ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ସରକାରୀ ଚାକିରିଆ ସାବଧାନ। ଯେ କୌଣସି ସାମାନ୍ୟ ଭୁଲ୍ ପାଇଁ ଚାକିରି ଚାଲିଯାଇପାରେ।
ପ୍ରଶାସନକୁ ଉତ୍ତରଦାୟୀ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ନିଷ୍ପତ୍ତି ଏବେ ସରକାରୀ ଚାକିରିଆଙ୍କ ପାଇଁ ଏଭଳି ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଲୋକଙ୍କୁ ରାଜ୍ୟ ସରକାର ଯେଉଁ ସବୁ ସେବା ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି, ତା ରାସ୍ତାରେ ଯିଏ ବି ବାଟ ଓଗାଳିବ, ତାକୁ ଏଭଳି ପରିସ୍ଥିତିର ସାମ୍ନାର କରିବାକୁ ପଡିପାରେ। ସିଏ ପୁଲିସ ହୁଅନ୍ତୁ କି ଡାକ୍ତର, ଯନ୍ତ୍ରୀ ଅଥବା ଶିକ୍ଷକ। ‘୫ଟି’ ଅନ୍ତର୍ଗତ ‘ମୋ ସରକାର’ କାର୍ଯ୍ୟକ୍ରମରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ।
ରୋଗୀଙ୍କୁ ଚିକିତ୍ସା ନ ମିଳିଲେ, ଯଦି ଅଭିଯୋଗ ମିଳେ କର୍ତୃପକ୍ଷ ଦଣ୍ଡିତ ହେବେ। ଯନ୍ତ୍ରୀ ଦୁର୍ନୀତି କରୁଥିବା ନେଇ ଲୋକେ ସରକାରଙ୍କୁ ଜଣାଇଲେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିଆଯିବ। ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଲୋକେ ଯଦି ମୁଖ୍ୟମନ୍ତ୍ରୀ ଫୋନ କରିବା ବେଳେ ଜଣାନ୍ତି ଯେ ସେମାନଙ୍କୁ ଗୁରୁତ୍ବ ଦିଆଗଲାନି କି ପୁଲିସ ଅଭିଯୋଗ ରଖିଲାନି, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସରକାରଙ୍କ ଏଭଳି ଆଭିମୁଖ୍ୟ ଦୁର୍ନୀତିଗ୍ରସ୍ତଙ୍କ ନିଦ ଉଡାଇ ଦେଇଛି। ଆଜିଯାଏ ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୋକଙ୍କ ସ୍ବାର୍ଥକୁ ପଛ କରିଦେଇଥିଲେ। ସେହିଭଳି ସଚ୍ଚୋଟ ଅଫିସରମାନେ ଏବେ ଉଲ୍ଲସିତ। କାରଣ ଆଜିଯାଏ ସେମାନଙ୍କୁ କେହି ଚିହ୍ନି ପାରୁନଥିଲେ। ସରକାରଙ୍କ ନୂଆ କାର୍ଯ୍ୟକ୍ରମ ଫଳରେ ସେମାନଙ୍କୁ ପ୍ରଶଂସା ପତ୍ର ମିଳିପାରେ।ସମାନ୍ତରାଳ ଭାବେ ଭିଜିଲାନସ ଚଢଉ ମଧ୍ୟ ଜୋରଦାର କରାଯିବାକୁ ସ୍ଥିର ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତିକେୟନ୍ ପାଣ୍ଡିଆନଙ୍କୁ ‘୫ଟି’ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।
ପ୍ରମୁଖ ଖବର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍-ଲେନ୍ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍