ଭୁବନେଶ୍ବର: ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ କରିବାର ତରିକା ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଶାସନରେ ନିର୍ଦେଶାଳୟ
ବ୍ୟବସ୍ଥାର ପୂର୍ଣ୍ଣଛେଦ ଟାଣି ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଉତ୍ତରଦାୟିତ୍ବ ନ୍ୟସ୍ତ ଲାଗି ତିନି ଥାକିଆ ବ୍ୟବସ୍ଥାକୁ ଦୁଇ ଥାକିଆ କରିଛନ୍ତି। ଅନ୍ୟପଟରେ ଦୁର୍ନୀତି ବିରୋଧୀ ଆଭିମୁଖ୍ୟକୁ ଆହୁରି ଶାଣିତ କରିବା ଲାଗି ତିନି ଥାକିଆ ବ୍ୟବସ୍ଥାର ପ୍ରଚଳନ କରାଯାଇଛି।
ପୂର୍ବରୁ ଭିଜିଲାନସ ଦୁର୍ନୀତିକୁ ଜଗୁଥିଲା। ଏବେ କିନ୍ତୁ ଲୋକାୟୁକ୍ତ ଘେରିବ ଓ ନିଜେ ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତ ଚାକିରିଆଙ୍କୁ ବିଦା କରିବେ। ଏ ଦାୟିତ୍ବ ସେ ନିଜ ମୁଣ୍ଡକୁ ନେଇଛନ୍ତି। ଶାସନ ବ୍ୟବସ୍ଥାରେ ଲୋକଙ୍କୁ ହକ୍ ଦେବା ପାଇଁ ‘୫ଟି’କୁ ଯେତିକି ଅଧିକ ପ୍ରୟୋଗ କରାଯିବ, ସେତିକି ଅଧିକ ସ୍ବଚ୍ଛତା ଠାରୁ ଦୂରେଇ ରହିଥିବା ର୍କମଚାରୀ ଅକଳରେ ପଡିବେ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କେବଳ ଯନ୍ତ୍ରୀ କି ତଳିଆ ର୍କମଚାରୀ ନୁହେଁ, ଆଇଏଏସ୍ ଅଫିସରଙ୍କ ମୁଣ୍ଡରେ ବି ସ୍ବଚ୍ଛତାର ଖଣ୍ଡା ଇତିମଧ୍ୟରେ ଝୁଲାଇ ସାରିଲେଣି ନବୀନ। ଯେ କୌଣସି ମୁହୂର୍ତରେ ଜଣେ ଦୁଇ ଜଣ ବଡ଼ ବାବୁ ଚାକିରି ହରାଇ ପାରନ୍ତି। ଅନ୍ୟପଟରେ ଯେଉଁ ସବୁ ରାଜନୈତିକ ନେତା ବା ମନ୍ତ୍ରୀ ଏବେ ସରକାରୀ ବ୍ୟବସ୍ଥାକୁ ଆସିଲେ, ସେମାନଙ୍କୁ ମଧ୍ୟ ‘୫ଟି’ ର୍ଫମୁଲାରେ ନବୀନ ଛନ୍ଦି ଦେଇଛନ୍ତି। ସେମାନଙ୍କର ପ୍ରତିଟି କାର୍ଯ୍ୟକଳାପ ଉପରେ ଏବେ ସରକାରଙ୍କ ନଜର ରହିଛି। ମନ୍ତ୍ରୀମାନଙ୍କ ଭଳି ନିଗମ ଆଦିରେ ଥଇଥାନ ହୋଇଥିବା ନେତାଙ୍କୁ ଦୁର୍ନୀତି ପାଇଁ ଯେ କୌଣସି ମୁହୂର୍ତରେ ପଦ ହରାଇବାକୁ ପଡିପାରେ। ନବୀନ ଏ ସଙ୍କେତ ଦେଇସାରିଲଣେି।
ଦୁର୍ନୀତି ନେଇ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା ଆଭିମୁଖ୍ୟକୁ ନେଇ ଶାସନ ବ୍ୟବସ୍ଥାରେ କମ୍ପନ ସୃଷ୍ଟି ହୋଇଛି। ସମାନ୍ତରାଳ ଭାବେ ନବୀନଙ୍କୁ ନେଇ ତୃଣମୂଳସ୍ତରରେ ଚର୍ଚ୍ଚା ପୁଣି ଜୋର ଧରିଛି।
ପ୍ରମୁଖ ଖବର
ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ