ଭୁବନେଶ୍ବର: ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ କରିବାର ତରିକା ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଶାସନରେ ନିର୍ଦେଶାଳୟ
ବ୍ୟବସ୍ଥାର ପୂର୍ଣ୍ଣଛେଦ ଟାଣି ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଉତ୍ତରଦାୟିତ୍ବ ନ୍ୟସ୍ତ ଲାଗି ତିନି ଥାକିଆ ବ୍ୟବସ୍ଥାକୁ ଦୁଇ ଥାକିଆ କରିଛନ୍ତି। ଅନ୍ୟପଟରେ ଦୁର୍ନୀତି ବିରୋଧୀ ଆଭିମୁଖ୍ୟକୁ ଆହୁରି ଶାଣିତ କରିବା ଲାଗି ତିନି ଥାକିଆ ବ୍ୟବସ୍ଥାର ପ୍ରଚଳନ କରାଯାଇଛି।
ପୂର୍ବରୁ ଭିଜିଲାନସ ଦୁର୍ନୀତିକୁ ଜଗୁଥିଲା। ଏବେ କିନ୍ତୁ ଲୋକାୟୁକ୍ତ ଘେରିବ ଓ ନିଜେ ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତ ଚାକିରିଆଙ୍କୁ ବିଦା କରିବେ। ଏ ଦାୟିତ୍ବ ସେ ନିଜ ମୁଣ୍ଡକୁ ନେଇଛନ୍ତି। ଶାସନ ବ୍ୟବସ୍ଥାରେ ଲୋକଙ୍କୁ ହକ୍ ଦେବା ପାଇଁ ‘୫ଟି’କୁ ଯେତିକି ଅଧିକ ପ୍ରୟୋଗ କରାଯିବ, ସେତିକି ଅଧିକ ସ୍ବଚ୍ଛତା ଠାରୁ ଦୂରେଇ ରହିଥିବା ର୍କମଚାରୀ ଅକଳରେ ପଡିବେ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କେବଳ ଯନ୍ତ୍ରୀ କି ତଳିଆ ର୍କମଚାରୀ ନୁହେଁ, ଆଇଏଏସ୍ ଅଫିସରଙ୍କ ମୁଣ୍ଡରେ ବି ସ୍ବଚ୍ଛତାର ଖଣ୍ଡା ଇତିମଧ୍ୟରେ ଝୁଲାଇ ସାରିଲେଣି ନବୀନ। ଯେ କୌଣସି ମୁହୂର୍ତରେ ଜଣେ ଦୁଇ ଜଣ ବଡ଼ ବାବୁ ଚାକିରି ହରାଇ ପାରନ୍ତି। ଅନ୍ୟପଟରେ ଯେଉଁ ସବୁ ରାଜନୈତିକ ନେତା ବା ମନ୍ତ୍ରୀ ଏବେ ସରକାରୀ ବ୍ୟବସ୍ଥାକୁ ଆସିଲେ, ସେମାନଙ୍କୁ ମଧ୍ୟ ‘୫ଟି’ ର୍ଫମୁଲାରେ ନବୀନ ଛନ୍ଦି ଦେଇଛନ୍ତି। ସେମାନଙ୍କର ପ୍ରତିଟି କାର୍ଯ୍ୟକଳାପ ଉପରେ ଏବେ ସରକାରଙ୍କ ନଜର ରହିଛି। ମନ୍ତ୍ରୀମାନଙ୍କ ଭଳି ନିଗମ ଆଦିରେ ଥଇଥାନ ହୋଇଥିବା ନେତାଙ୍କୁ ଦୁର୍ନୀତି ପାଇଁ ଯେ କୌଣସି ମୁହୂର୍ତରେ ପଦ ହରାଇବାକୁ ପଡିପାରେ। ନବୀନ ଏ ସଙ୍କେତ ଦେଇସାରିଲଣେି।
ଦୁର୍ନୀତି ନେଇ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା ଆଭିମୁଖ୍ୟକୁ ନେଇ ଶାସନ ବ୍ୟବସ୍ଥାରେ କମ୍ପନ ସୃଷ୍ଟି ହୋଇଛି। ସମାନ୍ତରାଳ ଭାବେ ନବୀନଙ୍କୁ ନେଇ ତୃଣମୂଳସ୍ତରରେ ଚର୍ଚ୍ଚା ପୁଣି ଜୋର ଧରିଛି।
ପ୍ରମୁଖ ଖବର
୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ