଜେଡି-ବିଜେପି ସଂପର୍କ ନିବିଡ ହେଉଥିବା ଜଣାପଡିଲା ପରେ ଭୋଟର ଦ୍ୱନ୍ଦ୍ୱରେ ଅଛନ୍ତି । ଏ ଫାଇଦା କଂଗ୍ରେସ ଉଠାଇ ପାରିବ ତ । ସୋନିଆ ଗାନ୍ଧୀ ପୁଅର ବିଫଳତା ପାଇଁ ଯେଭଳି ତାକୁ ପଛକୁ ଠେଲିଦେଲେ ଏଠି ବାପା ମାନେ ପୁତ୍ର ମୋହରୁ ମୁକୁଳିପାରିବେ ତ?

ଆଜି ଶ୍ରୀ ଜେନା କହିଛନ୍ତି, ବିଜେପି ଭାବୁଥିଲା କଂଗ୍ରେସ ମୁକ୍ତ ଭାରତ କରିବ, ଯାହା ଆଉ ସମ୍ଭବ ନୁହେଁ । ସେମାନେ ଏବେ ଭୟଭୀତ । ଦଳ କ୍ଷମତାକୁ ଫେରିବା ଲାଗି ସୋନିଆଙ୍କୁ ଦାୟିତ୍ୱ ଦିଆଯାଇଛି । ସେ ନୂଆ ଦିଗଦର୍ଶନ ଦେବେ । ସେ ନିଜେ ପ୍ରଧାନମନ୍ତ୍ରୀ ହୁଅନ୍ତି ନାହି ଁ, କରନ୍ତି । ସେହିଭଳି ଶ୍ରୀ ମିଶ୍ର କଂଗ୍ରେସକୁ ଆରଏସଏସ୍‍ କଥା ମନେ ପକାଇ ଦେଇଛନ୍ତି । ସେମାନେ ଯେମିତି ନଚାଇବେ ବିଜେପି ସେମିତି ନାଚିବ ବୋଲ ିକହିଛନ୍ତି ।

Leave A Reply

Your email address will not be published.