ଲଘୁଚାପ ଜନିତ ବର୍ଷା କାରଣରୁ ମହାନଦୀରେ ବଡ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତାକାଲି ସଂଧ୍ୟା ପରେ ମୁଣ୍ଡୁଳିରେ ସାଢ଼େ ଏଗାର ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଜଳସମ୍ପଦ ବିଭାଗ ଆକଳନ କରୁଛି। ଏହାର ପରିମାଣ ବଢ଼ିପାରେ। ଏଣୁ କଟକ, କେନ୍ଦ୍ରାପଡା, ଜଗତସିଂହପୁର ସମେତ ଅବିଭକ୍ତ କଟକ, ପୁରୀ, ଅନୁଗୁଳ ଜିଲ୍ଲା ଆଦି ପ୍ରତି ବଡ଼ ବିପଦ ଦେଖାଦେଇପାରେ। ପରିସ୍ଥିତି କୁ ଦୃଷ୍ଟିରେ ରଖି ସରକାର ସମୀକ୍ଷା କରିଛନ୍ତି। ଏବେ ଖାଇରମାଲ ଦେଇ ସାଢ଼େ ଦଶ ଲକ୍ଷ କ୍ୟୁସେକ ରୁ ଅଧିକ ଜଳ ପ୍ରବାହିତ ହେଉଛି ଓ ବନ୍ୟାଜଳ ପରିମାଣ ଆହୁରି ବଢ଼ିବାରେ ଲାଗିଛି। ପରିସ୍ଥିତି କୁ ନଜରରେ ରଖି ସରକାର ହୀରାକୁଦ ଗେଟ ଖୋଲିବା ନେଇ ନିଷ୍ପତ୍ତି ବଦଳାଇଛନ୍ତି। ଆସନ୍ତାକାଲି ଅଳ୍ପ ସମୟ ପାଇଁ ଗେଟ ଖୋଲିବ। ଯଦିଓ ହୀରକୁଦରେ ଏବେ ୬୧୭ ଫୁଟ ରୁ ଅଧିକ ଜଳ ଅଛି ତଥାପି ତାଳମୁଣ୍ଡର ସ୍ଥିତି ଦେଖି ନିଷ୍ପତି ପରିବର୍ତ୍ତନ ହୋଇଥିବା ଜଳସମ୍ପଦ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି। ଅନ୍ୟପକ୍ଷରେ ସ୍ଥିତି ନିୟନ୍ତ୍ରଣ ପାଇଁ ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ପାଇଁ ଜିଲାପାଳଙ୍କୁ ନିର୍ଦେଶ ଯାଇଛି।
ପ୍ରମୁଖ ଖବର
ଜିଲ୍ଲାପାଳମାନଙ୍କୁ ସିଏମ ମୋହନ ମାଝୀଙ୍କ ୯ଟି ଟାସ୍କ: ଦୁର୍ନୀତି ହଟାଅ, ସଚ୍ଚୋଟ ହୁଅ
ଜଗତସିଂହପୁରର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ନିକଟସ୍ଥ ଏକ ଘରୋଇ ମେସରୁ ମଙ୍ଗଳବାର ଦିନ ଜଣେ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୬ ମାଓବାଦୀ ନିହତ