ରାୟଗଡ଼ା: ଟ୍ରେନରେ ଯିବା ସମୟରେ ଖସିପଡ଼ି ଜଣେ ସିଆର୍ପିଏଫ୍ ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଶନିବାର ରାତିରେ ରାଉଲକେଲା ଜଗଦଲପୁର ଏକ୍ସପ୍ରେସ୍ରେ କୋରାପୁଟରୁ ବଲାଙ୍ଗୀର ଅଭୀମୁଖେ ଯାଉଥିବା ବେଳେ ଲେଲିଗୁମା ଷ୍ଟେଶନ ନିକଟରେ ଖସିପଡ଼ିଥିଲେ, ଯବାନଙ୍କ ନାମ ଶରତ ମାଝୀ, ତାଙ୍କ ସହିତ ଆଉ ଦୁଇଜଣ ଯବାନ ଥିଲେ।ସୂଚନା ଅନୁଯାୟୀ, ରାୟଗଡ଼ାଠାରୁ କୋରାପୁଟ ଯାଇଥିବା କେଆର ଲାଇନର ଭାଲୁମାସ୍କା ଓ ଲେଲିଗୁମ୍ମା ମଧ୍ୟରେ ଟ୍ରାକରେ ଜଣେ ଯବାନ ଖସି ପଡ଼ିଥିବା ନେଇ ରାୟଗଡ଼ା ଆରପିଏଫ ଜେ ସୂର୍ଯ୍ୟନାରାୟଣ, ସିଆରପିଏଫ ବିଜୟୀ ସିଂ ଖବର ପାଇଥିଲେ। ଏହାପରେ ଘଟଣାସ୍ଥଳରେ ପହଞ୍ଚି ରୋଗୀବୁହା ଗାଡ଼ିରେ ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ମାନସ ତାଣ୍ଡି ପ୍ରାଥମିକ ଚିକିତ୍ସା କରିଥିଲେ। ଯବାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାସହ ଗୋଡ଼ ଓ ଛାତିରେ ମାଡ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି। ଯବାନ ଶରତ ମାଝୀ ରାଉରକେଲା କୋରାପୁଟ ଇଣ୍ଟରସିଟିରେ କାର୍ଯ୍ୟ ସ୍ଥଳକୁ ଯାଉଥିବାବେଳେ ଲେଲିଗୁମ୍ମା ଓ ଭାଲୁମାସ୍କା ମଝିରେ ଖସି ପଡ଼ିଥିଲେ। ତାଙ୍କ ଘର ବଲାଙ୍ଗୀର ଜିଲ୍ଲାର ସଇଁତଳାରେ ବୋଲି ଜଣାପଡ଼ିଛି। ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିବା ସୂଚନା ମିଳିଛି।
ପ୍ରମୁଖ ଖବର
ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା