ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ରାଜଧାନୀରେ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ

0

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଦୁଇଟି ସ୍କୁଲକୁ ବୋମା ଧମକ ମିଳିଛି। ସୋମବାର ସକାଳୁ ସକାଳୁ ଚାଣକ୍ୟପୁରୀ ଏବଂ ଦ୍ୱାରକା ଅଞ୍ଚଳରେ ଥିବା ୨ଟି ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଇ-ମେଲରେ ଧମକ ଦିଆଯାଇଛି। ଅଭିଯୋଗ ପରେ ଦିଲ୍ଲୀର ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ସନ୍ଧାନୀ କୁକୁର ସହ ଉଭୟ ସ୍କୁଲରେ ପହଞ୍ଚି ସର୍ଚ୍ଚ ଅପରେଶନ ଆରମ୍ଭ କରିଛି।

ଉଭୟ ସ୍କୁଲକୁ ଦୁଇଟି ପୃଥକ ଇ-ମେଲ ଜରିଆରେ ଧମକ ଆସିଥିଲା। ଏନେଇ ସ୍କୁଲ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ସ୍କୁଲରେ ପହଞ୍ଚି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା। ହେଲେ, କୌଣସି ସନ୍ଦେହଜନକ ଜିନିଷ ମିଳି ନ ଥିବା ଦିଲ୍ଲୀ ପୋଲିସ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛି। ସ୍କୁଲକୁ ଧମକ ଆସିବା ପରେ କଣ୍ଟ୍ରୋଲ ରୁମ ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ପରେ ପୋଲିସ ସନ୍ଧାନୀ କୁକୁର ସହ ଯାଞ୍ଚ କରିଥିଲା। ହେଲେ ଯାଞ୍ଚ ବେଳେ କୌଣସି ଅସ୍ବାଭାବିକ ଦ୍ରବ୍ୟ ଠାବ ହୋଇ ନାହିଁ।

Leave A Reply

Your email address will not be published.