ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ରାଜଧାନୀରେ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ

0

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଦୁଇଟି ସ୍କୁଲକୁ ବୋମା ଧମକ ମିଳିଛି। ସୋମବାର ସକାଳୁ ସକାଳୁ ଚାଣକ୍ୟପୁରୀ ଏବଂ ଦ୍ୱାରକା ଅଞ୍ଚଳରେ ଥିବା ୨ଟି ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଇ-ମେଲରେ ଧମକ ଦିଆଯାଇଛି। ଅଭିଯୋଗ ପରେ ଦିଲ୍ଲୀର ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ସନ୍ଧାନୀ କୁକୁର ସହ ଉଭୟ ସ୍କୁଲରେ ପହଞ୍ଚି ସର୍ଚ୍ଚ ଅପରେଶନ ଆରମ୍ଭ କରିଛି।

ଉଭୟ ସ୍କୁଲକୁ ଦୁଇଟି ପୃଥକ ଇ-ମେଲ ଜରିଆରେ ଧମକ ଆସିଥିଲା। ଏନେଇ ସ୍କୁଲ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ସ୍କୁଲରେ ପହଞ୍ଚି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା। ହେଲେ, କୌଣସି ସନ୍ଦେହଜନକ ଜିନିଷ ମିଳି ନ ଥିବା ଦିଲ୍ଲୀ ପୋଲିସ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛି। ସ୍କୁଲକୁ ଧମକ ଆସିବା ପରେ କଣ୍ଟ୍ରୋଲ ରୁମ ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ପରେ ପୋଲିସ ସନ୍ଧାନୀ କୁକୁର ସହ ଯାଞ୍ଚ କରିଥିଲା। ହେଲେ ଯାଞ୍ଚ ବେଳେ କୌଣସି ଅସ୍ବାଭାବିକ ଦ୍ରବ୍ୟ ଠାବ ହୋଇ ନାହିଁ।

Leave A Reply

Your email address will not be published.